ଜଳବାୟୁ ପରିବର୍ତ୍ତନ ଯୋଗୁଁ କମୁଛି ପକ୍ଷୀଙ୍କ ସଂଖ୍ୟା, କେନ୍ଦୁଝର ବନଖଣ୍ଡକୁ ଆସିଛନ୍ତି ୨୮୬୫ ବହିରାଗତ ପକ୍ଷୀ

May 19, 2019, ଓଡ଼ିଶା, , Anupambharat News Bureau


ଜଳବାୟୁ ପରିବର୍ତ୍ତନ ଯୋଗୁଁ କମୁଛି ପକ୍ଷୀଙ୍କ ସଂଖ୍ୟା,  କେନ୍ଦୁଝର ବନଖଣ୍ଡକୁ ଆସିଛନ୍ତି ୨୮୬୫ ବହିରାଗତ ପକ୍ଷୀ
Anupambharat News Bureau
May 19, 2019

କେନ୍ଦୁଝର, ୧୯ା୫ (ଅନୁପମ ମିଡିଆ): କେନ୍ଦୁଝର ବନଖଣ୍ଡକୁ ବହିରାଗତ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । କିଛିବର୍ଷ ପୂର୍ବରୁ ଯେପରି ଭାବରେ ବହିରାଗତ ପକ୍ଷୀମାନେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହ ଜଳାଶୟମାନଙ୍କରେ ଆସି ରହୁଥିଲେ ଏବେ ସେହି ପରିମାଣ ଦୃତଗତିରେ କମୁଥିବାରୁ ପରିବେଶବିତମାନଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି । କେନ୍ଦୁଝର ଜିଲ୍ଲା ପାଇଁ ଜଳବାୟୁ ପରିବର୍ତ୍ତନରେ କେବଳ ମାନବ ସଭ୍ୟତା ନୁହନ୍ତି ପ୍ରକାରନ୍ତେ ପଶୁପକ୍ଷୀଠାରୁ ଆରମ୍ଭ କରି କୀଟପତଙ୍ଗ ଓ ଅନ୍ୟାନ୍ୟ ଜୀବଜଗତ ପ୍ରଭାବିତ ହୋଇଥିବା କଥା ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି । ମରାଳମାଳିନୀ ନିଳାମ୍ବୁ ଚିଲିକା ପରି କେନ୍ଦୁଝର ଜିଲ୍ଲାକୁ ମଧ୍ୟ ରାଜ୍ୟ ଏପରିକି ଦେଶ ବାହାରୁ ମଧ୍ୟ ବହୁ ଦୁଲ୍ଲଭ ପକ୍ଷୀମାନେ ଆସିଥିବା କଥା କାହାକୁ ଅଛପା ନୁହେଁ । ତେବେ ଏହି ପକ୍ଷୀମାନେ ଜଳବାୟୁ ପରିବର୍ତ୍ତନ ଯୋଗୁଁ କେନ୍ଦୁଝର ଜିଲ୍ଲାକୁ କମ୍‌ ପରିମାଣରେ ଆସୁଥିବା ଏକ ସରକାରୀ ରିପୋର୍ଟରୁ ଜଣାପଡିଛି । ଶୀତଦିନେ ବିଶେଷ କରି ଡିସେମ୍ବର ଓ ଜାନୁୟାରୀ ମାସରେ ଏହି ବହିରାଗତ ପକ୍ଷୀମାନେ କେନ୍ଦୁଝର ଜିଲ୍ଲା ମଧ୍ୟରେ ଥିବା କେନ୍ଦୁଝର ବନଖଣ୍ଡର ବିଭିନ୍ନ ଜଳଉସି ନିକଟକୁ ଆସି ଅବସ୍ଥାନ କରିଥିବାବେଳେ ଶୀତ ଶେଷରେ ପୁଣି ଥରେ ଅନ୍ୟ ସ୍ଥାନକୁ ଚାଲି ଯାଇଥାନ୍ତି । ଜଳାଶୟ ନିକଟରେ ବ୍ୟାପକ ବୃକ୍ଷଛେଦନ ଓ ଅସନ୍ତୁଳିତ ପରିବେଶ ଯୋଗୁଁ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇଥିବାବେଳେ ଜଳାଶୟମାନଙ୍କରେ ଆବଶ୍ୟକୀୟ ଜଳ ନଥିବା ମଧ୍ୟ ଅନ୍ୟତମ କାରଣ ବୋଲି ବୁଦ୍ଧିଜୀବି ମହଲରେ ମତବ୍ୟକ୍ତ ହୋଇଛି । କେନ୍ଦୁଝର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ ଥିବା ବିଭିନ୍ନ ଜଳାଶୟମାନଙ୍କୁ ବହିରାଗତ ପକ୍ଷୀଙ୍କର ଏକ ସର୍ଭେ କରାଯାଇ ପ୍ରଧାନମୁଖ୍ୟ ବନ ସଂରକ୍ଷକ ବା ପିସିସିଏଫ୍‌ଙ୍କୁ ପ୍ରଦାନ କରାଯାଇଥିଲା । କେନ୍ଦୁଝର ବନଖଣ୍ଡ ଅଧିନରେ ଥିବା ୭ଗୋଟି ରେରେ ଏହି ପକ୍ଷୀ ଗଣନା କରାଯାଇଥିଲା । ସେଥିମଧ୍ୟରୁ ନଳପଙ୍ଗା ଡ୍ୟାମ୍‌କୁ ୯୬ଟି ବହିରାଗତ ପକ୍ଷୀ ଆସିଥିବା ଜଣାପଡିଥିବାବେଳେ ସାପୁଆ ଡ୍ୟାମ୍‌କୁ ୧୧୦ଟି,କାନ୍‌ଝାରୀ ଡ୍ୟାମ୍‌କୁ ୬୨୫ଟି,ଜଗଦଳା ଡ୍ୟାମ୍‌କୁ ୨୪୨ଟି,ଘଟଗାଁ ବ୍ଲକର କୁରେଇଯୋଡି ଡ୍ୟାମ୍‌କୁ ୧୫୨ଟି,କାଳିମାଟି ଡ୍ୟାମ୍‌କୁ ୧୨୬ଟି,କାଣ୍ଡସର ଡ୍ୟାମ୍‌କୁ ୫୭ଟି,ବଡଘାଗରା ଡ୍ୟାମ୍‌କୁ ୫୯ଟି,ତେଲକୋଇ ବ୍ଲକ ଖଜୁରିଆ ଡ୍ୟାମ୍‌କୁ ୭ଟି,ଖୁଣ୍ଟାପଡା ଡ୍ୟାମ୍‌କୁ ୪ଟି,କାକୁଡିଆମ୍ବ ଡ୍ୟାମ୍‌କୁ ୪୪ଟି ଓ ସଲେଇକେନା ଡ୍ୟାମ୍‌କୁ ୫୫ଟି ବହିରାଗତ ପକ୍ଷୀ ଆସିଥିବାର ସୂଚନା ବନବିଭାଗ ପାଖରେ ରହିଛି । ଚମ୍ପୁଆ ରେ ଅନ୍ତର୍ଗତ ସାଲିମ୍‌ ଡ୍ୟାମ୍‌କୁ ୪୦ଟି,ଦଣ୍ଡଧର ଡ୍ୟାମ୍‌କୁ ୧୮ଟି ଓ ଖିରେଇଟାଙ୍ଗିରୀ ବଡବନ୍ଧକୁ ୨୫୨ଟି ପକ୍ଷୀ ଆସିଥିବା ଜଣାପଡିଛି । ସବୁଠାରୁ ଉଲ୍ଲେଖନୀୟ ବିଷୟ ଯେ କେନ୍ଦୁଝର ସହର ମଧ୍ୟରେ ଥିବା ବଡଶାସନ ପୋଖରୀକୁ ୬୬୫ଟି ବିଦେଶାଗତ ପକ୍ଷୀ ଆସି ଏହି ସ୍ଥାନର ଶୋଭାବର୍ଦ୍ଧନ କରିଛନ୍ତି । ପୁରୁଣାସହରର ଚାନ୍ଦିନୀ ପୋଖରୀ ବା ମାଟିଆବନ୍ଧକୁ ୧୫ଟି ବିଦେଶାଗତ ପକ୍ଷୀ ଆସିଥିବା ସରକାରୀ ଭାବେ ଜଣାପଡିଛି । କେନ୍ଦୁଝର ଜିଲ୍ଲାକୁ ଅଧିକ ପରିମାଣରେ ଶୀତ ସମୟରେ ବହିରାଗତ ପକ୍ଷୀ ଆସୁଥିବାବେଳେ ବ୍ୟାପକ ଜଙ୍ଗଲ କ୍ଷୟ,କଂକ୍ରିଟ ଘର ଓ ରାସ୍ତା ନିର୍ମାଣ,ଆବଶ୍ୟକୀୟ ଖାଦ୍ୟର ଅଭାବ,ପକ୍ଷୀମାନଙ୍କ ପାଇଁ ସନ୍ତସନ୍ତିଆ ସ୍ଥଳଭାଗର ସୁବ୍ୟବସ୍ଥା ନଥିବା ସହ ବ୍ୟାପକ ଯାନବାହାନ ଚଳାଚଳ ଏହି ବହିରାଗତ ପକ୍ଷୀଙ୍କ ଆଗମନକୁ ଅନେକ ମାତ୍ରାରେ ରୋକିଥିବା କଥା ପରିବେଶବିତ ମହଲରେ ଆଲୋଚନା ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭୋଟ୍‌ ଦେଲେ ଯୋଗୀ ଆଦିତ୍ୟନାଥ

ଭୋଟ୍‌ ଦେଲେ ଯୋଗୀ ଆଦିତ୍ୟନାଥ

Read More...

ଓଡ଼ିଶାର ପୁନରୁଦ୍ଧାର ପାଇଁ ଆକ୍ସିସ ବ୍ୟାଙ୍କ ପ୍ରତିବଦ୍ଧ,  ରାଜ୍ୟକୁ ବ୍ୟାଙ୍କର ସାମଗ୍ରିକ ଆର୍ଥିକ ସହାୟତା ୧୩.୪ କୋଟି ଟପିଲା

ଓଡ଼ିଶାର ପୁନରୁଦ୍ଧାର ପାଇଁ ଆକ୍ସିସ ବ୍ୟାଙ୍କ ପ୍ରତିବଦ୍ଧ, ରାଜ୍ୟକୁ ବ୍ୟାଙ୍କର ସାମଗ୍ରିକ ଆର୍ଥିକ ସହାୟତା ୧୩.୪ କୋଟି ଟପିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page