ଜାନୁଆରୀ ପହିଲାରୁ ବଦଳିବ ପାଣି ବୋତଲ ପାଇଁ ନିୟମ

December 04, 2020, ଦେଶ, , Anupambharat News Bureau


ଜାନୁଆରୀ ପହିଲାରୁ ବଦଳିବ ପାଣି ବୋତଲ ପାଇଁ ନିୟମ
Anupambharat News Bureau
December 04, 2020


ନୂଆଦିଲ୍ଲୀ: ବଜାରରେ ମିଳୁଥିବା ପାଣିର ସ୍ୱାଦ ପରିବର୍ତ୍ତନ ହେବାକୁ ଯାଉଛ । ପ୍ୟାକେଜଡ୍‌ ଡ୍ରିଙ୍କିଙ୍ଗ ୱାଟର ସ୍ୱାଦ ପରିବର୍ତ୍ତନ ହେବାକୁ ଥିବା ନେଇ ନୂଆ ଗାଇଡ୍ଲାଇନ୍‌ ଜାରି କରିଛି ଫୁଡ୍‌ ସେଫଫି ଷ୍ଟାଣ୍ଡାର୍ସ ଅଥୋରିଟି ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ)ା
ଜାନୁଆରୀ ପହିଲାରୁ ଏହି ନିୟମ ଲାଗୁ ହେବ । ଏଫ୍‌ଏସ୍‌ଏସ୍‌ଏଆଇର ଗାଇଡ୍ଲାଇନ୍‌ ଅନୁସାରେ ବୋତଲ ପାଣି ପ୍ରସ୍ତୁତ କରୁଥିବା କମ୍ପାନୀ ପ୍ୟାକେଜï୍‌ ୱାଟର ପ୍ରସ୍ତୁତ କରିବେ । ତେବେ କମ୍ପାନୀଗୁଡ଼ିକ ଏହି ନିୟମ ବହୁ ଆଗରୁ ମାନିବାକୁ ଥିଲା କି;ୁ ବହୁ ବଚାର ବିମର୍ଶ ପରେ ଏହାକୁ ବାଧ୍ୟତାମୂଳକ କରିଛି ଏଫ୍‌ଏସ୍‌ଏସ୍‌ଏଆଇ ।ମନିକଂଟ୍ରୋଲ୍‌.କମ୍ରେ ପ୍ରକାଶିତ ଖବର ଅନୁସାରେ ଏଫ୍‌ଏସ୍‌ଏସ୍‌ଏଆଇ ଗାଇଡ୍ଲାଇନ୍‌ ଅନୁସାରେ ପ୍ୟାକେଜï୍‌ ପାଣି ତିଆରି କରୁଥିବା କମ୍ପାନୀ ୧ ଲିଟର ପାଣି ବୋତଲରେ ୨୦ ମିଲିଗ୍ରାମ୍‌ କ୍ୟାଲ୍ସିୟମ୍‌ ଓ ୧୦ ମିଲିଗ୍ରାମ୍‌ ମ୍ୟାଗ୍ନେସିୟମ ମିଶାଇବେ । ମିନେରାଲ୍ସ ସ୍ୱାସ୍ଥ୍ୟ ପାଇଁ ହିତକର । ତେଣୁ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (ଏନଜିଟି) ପ୍ୟାକେଜିଂ ପାଣିରେ ଖାସ ମିନେରାଲ୍ସ ମିଶାଇବାକୁ ଏଫ୍‌ଏସ୍‌ଏସ୍‌ଏଆଇକୁ କହିଥିଲେ ।ଏନଜିଟି ୨୯ ମେ ୨୦୧୯ରେ ନିର୍ଦେଶ ଜାରି କରିଥିଲେ । ଏହାକୁ ଲାଗୁ କରିବା ପାଇଁ କମ୍ପାନୀଗୁଡ଼ିକୁ ଦୁଇ ଥର ସମୟ ମଧ୍ୟ ଦିଆଯାଇଛି । କି;ୁ ଏଥର କମ୍ପାନୀ ଆଉ ସମୟ ମାଗିପାରିବେ ନାହିଁ । ଏବେ ସରକାର ୩୧ ଡିସେମ୍ବର ୨୦୨୦ ଡେଡ୍ଲାଇନ୍‌ ଧାର୍ଯ୍ୟ କରିଛନ୍ତି । ଭାରତୀୟ ବଜାରରେ ଅନେକ କମ୍ପାନୀ ପ୍ୟାକେଜିଂ ୱାଟର ବିକ୍ରୟ କରୁଛନ୍ତି । ଭାରତରେ ପ୍ରତି ବର୍ଷ ୩୦୦୦ କୋଟି ଟଙ୍କାର ପ୍ୟାକେଜï୍‌ ପାଣି ବିକ୍ରି ହେଉଛି । ବିଭିନ୍ନ କମ୍ପାନୀ ୫୦୦ ଏମଏଲ୍‌, ୨୫୦ ଏମଏଲ୍‌, ୧ ଲିଟର, ୧୫-୨୦ ଲିଟର ପାଣି ବୋତଲ୍‌ ବିକ୍ରି କରୁଛନ୍ତି । କି;ୁ ବଜାରରେ ୪୨ ପ୍ରତିଶତ କେବଳ ୧ ଲିଟର ପାଣି ବୋତଲ ବିକ୍ରି ହେଉଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୁପର ପାୱାର ହେବାକୁ ସୁପର ସୋଲଜର୍‌ ତିଆରି କରିଛି ଚୀନ୍‌

ସୁପର ପାୱାର ହେବାକୁ ସୁପର ସୋଲଜର୍‌ ତିଆରି କରିଛି ଚୀନ୍‌

Read More...

ଭାରତର ଧନୀ ମହିଳା ବ୍ୟବସାୟୀଙ୍କ ମଧ୍ୟରେ ରୋସନି ଓ କିରୋନ୍‌

ଭାରତର ଧନୀ ମହିଳା ବ୍ୟବସାୟୀଙ୍କ ମଧ୍ୟରେ ରୋସନି ଓ କିରୋନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page