ଦୁଇ କରୋନା ଟିକାକୁ ମଞ୍ଜୁରୀ : ୧୧୦ ପ୍ରତିଶତ ସୁରକ୍ଷିତ:ଡିସିଜିଆଇ

January 03, 2021, ଦେଶ, , Anupambharat News Bureau


ଦୁଇ କରୋନା ଟିକାକୁ ମଞ୍ଜୁରୀ :  ୧୧୦ ପ୍ରତିଶତ ସୁରକ୍ଷିତ:ଡିସିଜିଆଇ
Anupambharat News Bureau
January 03, 2021


ନୂଆଦିଲ୍ଲୀ,୩ା୧: କରୋନା ପାଇଁ ଦୁଇ ଟିକାକୁ ଜରୁରୀକାଳୀନ ବ୍ୟବହାରକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ( ଡିସିଜିଆଇ) ମଞ୍ଜୁରୀ ଦେଇଛି । ପୁନେ ସ୍ଥିତ ସେରମ ଇନ୍‌ଷ୍ଟିଚୁ୍ୟଟ ଦ୍ୱାରା ପ୍ରସ୍ତୁତ ଅକ୍ସଫୋର୍ଡ଼ ଦ୍ୱାରା ବିକଶିତ କୋଭିଶିଲ୍‌ଡ଼ ଏବଂ ଭାରତ ବାୟୋଟେକ୍‌ର କୋଭାକ୍ସିନକୁ ଡିସିଜିଆଇ ଜରୁରୀ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । ସୁରକ୍ଷା ଦୃଷ୍ଟିରୁ କିଛି ବି ବିଚୁ୍ୟତ ଦେଖାଦେଲେ ଏହାକୁ କେବେ ମଧ୍ୟ ବ୍ୟବହାର ଅନୁମତି ଦିଆଯାଇ ନଥାନ୍ତା । ତେବେ ଏହି ଟିକା ୧୧୦ ପ୍ରତିଶତ ବ୍ୟବହାରିକ ସୁରକ୍ଷିତ ବୋଲି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ ଭିଜି ସୋମାନି ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, କୋଭିଶିଲ୍‌ଡ଼ ୭୦.୪୨ ପ୍ରତିଶତ ପ୍ରଭାବପୂର୍ଣ୍ଣ ରହିଥିବା ବେଳେ କୋଭାକ୍ସିନ ସୁରକ୍ଷିତ ଏବଂ ଇମୁ୍ୟନି ବୃଦ୍ଧିରେ ପୂର୍ଣ୍ଣ ସହାୟକ ହେବ । ତେବେ ବିଶ୍ୱର ବଡ଼ ବଡ଼ କମ୍ପାନୀ ମଧ୍ୟରେ କରୋନା ଟିକା ପ୍ରସ୍ତୁତି ନେଇଥ ପ୍ରତିଯୋଗୀତା ଚାଲିଥିବା ବେଳେ ଦେଶୀୟ ଜ୍ଞାନ କୌଶଳରେ ତିଆରି ଟିକାକୁ ମଞ୍ଜୁରୀ ମିଳିବା ଏକ ଗୌରବର ବିଷୟ ହୋଇଛି । ଦେଶର ବୈଜ୍ଞାନିକ ସମୁଦାୟ ଏବଂ କରୋନ ଅଗାଧାଡ଼ି ଯୋଦ୍ଧାଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରିଛନ୍ତି ଯେ, ଦୁଇଟି ଯାକ ଟିକା ଯାହାକୁ ଜରୁରୀ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି ଉଭୟ ଦେଶରେ ପ୍ରସ୍ତୁତ । ଯାହାକୁ ଭାରତ ପାଇଁ ଏଖ ଗୌରବ ବୋଲି ସେ ଟ୍ୱିଟରେ ଉଲ୍ଳେଖ କରିଛନ୍ତି । ତେବେ କେବେଠାରୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ ସେ ନେଇ କିଛି ସ୍ପଷ୍ଟ ଜଣାପଡ଼ି ନାହିଁ । ତେବେ କଂଗ୍ରେସର ଦୁଇ ବରିଷ୍ଠ ନେତା ଜୟରାମ ରମେଶ ଓ ଶଶୀ ଥରୁର୍‌ କୋଭାକ୍ସିନ୍‌ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ତୃତୀୟ
ପର୍ଯ୍ୟାୟ ପରୀକ୍ଷଣର ରିପୋର୍ଟ ପୂର୍ବରୁ କେମିତି ବ୍ୟବହାର ଅନୁମତି ଦିଆଗଲା । ଅନ୍ୟପଟେ ଭାରତ ବାୟୋଟେକ୍‌ ଜଣେ ବିଶେଷଜ୍ଞ କହିଛନ୍ତି, କୋଭାକ୍ସିନ୍‌ ଏକ ଟାଇମ୍‌ ଟେଷ୍ଟେଡ୍‌ ଭ୍ୟାକ୍ସିନ୍‌ ହୋଇଥିବାରୁ ଏହାର ନିରାପତା ଉପରେ କୌଣସି ସନ୍ଦେହ ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶ୍ମଶାନଘାଟର ଆଶ୍ରୟ ସ୍ଥଳ ଛାତ ଭୁଶୁଡ଼ି ୨୧ ମୃତ

ଶ୍ମଶାନଘାଟର ଆଶ୍ରୟ ସ୍ଥଳ ଛାତ ଭୁଶୁଡ଼ି ୨୧ ମୃତ

Read More...

ଶିବସେନାକୁ କଂଗ୍ରେସର ଧମକ

ଶିବସେନାକୁ କଂଗ୍ରେସର ଧମକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page