୧୧ ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ

December 24, 2020, ଓଡ଼ିଶା, , Anupambharat News Bureau


୧୧ ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ
Anupambharat News Bureau
December 24, 2020


ଭୁବନେଶ୍ୱର, ୨୪ା୧୨(ଅନୁପମ ମିଡ଼ିଆ): ଗୁରୁବାର ରାଜ୍ୟର ୧୧ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ନେଇ ସୂଚନା ମିଳିଛି । ଫୁଲବାଣୀରେ ସବୁଠାରୁ କମ ତାପମାତ୍ରା ୪.୫ ଡିଗ୍ରି ଥିବାର ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ରାଜ୍ୟର ଅନ୍ୟ ଯେଉଁ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି, ସଥିମଧ୍ୟରେ ଅନୁଗୁଳରେ ଛ’ ଡିଗ୍ରୀ, ଦାରିଙ୍ଗବାଡିରେ ଆଠ, ଭବାନୀପାଟଣାରେ ୮.୨, କୋରାପୁଟରେ ୮.୬ , ଝାରସୁଗୁଡ଼ାରେ ୮.୮, ସୁନ୍ଦରଗଡ଼ରେ ୯.୫ , କେନ୍ଦୁଝରରେ ୯.୯, ବଲାଙ୍ଗୀରରେ ୯.୫ , ବୌଦ୍ଧରେ ୯.୫ ଏବଂ ସୋନପୁରରେ ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହାଛଡ଼ା କଟକରେ ୧୨ ଏବଂ ଭୁବନେଶ୍ୱର ଠାରେ ୧୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଭଥିବା ନେଇ ସୂଚନା ମିଳିଛି । ପ୍ରକାଶଥାଉକି ଗତ କିଛି ଦିନ ହେଲା ରାଜ୍ୟରେ ଶୀତ ଲହାରୀ ଜାରି ରହିଛି । ଆଭ୍ୟନ୍ତରଣୀୟ ଅଞ୍ଚଳରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେବାରେ ଲାଗିଛି । ଆହୁରି କିଛି ଦିନ ଏଭଳି ପାଗ ରାଜ୍ୟରେ ଲାଗି ରହିବ ବୋଲି କୁହାଯାଇଛି । ଚଳିତ ଥର ରାଜ୍ୟରେ ବିଳମ୍ବରେ ଥଣ୍ଡା ଅନୁଭୂତ ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୪ ଦିନରେ ବ୍ରିଟେନ୍‌ରୁ ଫେରିଛନ୍ତି ୪୩,  ସମ୍ପୃକ୍ତଙ୍କ ସ୍ୱାବ ସଂଗ୍ରହ ନିର୍ଦ୍ଦେଶ

୧୪ ଦିନରେ ବ୍ରିଟେନ୍‌ରୁ ଫେରିଛନ୍ତି ୪୩, ସମ୍ପୃକ୍ତଙ୍କ ସ୍ୱାବ ସଂଗ୍ରହ ନିର୍ଦ୍ଦେଶ

Read More...

ଓକିଲଙ୍କୁ ସାକ୍ଷାତ କରିପାରିବେ ପ୍ରଦୀପ,  ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ

ଓକିଲଙ୍କୁ ସାକ୍ଷାତ କରିପାରିବେ ପ୍ରଦୀପ, ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page