ଦିନରେ କଳି ରାତିରେ କୋଳାକୋଳି : ଏ ଚେଲାକୁମାର

December 06, 2020, ଓଡ଼ିଶା, , Anupambharat News Bureau


ଦିନରେ କଳି ରାତିରେ କୋଳାକୋଳି : ଏ ଚେଲାକୁମାର
Anupambharat News Bureau
December 06, 2020


ଭୁବନେଶ୍ୱର, ୬ା୧୨(ଅନୁପମ ମିଡ଼ିଆ): ଆଜି ଭାରତ ବର୍ଷର ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ସ୍ମରଣୀୟ ଦିବସ । ଆଜି ଭାରତ ର୍ବେର ସମ୍ବିଧାନ ପ୍ରଣେତା ବାବାସାହାହେବ ଆମ୍ବେଦକରଙ୍କର ପୂଣ୍ୟ ତିଥି । ସମ୍ବିଧାନ କଂଗ୍ରେସ ଦଳ ପାଇଁ ଗୀତା, ବାଇବେଲ, କୋରାନ ବା ଅନ୍ୟ କୌଣସି ଧର୍ମଗ୍ରନ୍ଥ ପରି ଅଟେ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ପ୍ରଭାରୀ ତଥା ସାଂସଦ ଡ. ଏ ଚେଲା କୁମାର କହିଲେ ଯେ ନୟାଗଡ଼ ଜିଲ୍ଲା ଯଦୁପୁର ଗ୍ରାମର ୫ବର୍ଷର ନିରୀହ ନିଷ୍ପାପ କଳିକା ପରି ଅକାରଣରେ ଝଡ଼ି ପଡ଼ିଗଲା । ପରୀର ମୃତୁ୍ୟ ରାଜ୍ୟ ସରକାରଙ୍କ ପାଇଁ ସବୁଠାର ଏକ ଲଜ୍ଜାଜନକ ଏବଂ ଅମାନବୀୟ ଘଟଣା । ଗତ ଜୁଲାଇ ୨୩ ପର ଠାରୁ ଆଜି ପର୍ଯ୍ୟନ୍ତ ପରୀର ହତ୍ୟାକାରୀ ପାଖରେ ରାଜ୍ୟ ପୋଲିସ ନପହଞ୍ଚିପାରିବା ଏବଂ ପରୀରର ବାପାମାଙ୍କୁ ନ୍ୟାୟ ପ୍ରଦାନ ନ କରିପାରିବା ଏ ରାଜ୍ୟ ସରକାରଙ୍କର ପୋଲିସର ଦକ୍ଷ୍ୟତା, କର୍ତ୍ତବ୍ୟପରାୟଣତା ଏବଂ ରାଜ୍ୟ ପ୍ରଶାସନର ଦକ୍ଷତା ସର୍ବୋପରି ଦୀର୍ଘ ୨୦ବର୍ଷ ଧରି ଗୃହ ବିଭାଗ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଅଛି । କି;ୁ ଏଥିରେ ଗୃହ ବିଭାଗର ମୁଖ୍ୟ ଏବଂ ସର୍ବୋପରି ପ୍ରତିଦିନ ନିଜକୁ ସଚ୍ଚୋଟ ଏବଂ ଉତ୍ତରଦାୟୀ ବୁଲାଉଥିବା ମୁଖ୍ୟମନ୍ତ୍ରୀଙ୍କର ଉତ୍ତର ଦାୟିତ୍ୱ ପ୍ରତି ପ୍ରଶ୍ନ ଉଠାଉଛି । ଓଡ଼ିଶାରେ ନାରୀ ହିଂସା, ଅତ୍ୟଚାର ଏବଂ ବଳାକିାର ଛୋଟ ଛୋଟ ଶିଶୁମାନଙ୍କ ନିଖୋଜ ଏବଂ ବଳାକିାର ବହୁମାତ୍ରାରେ ବର୍ଷକୁ ବର୍ଷ ବୃଦ୍ଧି ପାଉଛି । ଏନସିଆରବି ରିପୋର୍ଟ ଅନୁସାରେ ଓଡ଼ିଶା ଭାରତବର୍ଷର ତୃତୀୟ ବୃହତମ ରାଜ୍ୟ । ଯେଉଁଠାରେ ନାରୀ ହିଂସା ଅତ୍ୟାଚାର, ବଳାକିାର ଓ ଶିଶୁମାନଙ୍କ ନିଖୋଜର ତଥ୍ୟ ସାମନାକୁ ଆସୁଛି । କି;ୁ ଏ ରାଜ୍ୟର ମୁଖ୍ୟମନ୍ତ୍ରୀ ସମ୍ରାଟ ନିରୋ ଭଳି ବଂଶୀବାଦନ କରିବାରେ ଲାଗିପଡ଼ିଛନ୍ତିି । ପରୀ ଘଟଣାରେ କଂଗ୍ରେସ ଦଳ ପ୍ରଥମ ରାଜନୈତିକ ଦଳ ହିସାବରେ ଜୁଲାଇମାସ ୨୩ ତାରିଖ ପାଖରୁ ଆଜିପର୍ଯ୍ୟନ୍ତ ନୟାଗଡ ଜିଲ୍ଲାର ଏସ୍‌ପିଙ୍କୁ ସାକ୍ଷାତ କରିବା ଏବଂ ତଦନ୍ତ ପ୍ରକ୍ରିୟାକୁ ଯୋରଦାର କରିବା ପାଇଁ ମେମୋରେଣ୍ଡମ ଦେଇଥିଲା । ନୟାଗଡ଼ ଜିଲ୍ଲାର ଜିଲ୍ଲାପାଳଙ୍କୁ ଭେଟି ସମାନ କଥା ଉଠାଇଥିଲା ଏବଂ ନୟାଗଡ଼ ଜିଲ୍ଲାରେ ଆନ୍ଦୋଳନ ମଧ୍ୟ ଚାଲୁ ରଖିଛି । ଓଡ଼ିଶା ମାନବିକ ଅଧିକାର କମିଶନରେ କେସ ଦାୟର କରାଯାଇଛି । ନୟାଗଡ଼ ଜିଲ୍ଳାର ସମସ୍ତ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଏ ଘଟଣାରେ ନ୍ୟାୟ ପ୍ରଦାନକୁ ତ୍ୱରିତ କରିବାପାଇଁ ଚିଠି ଲେଖାଯାଇଛି । କଂଗ୍ରେସ ଦଳ ପକ୍ଷରୁ ଏକ ଫ୍ୟାକଫ ଫାଇଣ୍ଡିଂ ଟିମ୍‌କୁ ପଠାଯାଇଥିଲା ଘଟଣା ସ୍ଥଳକୁ ଯାଇ ତଥ୍ୟ ସନ୍ଧାନ କରିବାପାଇଁ । କିନ୍ତ ଗତ ବିଧାନସଭାରେ କଂଗ୍ରେସ ଦଳ ହିଁ ପରୀ ଘଟଣାକୁ ପ୍ରଥମେ ବିଧାନସଭାରେ ଆଗତ କରିଥିଲା ସେତେବେଳେ ରାଜ୍ୟର ବିରୋଧୀ ଦଳର ମାନ୍ୟତ ପାଇଥିବା ବିଜେପି ଦଳ ଏ ପ୍ରସଙ୍ଗ ବାବଦରେ ବିଧାନସଭାରେ ଉଠାଇ ନଥିଲେ । କଂଗ୍ରେସ ଦଳ ପରୀ
ଘଟଣାରେ ଗୃହକୁ ଅଚଳ କରି ରଖିଲା ଏବଂ ଏସଆଇଟି ଏବଂ ହାଇକୋର୍ଟର ଜଣେ ସିଂଟିଂ ଜଜ୍‌ଙ୍କ ତତ୍ତ୍ୱାବଧାନାରେ ଏ ଘଟଣାର ଅନୁସନ୍ଧାନ କରିବା ପାଇଁ ଦାବି ରଖିଲା । ବିଜେପି କହୁଛି କଂଗ୍ରେସ ଦଳ ମ୍ୟାନେଜ ହୋଇଯାଇଛି କି;ୁ ପ୍ରକୃତ କଥା ସାରା ଓଡ଼ିଶାବାସୀ ଜାଣି ସାରିଛନ୍ତି ବିଜେପି ଏବଂ ବିଜେଡ଼ି ଏକ ଏମାନେ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ଦିନରେ କଳି ରାତିରେ କୋଳାକୋଳି ଏହା ହେଉଛି ତାଙ୍କର ଚରିତ୍ର । ମୁଁ ରାଜ୍ୟ ବାସୀଙ୍କ ସାମନାରେ କେତେଗୁଡିଏ ତଥ୍ୟ ଉପସ୍ଥାପନ କରିବା ପାଇଁ ଚାହୁଁଛି ବିଜେଡ଼ି ବିଜେପି ଭିତରେ ଏକ ବୁଝାମଣା ଓ ସୁବିଧାବାଦୀ ରାଜନୀତି ଚାଲିଛି । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଉଭୟ ଦଳ ରାଜ୍ୟର ମିଳିତ ଭାଗୀଦାରୀ ସରକାରର ଥିଲେ । ସେ ସରକାର ସମୟରେ ଯେଉଁ ଜମି ଦୁର୍ନୀତି, ଜଳ ଦୁର୍ନୀତି, ଡାଲି ଦୁର୍ନୀତିର କଥା ଉଠିଥିଲା ସେଗୁଡ଼ିକ ଆଜିପର୍ଯ୍ୟନ୍ତ ତାର ପର୍ଦାଫାଶ କରାଗଲା ନାହିଁ । ବିଜେପିର ଆବଶ୍ୟକ ବିଧାୟକଙ୍କ ସଂଖ୍ୟା ନଥାଇ କିଭଳି ଅଶ୍ୱନୀବୈଷ୍ଣ ରାଜ୍ୟ ସଭାକୁ ସାଂସଦ ହୋଇପାରିଲେ । ଏଥିରେ କିଏ ତାଙ୍କୁ ସାହାଯ୍ୟ କଲା ଏବଂ କାହିଁକି କଲା । ୨୦୧୪ ପାଖରୁୂ ନରେନ୍ଦ୍ର ମୋଦୀଙ୍କ ସରକାର ଯେତେ ସବୁ ଜନବିରୋଧି ଆଇନ ବିମୁଦ୍ରୀ କରଣ, ଜିଏସ୍‌ଟି, କୃଷକ ବିରୋଧୀ ଆଇନ ଏ ସବୁକୁ ସର୍ବ ପ୍ରଥମେ କିଏ ସମର୍ଥନ ଜଣାଇଛି । ରାଜ୍ୟ ସଭାରେ ଡେପୁଟି ଚ୍ୟାଆରମ୍ୟାନ ନିର୍ବାଚନରେ ବିଜେଡ଼ି କାହାକୁ ସାହାଯ୍ୟ କରିଛି । ପ୍ରଶ୍ନ କରାଯାଉଛି ଭାରତୀୟ ଜନତାପାର୍ଟି ସିବିଆଇ ଇନ୍‌କ୍ୱାରୀ ପାଇଁ ଦାବି କରୁଛି । ରାଜ୍ୟରେ ବହୁଚର୍ଚ୍ଚିତ ଇତିଶ୍ରୀ ଘଟଣାକୁ ସିବିଆଇ ଇନ୍‌କ୍ୱ୍ୟାରୀ କରୁଥିଲା ଏବଂ ସେଥିରୁ ଯେଉଁ ଫଳାଫଳ ମିଳିଲା ତାହା ସମସ୍ତଙ୍କୁ ଜଣା । ଇତିଶ୍ରୀ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସେତେବେଳେର ବିଜେଡ଼ିର ବରିଷ୍ଠ ନେତା ଜୟରାମ ପାଙ୍ଗୀ ସିବିଆଇ ଇନ୍‌କ୍ୱାରୀ ଚାଲିଥିବା ବେଳେ ବିଜେପିରେ ମିଶିଥିଲେ ତାପରେ ସିବିଆଇ ଇନ୍‌କ୍ୱାରୀ ବାଟମାରଣା ହୋଇଗଲା । ମୋର ପ୍ରଶ୍ନ ବିଜେପିକୁ କିଭଳି ଭାବରେ ଜଣେ ଆରୋପି ରାଜନୈତିକ ବ୍ୟକ୍ତି ତାଙ୍କ ବାବଦରେ ଇନ୍‌କ୍ୱାରୀ ଚାଲିଥିଲା ବେଳେ ଆପଣ ଜାଣିଥିଲେ କିଭଳି ଆପଣଙ୍କ ଦଳରେ ସାମିଲ କଲେ, ଏହା ଆପଣଙ୍କ ଦଳର ସ୍ୱଚ୍ଛ ରାଜନୀତିର ଆଭିମୁଖ୍ୟକୁ ସ୍ପଷ୍ଟ କରୁଛିକି । ରାଜ୍ୟରେ ମାଇନୋରଟି କମିଶନ ଶାସକ ବିଜେଡ଼ି ଦଳ ନୀରବ କାହିଁକି । ରାଜ୍ୟରେ ୩୬୦୦ କୋଟି ଟଙ୍କାର ଖଣି ଦୁର୍ନୀତିର ଅଭିଯୋଗ ରାଜ୍ୟ କଂଗ୍ରେସ ଆଣିଲାବେଳେ କାହିଁକି ବିଜେପି ଚୁପ । ଆଜି ଏ ରାଜ୍ୟରେ ଜଣେ ତାମିଲ ଆଇଏସ୍‌ ଅଫିସର ନିଜକୁ ସର୍ବମାନ୍ୟ ବୁଲାଉଥିଲାବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଅଙ୍କ ସହିତ ଖଣି କାରବାରରେ ଲିପ୍ତ ଅଛନ୍ତି କି ନାହିଁ । ବିଜେପି ଏବଂ ବିଜେଡ଼ି ଉଭୟ ମିଳିତ ଭାବରେ ରାଜ୍ୟର ସଂପତିକୁ ହରିଲୁଟ କରିଚାଲିଛନ୍ତି । ତାଙ୍କର ରାଜ୍ୟର ପ୍ରଗତି ଏବଂ ରାଜ୍ୟର ଅବହେଳିତ ଜନତାଙ୍କ ଦୁଃଖଦୁର୍ଦ୍ଦଶାକୁ ଦୁରକରିବାରେ ସାମନ୍ୟତମ ଆନ୍ତରିକତା ନାହିଁ ବୋଲି ସେ କହିଥିଲେ । ଆଜିର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରnନ ପଟ୍ଟନାୟକ ,ବିଧାୟକ ଦଳର ନେତା ନରସିଂହ ମିଶ୍ର ଅନ୍ୟମାନଙ୍କ ମଧ୍ୟରେ ଏଆସିସି ସଂପାଦକ ରୁଦ୍ର ରାଜୁ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତାମିଲନାଡ଼ୁରେ ପ୍ରବଳ ବର୍ଷା, ସାତ ମୃତ

ତାମିଲନାଡ଼ୁରେ ପ୍ରବଳ ବର୍ଷା, ସାତ ମୃତ

Read More...

ଖେଳରତ୍ନ ପୁରସ୍କାର ଫେରାଇବେ ବିଜେନ୍ଦ୍ର

ଖେଳରତ୍ନ ପୁରସ୍କାର ଫେରାଇବେ ବିଜେନ୍ଦ୍ର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page