ମୁମ୍ବାଇକୁ ପଞ୍ଚମ ଟାଇଟଲ୍‌

November 11, 2020, ଦେଶ, , Anupambharat News Bureau


ମୁମ୍ବାଇକୁ ପଞ୍ଚମ ଟାଇଟଲ୍‌
Anupambharat News Bureau
November 11, 2020

ଦୁବାଇ,୧୦ା୧୧: ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଆଧିପତ୍ୟ ଜାହିର କରିଛି । ମଙ୍ଗଳବାର ଖେଳାଯାଇଥିବା ଆଇପିଏଲ୍‌-୧୩ର ଫାଇନାଲରେ ମୁମ୍ବାଇ ୫ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ରେକର୍ଡ ପଞ୍ଚମ ଥର ପାଇଁ ଟାଇଟଲ ଜିତିଛି । ବୋଲରଙ୍କ ଶାଣିତ ପ୍ରଦର୍ଶନ ପରେ ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଟାଇଟଲ୍‌ ବଜାୟ ରଖିଛି । ପ୍ରଥମ ଥର ପାଇଁ ଫାଇନାଲ ଖେଳୁଥିବା ଦିଲ୍ଲୀ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ର୍ନିଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୫୬ ରନ୍‌ କରିଥିଲା । ଏହାର ଜବାବରେ ମୁମ୍ବାଇ ୮ଟି ବଲ୍‌ ବାକିଥାଇ ସହଜରେ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା । ମୁମ୍ବାଇ ତରଫରୁ ରୋହିତ ଅଧିନାୟକ ଇନିଂସ୍‌ ଖେଳିବା ସହ ୫୧ ବଲରେ ୫ଟି ଚୌକା ଓ ୪ଟି ଛକା ସହ ୬୮ ରନ୍‌ କରିଥିବା ବେଳେ ଇଶାନ୍‌ କିଶାନ ୧୯ ବଲରେ ୩୩ ରନ୍‌ କରି ଅପରାଜିତ ରହିଥିଲେ । କ ୍ୱିଣ୍ଟନ୍‌ ଡି’କକ ୨୦, ସୂର୍ଯ୍ୟକୁମାର ଯାଦବ ୧୯, କାଇରନ୍‌ ପୋଲାର୍ଡ ୯ ଓ ପାଣ୍ଡ୍ୟା ୩ ରନ୍‌ କରିଥିଲେ । ପୂର୍ବରୁ ମୁମ୍ବାଇ ୨୦୧୩, ୨୦୧୫, ୨୦୧୭ ଓ ଗତ ସିଜନ ଅର୍ଥାତ ୨୦୧୯ରେ ଟାଇଟଲ୍‌ ଜିତିଥିଲା ।ପୂର୍ବରୁ ଦିଲ୍ଲୀ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବେଳେ ଦଳ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲାା ଇନିଂସର ପ୍ରଥମ ବଲରେ ହିଁ ମାର୍କସ ଷ୍ଟୋଇନିସ (୦)ଙ୍କୁ ଆଉଟ୍‌ କରିଥିଲେ ଟ୍ରେଣ୍ଟ ବୋଲଫ । ଅଜିଙ୍କ୍ୟ ରାହାଣେ ବି ବିଫଳ ହୋଇଥିଲେ । ସେ ମାତ୍ର ୨ ରନ୍‌ କରି ବୋଲଫଙ୍କ ଦ୍ୱିତୀୟ ଶିକାର ବନିଥିଲେ । ଇନଫର୍ମ ଶିଖର ଧାୱନ (୧୫)ଙ୍କୁ ଜୟନ୍ତ ଯାଦବ ବୋଲଫ କରିବା ପରେ ଦିଲ୍ଲୀ ଚତୁର୍ଥ ଓଭର ସୁଦ୍ଧା ୨୨ ରନରେ ୩ ୱିକେଟ୍‌ ହରାଇ ସଙ୍କଟରେ ପଡିଥିଲା । ତେବେ ଅଧିନାୟକ ଶ୍ରେୟସ ଆୟର ଓ ରିଷଭ ପନ୍ତ ଲଢୁଆ ବ୍ୟାଟିଂ ସହ ଦିଲ୍ଲୀକୁ ବିପର୍ଯ୍ୟୟରୁ ମୁକୁଳାଇଥିଲେ । ଏ ଦୁହେଁ ଚତୁର୍ଥ ୱିକେଟ୍‌ ପାଇଁ ମାତ୍ର ୬୯ ବଲ୍‌ ରେ ୯୬ ରନ୍‌ ଯୋଗକରିଥିଲେ । ଦୁହେଁ ଦିଲ୍ଲୀକୁ ଏକ ବଡ଼ ସ୍କୋର ଅଭିମୁଖେ ନେବେ ବୋଲି ମନେ କରାଯାଉଥିଲା । ହେଲେ ୧୫ତମ ଓଭରରେ ପନ୍ତଙ୍କୁଆଉଟ୍‌ କରି କୋଲଫର ନାଇଲ୍‌ ଏହି ଭାଗିଦାରୀ ଭାଙ୍ଗିଥିଲେ । ପ;୍‌ ୩୮ ବଲରେ ୪ଟି ଚୌକା ଓ ୨ଟି ଛକା ସହ ୫୬ ରନ୍‌ କରିଥିଲେ । ପନ୍ତଙ୍କ ୱିକେଟ୍‌ ପରେ ଦିଲ୍ଲୀର ରନ୍‌ ରେଟ୍‌ ପୁଣି ଧିମେଇ ଯାଇଥିଲା । ସିମ୍ରନ ହେଟମାୟର (୫) ଓ ଅକ୍ଷର ପଟେଲ (୯) ଶସ୍ତାରେ ଆଉଟ୍‌ ହୋଇଥିବା ବେଳେ ଆୟର ୫୦ ବଲରେ ୬ଟି ଚୌକା ଓ ୨ଟି ଛକା ସହ ୬୫ ରନ୍‌ କରି ଅପରାଜିତ ରହିଥିଲେ । ଦିଲ୍ଲୀ ର୍ନିଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୫୬ ରନ୍‌ କରିପାରିଥିଲା । ମୁମ୍ବାଇ ତରଫରୁ ବୋଲଫ ସର୍ବାଧିକ ୩ଟି ୱିକେଟ୍‌ ନେଇଥିବାବେଳେ କୋଲଫର ନାଇଲ୍‌ ୨ଟି ୱିକେଟ୍‌ ହାସଲ କରିଥିଲେ ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିହାର ଭୋଟ: ଏନ୍‌ଡିଏ ଆଗରେ ଆରଜେଡ଼ି ଏକକ ସଂଖ୍ୟାଗରିଷ୍ଠତା ଦଳ

ବିହାର ଭୋଟ: ଏନ୍‌ଡିଏ ଆଗରେ ଆରଜେଡ଼ି ଏକକ ସଂଖ୍ୟାଗରିଷ୍ଠତା ଦଳ

Read More...

ଉପନିର୍ବାଚନରେ ବିଜେଡିର ବାଜିମାତ୍‌, ତିର୍ତ୍ତୋଲରେ ଗଡ଼ ବଜାୟ, ବାଲେଶ୍ୱରକୁ ଦଖଲ

ଉପନିର୍ବାଚନରେ ବିଜେଡିର ବାଜିମାତ୍‌, ତିର୍ତ୍ତୋଲରେ ଗଡ଼ ବଜାୟ, ବାଲେଶ୍ୱରକୁ ଦଖଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page