ଭୋଟ ଶେଷ,୧୦କୁ ଅପେକ୍ଷା

November 03, 2020, ଓଡ଼ିଶା, , Anupambharat News Bureau


ଭୋଟ ଶେଷ,୧୦କୁ ଅପେକ୍ଷା
Anupambharat News Bureau
November 03, 2020

ଭୁବନେଶ୍ୱର, ୩ା୧୧(ଅନୁପମ ମିଡ଼ିଆ): ­ ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଉପନିର୍ବାଚନ ଲାଗି ମତଦାନ ଶେଷ ହୋଇଛି । ଫଳରେ ରଣାଙ୍ଗନରେ ଥିବା ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି । ଭୋଟ ବେଳେ କୌଣସିଠାରେ ମଧ୍ୟ ସେଭଳି କିଛି ଅପ୍ରୀତିକର ଘଟଣା ଦେଖିବାକୁ ମିଳିନଥିଲା । ମଙ୍ଗଳବାର ସନ୍ଧ୍ୟା ୬ଟା ସୁଦ୍ଧା ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ମୋଟ୍‌ ୭୦.୦୪ ପ୍ରତିଶତ ମତଦାନ ହୋଇଛି । ଏହି ସମୟ ସୁଦ୍ଧା ବାଲେଶ୍ୱର ସଦରରେ ମତଦାନ ହାର ୭୧ ପ୍ରତିଶତ ରହିଥିବା ବେଳେ ତିର୍ତ୍ତୋଲରେ ଏହା ୬୯.୯୯ ପ୍ରତିଶତ ରହିଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍‌ କୁମାର ଲୋହାନୀ ସୂଚନା ଦେଇଛନ୍ତି । କେଉଁଠାରେ ମଧ୍ୟ ଭୋଟ୍‌ ବର୍ଜନ ହୋଇନାହିଁ । ବୁଥ୍‌ କ୍ୟାପଚରିଂ ଅଭିଯୋଗ ଆସିଛି , ପ୍ରମାଣିତ ହେଲେ କାର୍ଯ୍ୟର୍ର୍ାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ବାଲେଶ୍ୱରରେ ୭୨.୨% ମତଦାନ ହୋଇଥିଲା ଏବଂ ତିର୍ତୋଲରେ ୭୪.୦୯% ମତଦାନ ହୋଇଥିଲା । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିଲା । ଭୋଟ ଦେବା ଲାଗି ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ସମୟ ଅତିକ୍ରାନ୍ତ ହେବାରେ ଲାଗିଥିବା ବେଳେ ଭୋଟ କେନ୍ଦ୍ରରେ ଭିଡ଼ ଧିରେ ଧିରେ ବଢ଼ିବାରେ ଲାଗିଥିଲା । ମତଦାନ ସମୟରେ ବୁଥରେ ଆଶାକର୍ମୀ ଓ ସେ୍ୱଚ୍ଛାସେବୀ ଉପସ୍ଥିତ ଥିଲେ । ସାମାଜିକ ଦୂରତା ରକ୍ଷା କରି ଭୋଟରଙ୍କୁ ଭୋଟ ଦେଇଥିଲେ । ଏଥିସହ ମତଦାନ କେନ୍ଦ୍ରକୁ ଆସୁଥିବା ସମସ୍ତ ମତଦାତାଙ୍କର ଥର୍ମାଲ୍‌ ସ୍କ୍ରିନିଂ କରାଯାଇଥିଲା । ଯଦି କାହାର ଶରୀରର ତାପମାତ୍ରା ଅଧିକ ଥାଏ କିମ୍ବା କୋଭିଡ୍‌ ଲକ୍ଷଣ ପ୍ରକାଶ ପାଉଥାଏ ତେବେ ତାଙ୍କୁ ଏକ ଟୋକନ୍‌ ଦିଆଯାଇ ଫେରାଇ ଦିଆଯାଇ ଶେଷ ପର୍ଯ୍ୟାୟରେ ଆସି ଭୋଟ୍‌ ଦାନ କରିବେ ବୋଲି କୁହା ଯାଇଥିଲା । ନିର୍ବାଚନକୁ ଶାନ୍ତିପୂର୍ଣ ନିରପେକ୍ଷ ଭାବେ ସମ୍ପନ୍ନ କରିବା ପାଇଁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ କୋଭିିଡକୁ ନେଇ ମଧ୍ୟ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଥିଲା । ଉଲ୍ଲେଖନୀୟ ଯେ, କୋଭିଡ୍‌ କଟକଣା ମଧ୍ୟରେ ସୁରକ୍ଷିତ ଭୋଟିଂ ପାଇଁ ତିର୍ତ୍ତୋଲରେ ବୁଥ୍‌ ସଂଖ୍ୟା ୨୬୫ରୁ ୩୭୩କୁ ଏବଂ ବାଲେଶ୍ୱରରେ ୧୯୮ରୁ ୩୪୬କୁ ବୃଦ୍ଧି କରାଯାଇଥିଲା । ଉଭୟ ନିର୍ବାଚନ ମଣ୍ଡଳୀରେ ୩୫ ପୋଲିଂ କର୍ମଚାରୀ, ୮୦୦ ଆଶା କର୍ମୀ ଓ ସେ୍ୱଚ୍ଛା ସେବୀଙ୍କୁ ନିଯୁକ୍ତି ଦିଆଯାଇଥିଲା । ମୋଟ ୨୪୧ ଟି ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ କରାଯାଇଛି । ସେଠାରେ ସିସିଟିଭି , େୱବକାଷ୍ଟିଂ, ଭିଡିଓଗ୍ରାଫି ସହ ୯୦ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ, ୨୫୦ ପୋଲିସ୍‌ ଅଫିସର,୬ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ବଳଙ୍କୁ ନିଯୁକ୍ତି ଦିଆଯାଇଥିଲା । ତିର୍ତ୍ତୋଲରେ ମୋଟ ୨,୩୭,୨୮୨ ଭୋଟର ରହିଥିବା ବେଳେ ବାଲେଶ୍ୱର ସଦରରେ ୨,୩୦,୨୯୭ ଭୋଟର ରହିଛନ୍ତି । ବର୍ତ୍ତମାନ ଭୋଟ ଶେଷ ହୋଇଥିବା ବେଳେ ଆସନ୍ତା ୧୦ ତାରିଖରେ ଗଣତି ଏବଂ ଫଳାଫଳ ଘୋଷଣା ରହିଥିବାରୁ ବର୍ତ୍ତମାନ ଏହା ଉପରେ ସମସ୍ତଙ୍କ ନଜର ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଫ୍ରାନ୍ସ ସେନାର ଏୟାର ଷ୍ଟ୍ରାଇକ୍‌ରେ ୫୦ ଆତଙ୍କୀ ମୃତ !

ଫ୍ରାନ୍ସ ସେନାର ଏୟାର ଷ୍ଟ୍ରାଇକ୍‌ରେ ୫୦ ଆତଙ୍କୀ ମୃତ !

Read More...

ବାଣ ବିକ୍ରି ଓ ଫୁଟାଇବା ମନା:  ୧୦ରୁ ୩୦ ଯାଏଁ କଟକଣା , ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ

ବାଣ ବିକ୍ରି ଓ ଫୁଟାଇବା ମନା: ୧୦ରୁ ୩୦ ଯାଏଁ କଟକଣା , ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page