ଅମରିନ୍ଦର -ସିଦ୍ଧୁଙ୍କ ମଧ୍ୟରେ ବିବାଦ ଘନେଇଲା

May 19, 2019, ଦେଶ, , Anupambharat News Bureau


ଅମରିନ୍ଦର -ସିଦ୍ଧୁଙ୍କ ମଧ୍ୟରେ ବିବାଦ ଘନେଇଲା
Anupambharat News Bureau
May 19, 2019

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପେଫନ୍‌ ଅମରିନ୍ଦର ସିଂହ ଓ ଦଳୀୟ ନେତା ତଥା ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ବିସ୍ପୋରକ ରୂପ ନେଇଛି । ସିଦ୍ଧୁ ହିଁ ବିବାଦୀୟ ବୟାନ ଦେଇ କଂଗ୍ରେସ ଓ ପଞ୍ଜାବ ସରକାରଙ୍କୁ ବଦନାମ କରୁଛନ୍ତି । ଏପରି କି ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଷଡ଼ଯନ୍ତ୍ର କରୁଥିଲେ ବୋଲି ଖୋଦ୍‌ କ୍ୟାପେଫନ୍‌ ଅମରିନ୍ଦର ସିଂହ କହିଛନ୍ତି । ପଟିଆଲାରେ ଭୋଟ୍‌ ଦେବାକୁ ଯିବା ପୂର୍ବରୁ କ୍ୟାପେଫନ୍‌ ଅମରିନ୍ଦର ସିଂହ କହିଛନ୍ତି, ଯଦି ପ୍ରକୃତରେ ସିଦ୍ଧୁ ଜଣେ କଂଗ୍ରେସ ନେତା ହୋଇଥାଆନ୍ତେ, ତା’ହେଲେ ସେ କେବେ ହେଲେ ପଞ୍ଜାବର ଭୋଟ୍‌ ଗ୍ରହଣ ସମୟରେ ନିଜର ଅଭିଯୋଗ ସର୍ବସମ୍ମୁଖରେ ଉପସ୍ଥାପନ କରି ନଥାଆନ୍ତେ । ସିଦ୍ଧୁ ନିକଟରେ କହିଥିଲେ ଯେ ମୋ ପାଇଁ ତାଙ୍କ ପତ୍ନୀ ଚଣ୍ଡିଗଡ଼ରୁ ଟିକେଟ୍‌ ପାଇ ପାଇଲେ ନାହିଁ । ସିଦ୍ଧୁ ଏଭଳି ଅପ୍ରାସଙ୍ଗିକ ବୟାନ ଦେଇ କଂଗ୍ରେସର କ୍ଷତି କରୁଛନ୍ତି । ଏଇଟା ତାଙ୍କର ବ୍ୟକ୍ତିଗତ ନିର୍ବାଚନ ନୁହେଁ । ଏହା ପୂରା କଂଗ୍ରେସର ନିର୍ବାଚନ । ଏବେ ଦଳର ହାଇକମାଣ୍ଡ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ । ହେଲେ ଦଳରେ ବିଶୃଙ୍ଖଳା ଆଦୌ ଗ୍ରହଣୀୟ ନୁହେଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆୟୁଷ ଡାକ୍ତରଙ୍କ ଭରସାରେ ଗଞ୍ଜାମ ସରକାରୀ ମେଡ଼ିକାଲ୍‌

ଆୟୁଷ ଡାକ୍ତରଙ୍କ ଭରସାରେ ଗଞ୍ଜାମ ସରକାରୀ ମେଡ଼ିକାଲ୍‌

Read More...

ଅଂଶୁଘାତ ନଲାଗିବାକୁ ପିଆଜ ବଣ୍ଟନ

ଅଂଶୁଘାତ ନଲାଗିବାକୁ ପିଆଜ ବଣ୍ଟନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page