ରିମାଣ୍ଡରେ ଯିବେ ପାଠକ ବାପପୁଅ

December 03, 2020, ଓଡ଼ିଶା, , Anupambharat News Bureau


ରିମାଣ୍ଡରେ ଯିବେ ପାଠକ ବାପପୁଅ
Anupambharat News Bureau
December 03, 2020


ଭୁବନେଶ୍ୱର,୨ା୧୨(ଅନୁପମ ମିଡ଼ିଆ): ­ ଆୟବହିର୍ଭୂତ ସମ୍ପତ୍ତିି ଠୁଳ ମାମଲାରେ ଗିରଫ ହୋଇଥିବା ଆଇଏଫଏସ୍‌ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶ ଆସନ୍ତାକାଲିଠାରୁ ତିନି ଦିନିଆ ରିମାଣ୍ଡରେ ଯିବେ । ଉଭୟଙ୍କୁ ରିମାଣ୍ଡରେ ନେବା ପାଇଁ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏସଆଇଟିକୁ ଅନୁମତି ଦେଇଛନ୍ତି । ଏସଆଇଟି ସେମାନଙ୍କୁ ରିମାଣ୍ଡରେ ନେଇ ବେଆଇନ୍‌ ସମ୍ପତ୍ତିି ଠୁଳ ସମ୍ପର୍କରେ ଅଧିକ ପଚରାଉଚରା କରିବ । ଅନ୍ୟପକ୍ଷରେ ଅଭୟ ପାଠକଙ୍କ ଘରୁ ସିସିଟିଭି ଫୁଟେଜ୍‌ ଜବତ ହୋଇଛି । କିଏ କିଏ ତାଙ୍କ ଘରକୁ ଯାଇଥିଲେ ସେ ନେଇ ଛାନ୍‌ଭିନ୍‌ ଆରମ୍ଭ ହୋଇଛି । ଅପରପକ୍ଷରେ ବାପ-ପୁଅଙ୍କ ବିରୋଧରେ ଖାରବେଳ ନଗର ଥାନାରେ ଟ୍ରାଭେଲ୍‌ ଏଜେନ୍ସି ସ୍କାଏ କିଙ୍ଗ ପକ୍ଷରୁ କରାଯାଇଥିବା ୬୫ ଲକ୍ଷର ଠକେଇ ଅଭିଯୋଗର ମଧ୍ୟ ତଦନ୍ତ ଆରମ୍ଭ ହୋଇଛି । ଏଜେନ୍ସିର କହିବା କଥା ଗତ ଜୁନରୁ ନଭେମ୍ବର ୧୬ ଯାଏଁ ସଂସ୍ଥା ସହିତ ଆକାଶ ପାଠକଙ୍କ ଯାତ୍ରା ସମ୍ପର୍କ ରହିଥିଲା । ସେ ୧୦ରୁ ଅଧିକ ଥର ଚାର୍ଟର ଫ୍ଲାଇଟ୍‌ ଯୋଗେ ଭୁବନେଶ୍ୱରରୁ ବିଭିନ୍ନ ରାଜ୍ୟକୁ ଉଡ଼ାଣ କରିଛନ୍ତି । ଏମିତିକି ବିଳାସମୟ ହୋଟେଲ୍‌ରେ ପାଠକ ପରିବାର ଓ ସମ୍ପର୍କୀୟ ରହିଥିବା ଏଜେନ୍ସି କହିଛି । ଅନ୍ୟପକ୍ଷେ ବରିଷ୍ଠ ଜଙ୍ଗଲ ବିଭାଗ ଅଧିକାରୀ ଅଭୟକାନ୍ତ ପାଠକଙ୍କ ଠାରୁ ଏ ମଧ୍ୟରେ ଭିଜିଲାନ୍ସ ଟିମ୍‌ ଆହୁରି ୧୪ କୋଟି ୭୭ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଥିବା ବେଳେ ବିଭିନ୍ନ ଜମି କାଗଜପତ୍ର, ଶିକ୍ଷାଜନିତ ଖର୍ଚ୍ଚ ନେଇ ଖୋଳତାଡ଼ ଚାଲିଥିବା ସହ ବାପା-ପୁଅଙ୍କ ଫୋନ୍‌, ଲାପ୍‌ଟପ୍‌, ବିଭିନ୍ନ ଡ଼ିଭାଇଜ୍‌ ଫରେନ୍‌ସିକ୍‌ ଟିମ୍‌ ଦ୍ୱାରା ଯାଞ୍ଚ କରାଯାଉଥିବା ସୂଚନା ମିଳିଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ ଜଙ୍ଗଲ ବିଭାଗ ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅଙ୍କୁ ଗିରଫ ପରେ ଭିଜିଲାନ୍ସର ସ୍ୱତନ୍ତ୍ର ଅନୁସନ୍ଧାନ ଦଳ ତଥା ଏସ୍‌ଆଇଟିର ତିନୋଟି ଟିମ୍‌ରେ ତିନି ଜଣ ଅତିରିକ୍ତ ଏସ୍‌ପି, ଚାରି ଜଣ ଡ଼ିଏସ୍‌ପି, ତିନି ଜଣ ଇନ୍‌ସ୍ପେକଫର, ବ୍ୟାଙ୍କ ପରାମର୍ଶ ଦାତା, ଚାଟାର୍ଡ଼ ଆକାଉଣ୍ଟାଣ୍ଟ୍‌, ଫରେନ୍‌ସିକ୍‌ ଅଡ଼ିଟର
ଓ ଅନ୍ୟ କିଛି ଅଧିକାରୀଙ୍କୁ ନେଇ ଗଠିତ ତିନୋଟି ଟିମ୍‌ ପାଠକ ପୂର୍ବରୁ ଚାକିରୀ କରୁଥିବା ରାଜଗାଙ୍ଗପୁର, ସମ୍ବଲପୁର, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ, କୋରାପୁଟ, ବ୍ରହ୍ମପୁର ଆଦି ସ୍ଥାନରେ ଉକ୍ତ ଟିମ୍‌ ଯାଞ୍ଚ ଚଳାଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ପାଠକ ଓ ତାଙ୍କ ପୁଅଙ୍କ ଦ୍ୱାରା ପୁନେରେ ଥିବା ବ୍ୟାଙ୍କ ଆକାଉଣ୍ଟରେ ୯ କୋଟି ୪୮ ହଜାର ଟଙ୍କା ନଗଦ ଜମା ହୋଇଥିବା ଜଣାପଡ଼ିଥିବା ବେଳେ ବିଭିନ୍ନ ବ୍ୟକ୍ତିଙ୍କ ସହ ଅର୍ଥ ଦେଣ ନେଣରେ ୫ କୋଟି ୨୯ ଲକ୍ଷ ଟଙ୍କା ଧରାପଡ଼ିଛି । ଏହି ଯାଞ୍ଚ ଆହୁରି ଚାଲୁ ରହିବ ବୋଲି ପ୍ରକାଶ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାଠକ ଲିଙ୍କ୍ : ଟିଟିଲାଗଡ଼ ମୁରିବାହାଲ ରେଞ୍ଜରଙ୍କ ଘରେ ଭିଜିଲାନ୍ସ

ପାଠକ ଲିଙ୍କ୍ : ଟିଟିଲାଗଡ଼ ମୁରିବାହାଲ ରେଞ୍ଜରଙ୍କ ଘରେ ଭିଜିଲାନ୍ସ

Read More...

ଆକ୍ରାନ୍ତଙ୍କ ଘରେ ଲାଗିବନି ପୋଷ୍ଟର

ଆକ୍ରାନ୍ତଙ୍କ ଘରେ ଲାଗିବନି ପୋଷ୍ଟର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page