ସମସ୍ତେ ଭୁଲି ଗଲେ ମୋତିଲାଲ ଗୌଡ଼ ଉପାଖ୍ୟାନ

December 03, 2020, ଓଡ଼ିଶା, , Anupambharat News Bureau


ସମସ୍ତେ ଭୁଲି ଗଲେ ମୋତିଲାଲ ଗୌଡ଼ ଉପାଖ୍ୟାନ
Anupambharat News Bureau
December 03, 2020


କଟକ,୩ା୧୨(ଅନୁପମ ମିଡ଼ିଆ): ଏବେ ନୟାଗଡ଼ର ପରୀ ହତ୍ୟାକୁ ନେଇ ରାଜ୍ୟ ସାରା ଚାଲିଛି ତୁମ୍ବିତୋଫାନ । ସମତାଳରେ ଗଞ୍ଜାମ ଜିଲ୍ଲା ଗୋପାଳପୁର ବିଧାୟକ ଡଃ ପ୍ରଦୀପ ପାଣିଗ୍ରାହୀଙ୍କ କୁବେର ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କ ସହ ସମ୍ପର୍କ ମଧ୍ୟ ସମସ୍ତ ଗଣମାଧ୍ୟମର ମୁଖ୍ୟ ଖବର ପାଲଟିଛି । ପରୀ ହତ୍ୟା ମାମଲାରେ ରାଜ୍ୟର ମନ୍ତ୍ରୀ ଅରୁଣ କୁମାର ସାହୁ ଜଡ଼ିତ ବୋଲି ବିଜେପି ପକ୍ଷରୁ ସିଧାସଳଖ ଅଭିଯୋଗ କରାଯାଇଛି । ମାତ୍ର ୪ ବର୍ଷ ତଳେ ୨୦୧୬ରେ ରାଜ୍ୟରେ ଚହଳ ସୃଷ୍ଟି କରିଥିବା ଡାକ୍ତର ମୋତିଲାଲ ଗୌଡ଼ ମାମଲାକୁ ସମସ୍ତେ ଭୁଲି ଯାଇଛନ୍ତି । ଗୌଡ଼ ଫ୍ୟାକଫ୍ରି ଓ ବଏଲର ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ ଥିଲା ବେଳେ ଜାଲ କାଗଜପତ୍ର ପ୍ରସ୍ତୁତ କରି ୫ଟି ପଥୋଲୋଜି ଲ୍ୟାବ ପ୍ରତିଷ୍ଠା କରିଥିଲେ । ଏପରିକି ମାଉଣ୍ଟ ଇଣ୍ଡିଆ ଅକୁ୍ୟପେସନାଲ ହେଲ୍‌ଥ ସେଣ୍ଟର ଆଣ୍ଡ ଡାଇଗ୍ନୋଷ୍ଟିକ୍ସର ନିର୍ଦ୍ଦେଶକ ଥିଲେ ତାଙ୍କ ପତ୍ନୀ ରେଶମୀ ମରୀ । ରାଜ୍ୟରେ ଥିବା ନାଲକୋ ପରି ନବରତ୍ନ କମ୍ପାନୀ ଗୁଡ଼ିକୁ ମାଉଣ୍ଟ ଇଣ୍ଡିଆ ଅକୁ୍ୟପେସନାଲ ହେଲ୍‌ଥ ସେଣ୍ଟର ଆଣ୍ଡ ଡାଇଗ୍ନୋଷ୍ଟିକ ସହ ୫ଟି ଲ୍ୟାବରେ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଜାଲ ଗେଜେଟ ବିଜ୍ଞପ୍ତି ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ସୁକାନ୍ତ ଆଚାର୍ଯ୍ୟ ନାମକ ଜଣେ ବ୍ୟକ୍ତି ଯେ କି କ୍ୟାପିଟାଲ ହସପିଟାଲରେ କାର୍ଯ୍ୟ କରୁଥିଲେ ସେ ଗୌଡ଼ଙ୍କ ପାଇଁ ଉକ୍ତ ଲ୍ୟାବ ଗୁଡ଼ିକର କାର୍ଯ୍ୟ ବୁଝୁଥିଲେ । ପ୍ରତ୍ୟେକ ଲ୍ୟାବର ଆୟର ୨୦ ପ୍ରତିଶତ କମିଶନ ଗୌଡ଼ ନେଉଥିଲେ ବୋଲି ସୁକାନ୍ତ ସେତେବେଳେ ପ୍ରକାଶ କରିଥଲା । ନାଲକୋ ଉକ୍ତ ଲ୍ୟାବ ଗୁଡ଼ିକ ସହ ୬୩ ଲକ୍ଷ ଟଙ୍କାର ଚୁକ୍ତି କରିବା ସହ କିଛି ଅର୍ଥ ମଧ୍ୟ ପ୍ରଦାନ କରିଥିଲା । ୨୦୧୫ ନଭେମ୍ବର ୧୭ ତାରିଖରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୪୦୫ ଡାକ୍ତରଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ । ଗୌଡ଼ଙ୍କ ନାମ ତାଲିକାର ୩୫୫ ସ୍ଥାନରେ ଥିଲା । ସେତେବେଳ ସେ ଫ୍ୟାକଫ୍ରି ଓ ବଏଲର ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ଆଶ୍ଚର୍ଯ୍ୟଜନକ ଭାବେ ସେ ଉକ୍ତ ବାଧ୍ୟତାମୂଳକ ଅବସର ନିର୍ଦ୍ଦେଶ ପରେ ମଧ୍ୟ ଫ୍ୟାକଫ୍ରି ଓ ବଏଲର ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଚାଲିଥିଲେ । ସେତେବେଳେ ଶାସକ ଦଳ ବିଧାୟକ ଓ ମନ୍ତ୍ରୀଙ୍କ ସହ ତାଙ୍କ ସମ୍ପର୍କ ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ଏପରିକି ନୟାଗଡ଼ର ଜଣେ ଦବଙ୍ଗ ବିଧାୟକ ତାଙ୍କୁ ଘଣ୍ଟ ଘୋଡ଼ାଉଥିଲେ ବୋଲି ଅଭିଯୋଗ ହୋଇଥିଲା । ଏପରିକି ବ୍ୟାଙ୍କକର ବିଳାସପୂର୍ଣ୍ଣ ରିସୋର୍ଟର ସୁଇମିଂ ପୁଲରେ ଶାସକ ଦଳର କିଛି ଯୁବ ବିଧାୟକଙ୍କ ସହ ତାଙ୍କର ଅର୍ଦ୍ଧନଗ୍ନ ଫଟୋ ସୋସିଆଲ ମିଡ଼ିଆରେ ଘୁରି ବୁଲିଥିଲା । ସେ ଗିରଫ ହୋଇଥିଲେ । ମାତ୍ର ଜାମିନରେ ମଧ୍ୟ ଖଲାସ ହୋଇଥିଲେ । ଏବେ ତାଙ୍କ ସମ୍ପର୍କରେ କେହି କିଛି ପ୍ରଶ୍ନ କରୁନାହାନ୍ତି । ଯେମତି ସମସ୍ତେ ଗୌଡ଼ ମାମଲାକୁ ଭୁଲିଗଲେ ସେମତି ପରୀ-ପାଠକ-ପ୍ରଦୀପ ମାମଲାକୁ ମଧ୍ୟ ସମସ୍ତେ ଭୁଲିଯିବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏମ୍‌ଡିଏଚ୍‌ ପ୍ରତିଷ୍ଠାତାଙ୍କ ପରଲୋକ

ଏମ୍‌ଡିଏଚ୍‌ ପ୍ରତିଷ୍ଠାତାଙ୍କ ପରଲୋକ

Read More...

ଅଫଲାଇନରେ ହେବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା

ଅଫଲାଇନରେ ହେବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page