ବିଜେପି ସହ ଭଲ ସମ୍ବନ୍ଧ ରଖିଥଲେ ଏବେ ବି ମୁଖ୍ୟମନ୍ତ୍ରୀ ଥାଆନ୍ତି: କୁମାରସ୍ୱାମୀ

December 06, 2020, ଦେଶ, , Anupambharat News Bureau


ବିଜେପି ସହ ଭଲ ସମ୍ବନ୍ଧ ରଖିଥଲେ ଏବେ ବି ମୁଖ୍ୟମନ୍ତ୍ରୀ ଥାଆନ୍ତି: କୁମାରସ୍ୱାମୀ
Anupambharat News Bureau
December 06, 2020


ବେଙ୍ଗାଲୁରୁ : କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡ଼ି କୁମାରସ୍ୱାମୀ ଶନିବାର ଦିନ ଏକ ବିସ୍ପୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି କଂଗ୍ରେସ ସହ ହାତ ମିଶାଇ ଜନତାଙ୍କ ଦୀର୍ଘ ୧୨ ବର୍ଷର ବିଶ୍ୱାସକୁ ସେ ହରେଇ ଦେଇଛନ୍ତି । ସେ କହିଛନ୍ତି ଯେ ସେ କଂଗ୍ରେସ ଜାଲରେ ଫସିଯାଇଥିଲେ ।
ସେ କଂଗ୍ରେସ ନେତା ସିଦ୍ଧରମେୟାଙ୍କ ଉପରେ ଷଡଯନ୍ତା ଆରୋପ ଲଗାଇ କହିଛନ୍ତି ଯେ ବିଜେପି ବି ତାଙ୍କୁ ଏମିତି ଧୋକା ଦେଇନି । ସିଦ୍ଧରମେୟା କୁମାରସ୍‌ୱାମୀଙ୍କୁ ଓଲଟା ଆକ୍ରମଣ କରି କହିଛନ୍ତି ଯେ ସେ ମିଛ କହିବାରେ ଗୁରୁ ଏବଂ ଲୁହ ଗଡ଼ାଇବା ତାଙ୍କ ପରିବାରର ପୁରୁଣା ଅଭ୍ୟାସ । କୁମାରସ୍ୱାମୀ ମହୀଶୂରରେ କହିଥିଲେ ଯେ, ‘ଯଦି ବିଜେପି ସହ ଭଲ ସମ୍ବନ୍ଧ ରଖିଥାନ୍ତି ତାହେଲେ ଆଜି ବି ମୁଖ୍ୟମନ୍ତ୍ରୀ ଥାନ୍ତି । ମୁଁ ୨୦୦୬-୦୭ରେ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟବାସୀଙ୍କ ଭରସା ହାସଲ କରିଥିଲି ଏବଂ ଏହି ବିଶ୍ୱାସ ଓ ଭରସାକୁ ୧୨ ବର୍ଷ ଯାଏଁ ବଜାୟ ରଖିଥିଲି । କି;ୁ କଂଗ୍ରେସ ସହ ହାତ ମିଶାଇ ମୁଁ ସେ ଭରସା ହରେଇ ଦେଇଛି । ’
ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ତାଙ୍କୁ କଂଗ୍ରେସ ସହ ହାତ ମିସାଇବାର ନଥିଲା । କି;ୁ ଦଳ ସୁପ୍ରିମୋ ଏଚଡ଼ି ଦେବେଗୌଡ଼ାଙ୍କ କାରଣରୁ ମହାମେଣ୍ଟ ସରକାର ପାଇଁ ସେ ରାଜି ହୋଇଥିଲେ । କୁମାରସ୍ୱାମୀ ଆଗକୁ କହିଛନ୍ତି, ‘ଦେବେଗୌଡ଼ାଙ୍କ ଭାବନା ଯୋଗୁଁ ସେ ଜାଲରେ ଫସିଗଲେ ଯେଉଁଥିପାଇଁ ସ୍ୱତନ୍ତ୍ର ଭାବେ ୨୮-୪୦ ଆସନ ଜିତୁଥିବା ତାଙ୍କ ଦଳ ଗତ ୩ବର୍ଷ ହେଲା ତାର ଫଳ ଭୋଗୁଛି ।’
କୁମାରସ୍ୱାମୀ ସ୍ପଷ୍ଟ କରିଛନ୍ତି ଯେ ସେ ଏଥିପାଇଁ ଦେବେଗୌଡ଼ାଙ୍କୁ ଦୋଷ ଦେଉନାହାନ୍ତି । କାରଣ ଧର୍ମ ନିରପେକ୍ଷ ପରିଚୟ ପ୍ରତି ନିଜ ପିତାଙ୍କ ଆଜୀବନ ପ୍ରତିବଦ୍ଧତାକୁ ବୁଝନ୍ତି ଏବଂ ସମ୍ମାନ କରନ୍ତି । ସୂଚନାଯୋଗ୍ୟ ଯେ ୨୦୧୮ କର୍ଣ୍ଣାଟକ ବିଧାନସଭା ର୍ନିବାଚନରେ କୌଣସି ଦଳକୁ ବହୁମତ ମିଳିନଥିଲା । ସେତେବେଳେ ପରସ୍ପର ବିରୋଧରେ ନିର୍ବାଚନ ଲଢ଼ୁଥିବା କଂଗ୍ରେସ-ଜେଡିଏସ ମିଶି ସରକାର ଗଠନ କରିଥିଲେ ଏବଂ କୁମାରସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଇଥିଲା । ଉଭୟ ଦଳ ମିଶି ଗତବର୍ଷ ଲୋକସଭା ନିର୍ବାଚନ ଲଢ଼ିଥିଲେ ।
ଏହାପରେ ମହାମେଣ୍ଟରେ ଆନ୍ତରିକ କନ୍ଦଳ ସୃଷ୍ଟି ହୋଇଥିଲା । କିଛି ନେତାଙ୍କ ବିଦ୍ରୋହ ଯୋଗୁଁ ମେଣ୍ଟ ମଧ୍ୟ ଭାଙ୍ଗି ଯାଇଥିଲା । କୁମାରସସ୍ୱାମୀଙ୍କ ଆରୋପ ଉପରେ ପାଲଟା ଜବାବ ରଖି ସିଦ୍ଧରମେୟା କହିଛନ୍ତି ଯେ, ‘କୁମାରସ୍ୱାମୀ ମିଛ କହିବାରେ ଗୁରୁ, ସେ ରାଜନୀତିରେ ପରିସ୍ଥିତି ଅନୁସାରେ ମିଛ କହିପାରନ୍ତି । ଜେଡିଏସକୁ ୩୭ ଆସନ ମିଳିବା ସେ‰ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା କଣ ମୋର ଭୁଲ ଥିଲା ?’





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତ ବନ୍ଦ ସଫଳ ହୋଇବ କି ?

ଭାରତ ବନ୍ଦ ସଫଳ ହୋଇବ କି ?

Read More...

ଏସସିବି ମେଡିକାଲ କଲେଜର େୱବ୍‌ସାଇଟ୍‌ ଲୋକାର୍ପିତ:  ପ୍ରତିଷ୍ଠାନକୁ ବିଶ୍ୱସ୍ତରୀୟ କରାଯିବ: ମୁଖ୍ୟମନ୍ତ୍ରୀ

ଏସସିବି ମେଡିକାଲ କଲେଜର େୱବ୍‌ସାଇଟ୍‌ ଲୋକାର୍ପିତ: ପ୍ରତିଷ୍ଠାନକୁ ବିଶ୍ୱସ୍ତରୀୟ କରାଯିବ: ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page