ଆନ୍ଧ୍ରର ସ୍ଥିତି ଦେଖି ନିଷ୍ପତ୍ତି ବଦଳିଲା ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ

November 06, 2020, ଓଡ଼ିଶା, , Anupambharat News Bureau


ଆନ୍ଧ୍ରର ସ୍ଥିତି ଦେଖି ନିଷ୍ପତ୍ତି ବଦଳିଲା ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ
Anupambharat News Bureau
November 06, 2020

ଭୁବନେଶ୍ୱର,୬ା୧୧(ଅନୁପମ ମିଡ଼ିଆ):­ ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ । କରୋନା ସଂକ୍ରମଣ ଦୃଷ୍ଟିରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଗଣଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ସ୍କୁଲ ବନ୍ଦ ରହିଲେ ବି ପରୀକ୍ଷା, ମୂଲ୍ୟାଙ୍କନ ଓ ନାମଲେଖା ପ୍ରକ୍ରିୟା ଜାରି ରହିବ ।
ସେହିଭଳି ଅନ୍‌ଲାଇନ୍‌ କ୍ଲାସ ମଧ୍ୟ ପୂର୍ବ ପରି ଚାଲିବ ବୋଲି ଉକ୍ତ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ଆଜି ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହା ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ ଯେ, ଚଳିତ ମାସରେ ସ୍କୁଲ୍‌ ଖୋଲିବା ନେଇ ଯେଉଁ ନିଷ୍ପତ୍ତି ନିଆଯାଇଥିଲା, ତାକୁ ରାଜ୍ୟ ସରକାର ସାମୟିକ ଭାବେ ସ୍ଥଗିତ ରଖିଛନ୍ତି । ଏଣୁ ନଭେମ୍ବରରେ ନବମରୁ ଦ୍ୱାଦଶ ଶ୍ରେଣୀ ଲାଗି ସ୍କୁଲ୍‌ ଖୋଲିବ ନାହିଁ ।
ଚଳିତ ମାସରେ ଏହି ଶ୍ରେଣୀ ଖୋଲିବା ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଡିସେମ୍ବର ୨ୟ ସପ୍ତାହରେ କୋଭିଡ-୧୯ର ୨ୟ ସଂକ୍ରମଣ ଲହର ଆସିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଦାଶ କହିଛନ୍ତି । ସୂଚନାଯୋଗ୍ୟ ଯେ ଅନଲକ୍‌ ପରେ ନିକଟରେ ଆନ୍ଧ୍ରପ୍ରଦେଶ ସମେତ କେତେକ ରାଜ୍ୟରେ ସ୍କୁଲ ଖୋଲିଥିଲା । ମାତ୍ର ଏଥିଯୋଗୁଁ ବହୁ ଶିକ୍ଷକ ଓ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିଲେ । ନଭେମ୍ବର ମାସରେ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ଖୋଲିବାକୁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା । ତେବେ ଆନ୍ଧ୍ରର ସ୍ଥିତି ଦେଖି ନିଷ୍ପତ୍ତି ବଦଳାଯାଇଛି । ଉଲ୍ଲେଖନୀୟ ଯେ ଗତ ୩୧ ଅକେଫାବରରେ ଏସଆରସିଙ୍କ ଦ୍ୱାରା ଜାରୀ ଗାଇଡଲାଇନରେ କୁହା ଯାଇଥିଲା ଯେ ନଭେମ୍ବର ୧୬ ପରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଆବଶ୍ୟକୀୟ ଏସଓପି ତିଆରି କରି ସ୍କୁଲ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବ । ଏହା ପରେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ ଯେ ନଭେମ୍ବରରେ ସ୍କୁଲ ଖୋଲା ଯିବ ଓ ଏ ସମ୍ପର୍କରେ ଏସଓପି ପ୍ରସ୍ତୁତି ଚାଲିଛି । ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରା ଯାଇଥିବା ଦୃଷ୍ଟିରୁ ବଳକା ୭୦ ପ୍ରତିଶତ ପାଠ୍ୟକ୍ରମକୁ ନେଇ ଅଷ୍ଟମରୁ ଦ୍ୱାଦଶ ଯାଏ ପାଠ ପଢା ହେବ ବୋଲି ସୂଚନା ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟ୍ରମ୍ପ-ବାଇଡେନ୍‌ଙ୍କ ବିବାଦ ଯୋଗୁଁ ଗଣତି ସ୍ଥଗିତ କିଏ ହେବ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ?

ଟ୍ରମ୍ପ-ବାଇଡେନ୍‌ଙ୍କ ବିବାଦ ଯୋଗୁଁ ଗଣତି ସ୍ଥଗିତ କିଏ ହେବ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ?

Read More...

ଓଡ଼ିଶାରେ ଉପିାଦନ ହେବ କରୋନା ଟୀକା, ତିନି ଶହ କୋଟି ବ୍ୟୟରେ ଅନ୍ଧାରୁଆରେ ପ୍ରତିଷ୍ଠା ହେବ

ଓଡ଼ିଶାରେ ଉପିାଦନ ହେବ କରୋନା ଟୀକା, ତିନି ଶହ କୋଟି ବ୍ୟୟରେ ଅନ୍ଧାରୁଆରେ ପ୍ରତିଷ୍ଠା ହେବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page