ଆଜିଠୁ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ

January 02, 2021, ଓଡ଼ିଶା, , Anupambharat News Bureau


ଆଜିଠୁ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ
Anupambharat News Bureau
January 02, 2021


ପୁରୀ,୨ା୧(ଅନୁପମ ମିଡ଼ିଆ): ଦୀର୍ଘ ୯ମାସରୁ ଊର୍ଦ୍ଧ୍ୱ ଦର୍ଶନରୁ ବଞ୍ଚିତ ହୋଇଥିବା ଜଗନ୍ନାଥପ୍ରେମୀମାନେ ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦେଖିବାର ସୁଯୋଗ ପାଇବେ । ଦର୍ଶନାର୍ଥିମାନଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ଲାଗି କୋଭିଡ଼ି ନେଗେଟିଭ୍‌ ସାର୍ଟିଫିକେଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ପୂର୍ବରୁ ଦୈନିକ ୫ ହଜାର ଭକ୍ତଙ୍କୁ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଦର୍ଶନ କରିବାର ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ତାହାକୁ ପରିବର୍ତ୍ତନ କରାଯାଇ ଦୈନିକ ୧୫ରୁ ୧୭ ହଜାର ଶ୍ରଦ୍ଧାଳୁ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ପର୍ଯ୍ୟାୟକ୍ରମେ ମାର୍କେଟ ଛକଠାରୁ ନିର୍ମିତ ବ୍ୟାରିକେଡ ଦେଇ ଦର୍ଶନାର୍ଥିମାନେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉମାନଙ୍କ ଦର୍ଶନ କରିବେ । ଦର୍ଶନାର୍ଥିମାନଙ୍କୁ କୋଭିଡ଼ି ନେଗେଟିଭ୍‌ ସାର୍ଟିଫିକେଟ୍‌ ଓ ଆଧାରକାର୍ଡ଼ ଦେଖାଇବାକୁ ପଡ଼ିବ । ସାନିଟାଇଜ୍‌ରରେ ହାତଧୋଇବା ପରେ ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ସିଂହଦ୍ୱାର ନିକଟରେ କିଓସ୍କରେ ଫଟୋ ଉଠଇବା ସହିତ ସେମାନଙ୍କ ଶରୀରର ତାପମାତ୍ରା ପରୀକ୍ଷା କରାଯିବ । ଶୃଙ୍ଖଳିତ ଦର୍ଶନ ଲାଗି ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଏସ୍‌ଓପି ଜାରି କରାଯାଉଥିବା ଏସ୍‌ପି କହିଛନ୍ତି । ସୂଚନାଯୋଗ୍ୟଯେ, ଦୀର୍ଘଦିନଧରି ଭକ୍ତମାନଙ୍କ ଦର୍ଶନ ଲାଗି ବନ୍ଦରହିଥିବା ଶ୍ରୀମନ୍ଦିର ଗତ୨୩ ତାରିଖରୁ ଖୋଲିଥିଲା । ନୂଆବର୍ଷର ଭିଡ଼କୁ ଆଖିଆଗରେ ରଖି ଗତ୩୧ ସନ୍ଧ୍ୟାରୁ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଥିଲା । ପ୍ରକାଶଥାଉକି ଡିସେମ୍ବର ୨୩ରେ ଶ୍ରୀମନ୍ଦିର ଖୋଲିବା ପରେ ପ୍ରଥମେ ସେବାୟତଙ୍କ ପରିବାର ସଦସ୍ୟଙ୍କୁ ଦର୍ଶନ ସୁଯୋଗ ମିଳିଥିଲା । ୨୫ ପରେ ପୁରୀବାସୀଙ୍କୁ ଏହି ସୁଯୋଗ ୩୧ ପର୍ଯ୍ୟନ୍ତ ମିଳିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୭୦ଜଣଙ୍କୁ ହତ୍ୟା କଲେ ଆତଙ୍କବାଦୀ

୭୦ଜଣଙ୍କୁ ହତ୍ୟା କଲେ ଆତଙ୍କବାଦୀ

Read More...

୮ରୁ ଖୋଲିବ ସ୍କୁଲ

୮ରୁ ଖୋଲିବ ସ୍କୁଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page