ଭିତରକନିକାରେ ଖୋଲିଲା ଅରଣ୍ୟ ନିବାସ

December 24, 2020, ଓଡ଼ିଶା, , Anupambharat News Bureau


ଭିତରକନିକାରେ ଖୋଲିଲା ଅରଣ୍ୟ ନିବାସ
Anupambharat News Bureau
December 24, 2020


ଭୁବନେଶ୍ୱର, ୨୪ା୧୨(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡ଼ିଓ କନ®ରେନ୍ସିଂ ମାଧ୍ୟମରେ ପର୍ଯ୍ୟଟନ ବିଭାଗ ତରଫରୁ ଭିତରକନିକାରେ ‘ଅରଣ୍ୟ ନିବାସ’ର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର,ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ୍‌ ଆର୍‌. ଯାଦବ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ,ମହିଳା ଶିଶୁ ବିକାଶ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଉପଦେଷ୍ଟା ସୁଲଚନା ଦାସ, ବିଜେଡ଼ି ମୁଖପାତ୍ର ସୁଲତା ଦେଓ, କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା, ବିଜେଡି ନେତ୍ରୀ ଏଲିନା ଦାଶ ମଧ୍ୟ ଉପସ୍ଥିତ ଥିଲେ । ଯେଉଁମାନେ ଭିତରକନିକାର ଅରଣ୍ୟ ନିବାସ ରେ ରାତ୍ରିଯାପନ କରିବାକୁ ଚାହୁଁଛନ୍ତି,ସେମାନେ ଆସନ୍ତାକାଲି ଠାରୁ ଡବ୍ଳୁଡବ୍ଳୁଡବ୍ଳୁ.ପାନ୍ଥନିବାସ.କମ୍‌ରେ ବୁକିଂ କରିପାରିବେ । ବର୍ତ୍ତମାନ ଅରଣ୍ୟ ନିବାସରେ ମୋଟ୍‌ ୧୨ଟି ରୁମ୍‌ର ବ୍ୟବସ୍ଥା କରାଯାଇଛି । ଭୋଜନ ପାଇଁ ଏକ ରେଷ୍ଟୁରାଣ୍ଟର ବ୍ୟବସ୍ଥା ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଉରକେଲାରେ ହେବ ଦେଶର ବୃହତମ ହକି ଷ୍ଟାଡିୟମ୍‌

ରାଉରକେଲାରେ ହେବ ଦେଶର ବୃହତମ ହକି ଷ୍ଟାଡିୟମ୍‌

Read More...

କର୍ଣ୍ଣାଟକରେ ନାଇଟ କର୍ଫୁ୍ୟ

କର୍ଣ୍ଣାଟକରେ ନାଇଟ କର୍ଫୁ୍ୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page