ପ୍ରଦୀପଙ୍କ ଦୁର୍ନୀତି ମାମଲା: ତଦନ୍ତ କରିବ ଭିଜିଲାନ୍ସ

December 11, 2020, ଓଡ଼ିଶା, , Anupambharat News Bureau


ପ୍ରଦୀପଙ୍କ ଦୁର୍ନୀତି ମାମଲା: ତଦନ୍ତ କରିବ ଭିଜିଲାନ୍ସ
Anupambharat News Bureau
December 11, 2020


ଭୁବନେଶ୍ୱର, ୧୧ା୧୨(ଅନୁପମ ମିଡିଆ): ­ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗ ମାମଲାର ତଦନ୍ତ କରିବ ଭିଜିଲାନ୍ସ । ଦୁର୍ନୀତି ମାମଲାର ତଦନ୍ତ ଲାଗି ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାକୁ ୨ ମାସ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆସନ୍ତା ଫେବୃୟାରୀ ୧୨ରେ ମାମଲାର ପରବର୍ତ୍ତି ଶୁଣାଣି ହେବ ବୋଲି ଲୋକାୟୁକ୍ତ ସ୍ପଷ୍ଟ କରିଛନ୍ତି । ଗତ ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ଲାଗି ଲୋକାୟୁକ୍ତଙ୍କୁ ସୁପାରିସ କରିଥିଲେ । ଲୋକାୟୁକ୍ତ ଗଠନ ପରେ ପ୍ରଥମ ମାମଲା ଭାବେ ରାଜ୍ୟ ସରକାର ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତି ମାମଲାକୁ ସୁପାରିସ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସୁପାରିସକୁ ଗ୍ରହଣ କରି ଲୋକାୟୁକ୍ତ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ଭାବି ଜ୍ୱାଇଁ ଆକାଶ ପାଠକ ସହ ମିଶି ଟାଟା କମ୍ପାନୀରେ ଚାକିରୀ କରାଇଦେବା ନାମରେ ଲୋକଙ୍କ ଠାରୁ ଟଙ୍କାଆଦାୟ କରିଥିବା ଅଭିଯୋଗରେ ଗତ ୩ ତାରିଖରେ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ଏବେ ପ୍ରଦୀପ ପାଣିଗ୍ରାହୀ ଝାରପଡ଼ା ଜେଲ୍‌ ରେ ଅଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗର୍ଭଧାରଣ ପୋର୍ଟାଲ ଲୋକାର୍ପିତ

ଗର୍ଭଧାରଣ ପୋର୍ଟାଲ ଲୋକାର୍ପିତ

Read More...

ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି : ୧୨ ପ୍ରସ୍ତାବରେ ମୋହର,  ସ୍ୱାମୀନାଥନ୍‌ ସୁପାରିଶ ଲାଗୁ ପାଇଁ କେନ୍ଦ୍ରକୁ ଅନୁରୋଧ କରାଯିବ,  ଫୁଲବାଣୀରେ ଖୋଲିବ ମେଡିକାଲ କଲେଜ,  ବରଗଡ ପାଇଁ ଦୁଇଟିି ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ

ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି : ୧୨ ପ୍ରସ୍ତାବରେ ମୋହର, ସ୍ୱାମୀନାଥନ୍‌ ସୁପାରିଶ ଲାଗୁ ପାଇଁ କେନ୍ଦ୍ରକୁ ଅନୁରୋଧ କରାଯିବ, ଫୁଲବାଣୀରେ ଖୋଲିବ ମେଡିକାଲ କଲେଜ, ବରଗଡ ପାଇଁ ଦୁଇଟିି ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page