‘ପିନାକ’ର ସଫଳ ପରୀକ୍ଷଣ

November 04, 2020, ଦେଶ, , Anupambharat News Bureau


‘ପିନାକ’ର ସଫଳ ପରୀକ୍ଷଣ
Anupambharat News Bureau
November 04, 2020

ବାଲେଶ୍ୱର,୪ା୧୧(ଅନୁପମ ମିଡ଼ିଆ):ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ଗୋଳା ବାରୁଦ ପରୀକ୍ଷଣ କେନ୍ଦ୍ର ଆଇଟିଆରରୁ ମଲଟି ବେରେଲ୍‌ ରକେଟ୍‌ ଲଞ୍ଚର ‘ପିନାକ’ର ଆଜି ବ୍ୟାବହାରିକ ପରୀକ୍ଷଣ କରାଯାଇଛି । ପିନାକ ରକେଟ ଲଞ୍ଚରରୁ ମାତ୍ର ୪୪ ସେକେଣ୍ଡରେ ୧୨ଟି ରକେଟ ବିଭିନ୍ନ ଦିଗକୁ ଛଡ଼ା ଯାଇଥିଲା । ଏହି ରକେଟର ଲକ୍ଷଭେଦ କ୍ଷମତା ୭୫ କିଲୋମିଟର ହୋଇଥିବା ବେଳେ ପିଏକ୍ସଇ ପକ୍ଷରୁ ଏହି ପରୀକ୍ଷା କରାଯାଇଥାଏ । ପୁନେସ୍ଥିତ ଆର୍ମାମେଣ୍ଟ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଏଷ୍ଟାବ୍ଲିସ୍ମେଣ୍ଟ(ଏଆରଡିଇ) ଓ ହାଇଦ୍ରାବାଦସ୍ଥିତ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ବଲାବୋରୋଟୋରି(ଡିଆର୍ଡିଏଲ୍‌) ଦ୍ୱାରା ଏହାକୁ ବିକଶିତ କରାଯାଇଛି । ଏହାକୁ ପ୍ରଥମ କରି ୧୯୯୯ କାର୍ଗିଲ୍‌ ଯୁଦ୍ଧରେ ବ୍ୟବହାର କରାଯାଇଥିଲା । ଏହାକୁ ପ୍ରତିରକ୍ଷା ଗବେଷଣା ଓ ଅନୁସନ୍ଧାନ ପ୍ରତିଷ୍ଠାନ-ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଏବଂ ବିକଶିତ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡ଼ିଶାରେ ଉପିାଦନ ହେବ କରୋନା ଟୀକା, ତିନି ଶହ କୋଟି ବ୍ୟୟରେ ଅନ୍ଧାରୁଆରେ ପ୍ରତିଷ୍ଠା ହେବ

ଓଡ଼ିଶାରେ ଉପିାଦନ ହେବ କରୋନା ଟୀକା, ତିନି ଶହ କୋଟି ବ୍ୟୟରେ ଅନ୍ଧାରୁଆରେ ପ୍ରତିଷ୍ଠା ହେବ

Read More...

ମହାରାଷ୍ଟ୍ର ପରେ ଏବେ କେରଳରେ ପ୍ରବେଶ କରିପାରିବ ନାହିଁ ସିବିଆଇ

ମହାରାଷ୍ଟ୍ର ପରେ ଏବେ କେରଳରେ ପ୍ରବେଶ କରିପାରିବ ନାହିଁ ସିବିଆଇ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page