ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ

December 30, 2020, ଓଡ଼ିଶା, , Anupambharat News Bureau


ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ
Anupambharat News Bureau
December 30, 2020


ଭୁବନେଶ୍ୱର, ୩୦ା୧୨ (ଅନୁପମ ମିଡ଼ିଆ): ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର(୮୫)ଙ୍କ ଆଜି ପରଲୋକ ହୋଇଯାଇଛି । ନିମୋନିଆରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଗତକାଲି ରାତି ପ୍ରାୟ ୧୨.୩୦ରେ ତାଙ୍କର ପରଲୋକ ହୋଇଥିବା ଜଣା ପଡିଛି । କିମ୍ବଦନ୍ତୀ ସଙ୍ଗୀତ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଶାନ୍ତନୁ ମହାପାତ ଜଣେ ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ଭାବେ ତାଙ୍କର ପ୍ରତିଭାର ଉଜ୍ୱଳ ସାକ୍ଷର ଛାଡି ଯାଇଛନ୍ତି । ସଙ୍ଗୀତ ପ୍ରତି ସେ ସାରା ଜୀବନ ସମର୍ପିତ ଥିଲେ । ତାଙ୍କ ବିୟୋଗରେ ଓଡିଶା ଜଣେ ସୁଯୋଗ୍ୟ ସନ୍ତାନଙ୍କୁ ହରାଇଛି । ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି ବୋଲି କହିଛନ୍ତି । ପ୍ରକାଶଥାଉକି ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ଶାନ୍ତନୁ ମହାପାତ୍ର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ‘ସୂର୍ଯ୍ୟମୁଖୀ’, ‘ଅରୁନ୍ଧତୀ’, ‘ଚିଲିକା ତୀରେ’, ‘ଡୋରା’ ଭଳି ଫିଲ୍ମର ସେ ସଙ୍ଗୀତ ନିର୍ଦ୍ଦେଶକ ଥିଲେ । ବିଭିନ୍ନ ଭାଷାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ଶାନ୍ତନୁ ହେଉଛନ୍ତି ପ୍ରଥମ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଯିଏକି ଓଡ଼ିଆ, ହିନ୍ଦୀ, ବଙ୍ଗାଳୀ, ଆସାମୀ, ତେଲୁଗୁ ଭାଷାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଓଡ଼ିଆ ଚଳଚ୍ଚିତ୍ର ଓ ସଂଗୀତ ଜଗତର କମ୍ବଦନ୍ତୀ ପୁରୁଷ ଶାନ୍ତନୁ ମହାପାତ୍ର ଅନେକ ଲୋକପ୍ରିୟ ଗୀତ ଶ୍ରୋତାଙ୍କୁ ଭେଟି ଦେଇଛନ୍ତି । ସେ ପ୍ରଥମ ଓଡ଼ିଆ ସଙ୍ଗୀତ
ନିର୍ଦେଶକ ଭାବେ ବଲିଉଡ୍‌ ଗାୟକ ମହମ୍ମଦ ରଫି ଓ ଲତା ମଙ୍ଗେସକରଙ୍କୁ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରାଇଥିଲେ । ସେ ଓଡ଼ିଆ ଭାଷା ବ୍ୟତୀତ ବଙ୍ଗାଳୀ ଏବଂ ହିନ୍ଦୀ ଭାଷାରେ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ପାଇଁ ସେ ଜାତୀୟ ଏବଂ ରାଜ୍ୟସ୍ତରରେ ମଧ୍ୟ ପୁରସ୍କୃତ ହୋଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜାନୁଆରୀ ପାଇଁ ଅନଲକ୍‌ ଗାଇଡ୍‌ଲାଇନ୍‌ ଜିରୋ ନାଇଟ, ନୂଆବର୍ଷ୍‌ ସେଲିବ୍ରେସନ୍‌ ମନା n ସ୍କୁଲ ଖୋଲିବା ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ n ଖୋଲିବ ସିନେମା ହଲ୍‌ n ଜାନୁୟାରୀ ୩୧ପର୍ଯ୍ୟନ୍ତ ଅଙ୍ଗନୱାଡି କେନ୍ଦ୍ର ବନ୍ଦ

ଜାନୁଆରୀ ପାଇଁ ଅନଲକ୍‌ ଗାଇଡ୍‌ଲାଇନ୍‌ ଜିରୋ ନାଇଟ, ନୂଆବର୍ଷ୍‌ ସେଲିବ୍ରେସନ୍‌ ମନା n ସ୍କୁଲ ଖୋଲିବା ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ n ଖୋଲିବ ସିନେମା ହଲ୍‌ n ଜାନୁୟାରୀ ୩୧ପର୍ଯ୍ୟନ୍ତ ଅଙ୍ଗନୱାଡି କେନ୍ଦ୍ର ବନ୍ଦ

Read More...

ଛ’ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଛ’ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page