ପାକିସ୍ତାନରେ ୩୦% ପାଇଲଟ୍‌ ନକଲି !

December 20, 2020, ବିଦେଶ, , Anupambharat News Bureau


ପାକିସ୍ତାନରେ ୩୦% ପାଇଲଟ୍‌ ନକଲି !
Anupambharat News Bureau
December 20, 2020


ଇସ୍ଲାମାବାଦ : ବିମାନ ଉଡ଼ାଉଛନ୍ତି ନକଲି ପାଇଲଟ୍‌! ନକଲି କାଗଜପତ୍ର ଆଧାରରେ ବିମାନ ଉଡ଼ାଉଥିବା ୫୦ ପାଇଲଟଙ୍କ ଲାଇସେନ୍ସ ରଦ୍ଦ କରିଛନ୍ତି ସରକାର । ତେବେ ପାଇଲାଟଙ୍କୁ କିଭଳି ନକଲି ଲାଇସେନ୍ସ ମିଳୁଛି ସେନେଇ ତଦନ୍ତ କରିବାକୁ ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ପାକିସ୍ତାନ ସରକାରଙ୍କ ଚିନ୍ତା ବଢ଼ାଇଛନ୍ତି ନକଲି ପାଇଲଟ୍‌ । ପାକ୍‌ ସରକାର ୫୦ ନକଲି ପାଇଲଟଙ୍କ ଲାଇସେନ୍ସ ରଦ୍ଦ କରିଛନ୍ତି । ଚଳିତବର୍ଷ ୨୨ ମେରେ ପାକିସ୍ତାନ ଏୟରଲାଇନ୍ସ ବିମାନ ଦୁର୍ଘଟଣାରେ ୯୭ ଜଣଙ୍କ ଜୀବନ ଯିବା ପରେ ସରକାରଙ୍କ ଚେତା ପଶିଥିଲାା ଯାଞ୍ଚ ପରେ ବହୁ ନକଲି ପାଇଲଟ୍‌ ବିମାନ ଉଡ଼ାଣ କରୁଥିବା ନେଇ ଜଣାପଡ଼ିଥିଲା । ଦେଶର ସୁପ୍ରିମକୋର୍ଟରେ ଏନେଇ ସିଏଏ ରିପୋର୍ଟ ଦାଖଲ କରିଥିଲା । ଦେଶରେ ଥିବା ୮୬୦ ପାଇଲଟଙ୍କ ମଧ୍ୟରୁ ୨୬୦ ନକଲି କିମ୍ବା ସେମାନେ ପରୀକ୍ଷାରେ ହେରଫେର କରି ଲାଇସେନ୍ସ ହାସଲ କରିଛନ୍ତି । ବିଦେଶରେ କାମ କରୁଥିବା ପାକ୍‌ ପାଇଲଟଙ୍କ ଉପରେ କୂପ୍ରଭାବ ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହେବା ପରେ ସେମାନଙ୍କ ନାଁ ସାର୍ବଜନୀନ କରାଯାଇଥିବା ପାକ୍‌ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତିା ତେବେ ଏହା ପୂର୍ବରୁ ଚଳିତବର୍ଷ ଜୁଲାଇ ୬ରେ ୨୮ ନକଲି ପାଇଲଟ୍‌ଙ୍କ ଲାଇସେନ୍ସ ରଦ୍ଦ କରିଥିଲେ ପାକିସ୍ତାନ ସରକାରା





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲୋକଙ୍କୁ ପାଣି ପିଇବାକୁ ହେଲେ ବରଫ ତରଲାଇବାକୁ ପଡିଥାଏ !

ଲୋକଙ୍କୁ ପାଣି ପିଇବାକୁ ହେଲେ ବରଫ ତରଲାଇବାକୁ ପଡିଥାଏ !

Read More...

ହଠାତ ଗୁରୁଦ୍ୱାର ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦୀ

ହଠାତ ଗୁରୁଦ୍ୱାର ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page