ସାନି ମତଦାନ ବେଳେ ଉତ୍ତେଜନା, କାଚ ବୋତଲମାଡ

May 19, 2019, ଓଡ଼ିଶା, , Anupambharat News Bureau


ସାନି ମତଦାନ ବେଳେ ଉତ୍ତେଜନା, କାଚ ବୋତଲମାଡ
Anupambharat News Bureau
May 19, 2019

ଆଠଗଡ, ୧୯ା୫ (ଅନୁପମ ମିଡିଆ): ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ ଥର ପାଇଁ ଆଠଗଡ ନିର୍ବାଚନ ମଣ୍ଡଳିରେ ୪ ଗୋଟି ବୁଥରେ ଆଜି ସାନି ମତଦାନ ସାମାନ୍ୟ ଉତ୍ତେନାକୁ ନେଇ ଶେଷ ହୋଇଛି । ମୃଦ ପାନୀୟ ଜନିତ କାଚ ବୋତଲ ମାଡ ହୋଇଥିବାବେଳେ ଆଳ୍ପକେ ବର୍ତ୍ତୀ ଯାଇଥିଲେ ସ୍ଥାନିୟ ତହସିଲଦାର ତପନ କୁମାର ଖୁଣ୍ଟିଆ । ମୋଟ ୪ଟିଯାକ ବୁଥରେ ୮୫ ଶତକଡା ମତଦାନ ହୋଇଥିବା ନିର୍ବାଚନ ଅଧିକାରୀଙ୍କ ଠାରୁ ଜଣାଯାଏ । ଖବର ନେବାରେ ଜଣାଯାଏ ରାଜନଗରର ୧୩୭ ନମ୍ବର ବୁଥର ୧୨୫୪ ମତଦାତାରୁ ୮୫୬ ଏବଂ ୧୩୮ ବୁଥର ୧୦୭୫ ମତଦାତାରୁ ୮୪୨ ଜଣ ନିଜ ନିଜ ମତ ସାବ୍ୟସ୍ତ କରିଛନ୍ତି । ଆଜିର ଏହି ସାନି ମତଦାନ ପକ୍ରୀୟାରେ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲେ ମଧ୍ୟ ରାଜ ନଗର ବୁଥରେ ଅପରାହ୍ନ ସମୟରେ ଉତ୍ତେଜନା ଦେଖାଯାଇଥିଲା । ଏପରିକି ଦୁଇ ଗୋଟି ଗୋଷ୍ଠି ରାଜା ସ୍ୱାଇଁଙ୍କ ସମର୍ଥକ ଏବଂ ଅଭୟ ବାରିକଙ୍କ ସମର୍ଥକ ପକ୍ଷରୁ କାଚ ବୋତଲ ମାଡ ଭଳି ଘଟଣା ଦେଖିବାକୁ ମିଳିଥିଲା । ଘଟଣାରେ କେହି ହତାହତ ହୋଇ ନଥିବା ବେଳେ ତହସିଲଦାର ତପନ କୁମାର ଖୁଣ୍ଟିଆ ଅଳ୍ପକେ ବର୍ତ୍ତୀ ଯାଇଥିଲେ ।
ଉତ୍ତେଜନାକୁ ରୋକିବା ନିମନ୍ତେ ଶି ଖୁଣ୍ଟିଆ ଆସୁଥିବା ସମୟରେ ତାଙ୍କୁ ଉପରକୁ ମଧ୍ୟ ବୋତଲ ଫପାଡିଥିଲେ । ଏପରି ଏକ ସାମାନ୍ୟ କଥାକୁ ନେଇ ଦେଖାଯାଇଥିବା ଉତ୍ତେଜନା ରେ ଦୁଇ ଗୋଷ୍ଠି ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଖବର ପାଇ ରିଟଣ୍ଣିଂ ଅଧିକରୀ ତଥା ଉପଜିଲ୍ଲାପାଳ ଅମିୟ କୁମାର ସାହୁ ଘଟଣା ସ୍ଥଳରେ ପହଁଚି ପରିସ୍ଥତିକୁ ନିୟନ୍ତ୍ରଣାକୁ ଆଣିବାକୁ ଯାଇ ପ୍ରାଥମିକ ଭାବେ ମତଦାନ କେନ୍ଦ୍ରରେ ରୁ„ ହୋଇଥିବା ଲୋକଙ୍କୁ ୧୦୦ ମିଟର ଦୁରକୁ ହଟାଇ ଦେଇଥିଲେ । ପରେ ପରେ ଗ୍ରାମାଞ୍ଚଳ ଆରକ୍ଷି ଅଧିକ୍ଷକ ରାଧା ବିନୋଦ ପାଣିଗ୍ରାହୀ ଘଟଣା ସ୍ଥଳରେ ପହଁଚି ପରିସ୍ଥିତ ଉପରେ କଡା ନଜର ରଖି ମତଦାନ ଶେଷ କରାଇଥିଲେ । ସେହିଭଳି ଖୁଣ୍ଟକଟା ୯୦ ନମ୍ବର ବୁଥ ପାଇଁ ଖୁଣ୍ଟକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ହୋଇଥିବା ମତଦାନ କେନ୍ଦ୍ରରେ ୧୦୫୩ ମତଦାତା ମାନଙ୍କ ମଧ୍ୟରୁ ୭୪୩ ଜଣ ଆଜି ମତ ସାବ୍ୟସ୍ତ କରିଛନ୍ତି ଏବଂ ସେହିଭଳି ସଠିଲୋର ୧୦୦ ନମ୍ବର ବୁଥରେ ହୋଇଥିବା ମତଦାନରେ ୧୦୭୭ ମତଦାତାରୁ ୯୦୩ ଜଣ ଭୋଟ ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଇଡ଼ି ବିଷ୍ପୋରଣରେ ଆଖି ହରାଇଥିବା ରୋଷେୟାଙ୍କୁ ପ୍ରତାରଣା

ଇଡ଼ି ବିଷ୍ପୋରଣରେ ଆଖି ହରାଇଥିବା ରୋଷେୟାଙ୍କୁ ପ୍ରତାରଣା

Read More...

 କତାଶିଳ୍ପ ମାଲିକଙ୍କ ପାଇଁ ସହାୟତା ନାହିଁ!

କତାଶିଳ୍ପ ମାଲିକଙ୍କ ପାଇଁ ସହାୟତା ନାହିଁ!

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page