ମହିଳା ଓ ଶିଶୁ ବିରୋଧ ଅପରାଧ ରୋକିବାକୁ ହେବ ସ୍ୱତନ୍ତ୍ର ଶାଖା: ମୁଖ୍ୟମନ୍ତ୍ରୀ

December 30, 2020, ଓଡ଼ିଶା, , Anupambharat News Bureau


ମହିଳା ଓ ଶିଶୁ ବିରୋଧ ଅପରାଧ ରୋକିବାକୁ ହେବ ସ୍ୱତନ୍ତ୍ର ଶାଖା: ମୁଖ୍ୟମନ୍ତ୍ରୀ
Anupambharat News Bureau
December 30, 2020


କଟକ, ୩୦ା୧୨(ଅନୁପମ ମିଡ଼ିଆ): ଚାରି ଦିନ ଧରି ଚାଲିଥିବା ରାଜ୍ୟର ୬୨ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ ଆଜି ଉଦ୍‌ଯାପିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭର୍ଚୁଆଲ ମୋଡ୍‌ରେ ଯୋଗଦେଇ ଓଡିଶା ପୋଲିସର ଆଇନ ଶୃଙ୍ଖଳା ପରିଚାଳନା, କରୋନା ମହାମାରୀ ସମୟରେ ନିୟମ ପ୍ରଦର୍ଶନ, ବାମପନ୍ଥୀ ସଂସ୍ତ୍ରାସବାଦ କାର୍ଯ୍ୟକଳାପର ମୁକାବିଲା ଓ ଅପରାଧ ଦମନ ଆଦି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ତେବେ କରୋନା ସମୟରେ ଜନସାଧାରଣଙ୍କ ଜୀବନ ରକ୍ଷା ପାଇଁ ୯୩୦ ଜଣ ଓଡିଶା ପୋଲିସ ପ୍ଲାଜମା ଦାନ କରିଥିବାରୁ ଜନସାଧାରଣଙ୍କ ସେବାରେ ପୋଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଭର୍ଚୁଆଲ ମୋଡରେ ସେ ସୂଚନା ଦେଇଥିଲେ ଯେ, ଦକ୍ଷତାର ସହିତ କାର୍ଯ୍ୟ କରି ଓଡିଶା ପୋଲିସ ବାହିନୀର ୪୮ ଜଣ କରୋନା ଯୋଦ୍ଧା ଓ ମାଓ ଦମନ କାର୍ଯ୍ୟରେ ନିୟୋଜିତ ୨ ସହିଦ୍‌ ଯବାନଙ୍କ ପାଇଁ ଶୋକବ୍ୟକ୍ତ କରିଥିଲେ । ତେବେ ଆଧୁନିକ ଫୋରେନସିକ୍‌ କୌଶଳକୁ ଉପଯୋଗ କରି ଦୋଷୀ ସାବ୍ୟସ୍ତକୁ ଦଣ୍ଡ ଦେବା, ସଡକ ସୁରକ୍ଷାର ଗୁରୁତ୍ୱ, ମହିଳା ଓ ଶିଶୁମାନଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧକୁ ଗୁରୁତ୍ୱ ଦେଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ସ୍ୱତନ୍ତ୍ର ଶାଖା ଗଠନ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ସୂଚନା ଦେଇ ସେ କହିଥିଲେ, ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ଆଇନ ଶୃଙ୍ଖଳା ପରିସ୍ଥିତି ସ୍ଥିର ରହିଛି । ସୂଚନା ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ବ୍ୟବହାର ଫଳରେ ସାଇବର୍‌ କ୍ରାଇମ୍‌, ଅର୍ଥନୈତିକ ଅପରାଧ ଜନିତ ଆହ୍ୱାନକୁ ମୁକାବିଲା କରିପାରିଛି । ଏହି ଅବସରରେ ୨୦୨୧ ମଧ୍ୟରେ ରାଜ୍ୟରେ ୩୪ଟି ନୂଆ ସାଇବର ଥାନା ଓ ଅର୍ଥନୈତିକ ଅପରାଧ ଥାନା ଖୋଲାଯିବ ବୋଲି ସେ ଘୋଷଣା କରିଥିଲେ । ଏହି ଉଦ୍‌ଯାପନୀ ଦିବସ ଅବସରରେ ଗତ ଅକେଫାବର ମାସରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ହୋଇଥିବା ୬ଟି ନୂତନ ଥାନା, ଯଥା ଅନୁଗୁଳ ସଦର ଥାନା, ଭୁବନେଶ୍ୱର ସହରାଂଚଳ ଜିଲ୍ଲାର ଭରତପୁର ଥାନା, ଝାରସୁଗୁଡାର ସଦର ଥାନା, ଗାମ ଜିଲ୍ଲା ବେଲଗୁଣwା ଥାନା ଓ ଭଦ୍ରକ ଜିଲ୍ଲାର ସବରଙ୍ଗ ଏବଂ ପୀରହାଟ ଥାନାକୁ ଭର୍ଚୁଆଲ ମୋଡରେ ଉଦXାଟନ କରାଯାଇଥିଲା । ଶେଷରେ ରାଜ୍ୟ ପୋଲିସ ବାହିନୀର ମାଲକାନଗିରି ଆରକ୍ଷୀ ଅଧିକ୍ଷକ ଓ କନ୍ଧମାଳ ଅଧିକ୍ଷକଙ୍କୁ ମାଓ ଦମନ କ୍ଷେତ୍ରରେ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ ।
ଏହି ଭର୍ଚୁୁଆଲ ମୋଡରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଗୃହ, ଅର୍ଥ ବିଭାଗର ସଚିବମାନେ ଅଂଶ ଗ୍ରହଣ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଂଗ୍ରେସ ନେତା ବୁଟା ସିଂହଙ୍କ ଦେହାନ୍ତ

କଂଗ୍ରେସ ନେତା ବୁଟା ସିଂହଙ୍କ ଦେହାନ୍ତ

Read More...

ଜାନୁଆରୀ ପାଇଁ ଅନଲକ୍‌ ଗାଇଡ୍‌ଲାଇନ୍‌ ଜିରୋ ନାଇଟ, ନୂଆବର୍ଷ୍‌ ସେଲିବ୍ରେସନ୍‌ ମନା n ସ୍କୁଲ ଖୋଲିବା ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ n ଖୋଲିବ ସିନେମା ହଲ୍‌ n ଜାନୁୟାରୀ ୩୧ପର୍ଯ୍ୟନ୍ତ ଅଙ୍ଗନୱାଡି କେନ୍ଦ୍ର ବନ୍ଦ

ଜାନୁଆରୀ ପାଇଁ ଅନଲକ୍‌ ଗାଇଡ୍‌ଲାଇନ୍‌ ଜିରୋ ନାଇଟ, ନୂଆବର୍ଷ୍‌ ସେଲିବ୍ରେସନ୍‌ ମନା n ସ୍କୁଲ ଖୋଲିବା ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ n ଖୋଲିବ ସିନେମା ହଲ୍‌ n ଜାନୁୟାରୀ ୩୧ପର୍ଯ୍ୟନ୍ତ ଅଙ୍ଗନୱାଡି କେନ୍ଦ୍ର ବନ୍ଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page