ସୁଶାନ୍ତ ମାମଲା : ସିବିଆଇକୁ ରିପୋର୍ଟ ମାଗିଲେ ମହାରାଷ୍ଟ୍ରର ଗୃହମନ୍ତ୍ରୀ

December 27, 2020, ଦେଶ, , Anupambharat News Bureau


ସୁଶାନ୍ତ ମାମଲା : ସିବିଆଇକୁ ରିପୋର୍ଟ ମାଗିଲେ ମହାରାଷ୍ଟ୍ରର ଗୃହମନ୍ତ୍ରୀ
Anupambharat News Bureau
December 27, 2020


ମୁମ୍ୱାଇ - ଚଳିତ ବର୍ଷ ୧୪ ଜୁନରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ନିଜର ମୁମ୍ୱାଇ ସ୍ଥିତ ଆପାର୍ଟମେଣ୍ଟରେ ଫାଶୀ ଲଗେଇ ଆତ୍ମହତ୍ୟା କରିଥିଲେ । ସୁଶାନ୍ତଙ୍କର ମୃତୁ୍ୟରେ ସାରା ଦେଶର ଲୋକଙ୍କୁ ବହୁତ ବଡ଼ ଝଟକା ଲାଗିଥିଲା । ଜଣେ ଖୁସି ମିଜାଜ ଅଭିନେତା, ଯିଏ ନିଜର ସୁନ୍ଦର କାମ ଓ ଖୁସି ମିଜାଜ ଅନ୍ଦାଜ ପାଇଁ ଜଣାଶୁଣା ଥିଲେ, ତାଙ୍କର ଏମିତି ହଠାତି ଦୁନିଆ ଛାଡ଼ି ଚାଲିଯିବା ସମସ୍ତଙ୍କ ପାଇଁ ମଧ୍ୟ ଚକିତ କଲା ଭଳି ଥିଲା ।
ସୁଶାନ୍ତ ସିଂହ ରାଜପୁତଙ୍କର ମୃତୁ୍ୟ ମାମଲାରେ ଅନେକ ପ୍ରଶ୍ନ ଉଠିଥିଲା ଏବଂ ପ୍ରଶଂସକଙ୍କ ସହ ତାଙ୍କର ପରିବାର ଲୋକ ସନ୍ଦେହ କରିଥିଲେ କି କିଏ ତାଙ୍କର ହତ୍ୟା କରିଦେଇଛି । ଉକ୍ତ ମାମଲାର ତଦନ୍ତ ମୁମ୍ୱାଇ ପୁଲିସ୍‌ କରିଥିଲା ଏବଂ ତାଙ୍କୁ ଏଥିରେ ହତ୍ୟା କଲା ଭଳି କୌଣସି ସୁରାକ୍‌ ମିଳି ନ ଥିଲା । ହେଲେ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ପ୍ରୟାସ ସୋସିଆଲ ମିଡ଼ିଆରେ ଆରମ୍ଭ ହୋଇଯାଇଥିଲା ଏବଂ ପ୍ରଶଂସକମାନେ ଦାବି କରିଥିଲେ କି ମୁମ୍ୱାଇ ପୁଲିସ ପରିବର୍ତ୍ତେ ସିବିଆଇ ଦ୍ୱାରା ସୁଶାନ୍ତ ମାମଲାର ତଦନ୍ତ କରାଯାଉ, ଏଥିରେ ସତ ସାମନାକୁ ଆସିବ । ବର୍ତ୍ତମାନ ସିବିଆଇ ତଦନ୍ତକୁ ଆରମ୍ଭ ହେବାର ୫ମାସ ହୋଇଯାଇଛି କି;ୁ ସୁଶାନ୍ତଙ୍କ ମାମଲରେ କୌଣସି ଅପଡେଟ୍‌ ଆସିନାହିଁ । ଏଥିରେ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ୍‌ ପ୍ରଶ୍ନ ଉଠେଇଛନ୍ତି । ଗୃହମନ୍ତ୍ରୀ ଅନିଲ ଦେଶମୁଖ୍‌ ଏଏନ୍‌ଆଇ ସହ କଥାବାର୍ତ୍ତା ବେଳେ ସୁଶାନ୍ତଙ୍କ ମାମଲାରେ କହିଥିଲେ । କହିଥିଲେ ୫ମାସ ହୋଇଗଲା ଏବେ ସୁଦ୍ଧା କିଛି ସ୍ପଷ୍ଟ ହୋଇପାରିଲା ନାହିଁ । ସୁଶାନ୍ତଙ୍କର ମର୍ଡର ହୋଇଛି ନା ସେ ଆତ୍ମହତ୍ୟା କରିଛନ୍ତି । ସେପଟେ ଉକ୍ତ ମାମଲାରେ ସିବିଆଇର ସୂଚନା ଆସିଛି ଯେ, ଖୁବ୍‌ ଶୀଘ୍ର ଏହର ଖୁଲାସା କରାଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୁସ୍ଥ ହେଲେ ସୁପରଷ୍ଟାର ରଜନୀକାନ୍ତ

ସୁସ୍ଥ ହେଲେ ସୁପରଷ୍ଟାର ରଜନୀକାନ୍ତ

Read More...

ପୁଣି ବଢ଼ିଲା ଗାଡି କାଗଜପତ୍ରର ଅବଧି

ପୁଣି ବଢ଼ିଲା ଗାଡି କାଗଜପତ୍ରର ଅବଧି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page