ବୈତରଣୀରେ ବଡ଼ ବନ୍ୟା ଆଶଙ୍କା ଟଳିଲା : ଜିଲ୍ଲାରେ ସୁଧୁରୁଛି ପରିସ୍ଥିତ ବନ୍ୟାରେ ଜଣକର ମୃତୁ୍ୟ

August 29, 2020, ଓଡ଼ିଶା, , Anupambharat News Bureau


ବୈତରଣୀରେ ବଡ଼ ବନ୍ୟା ଆଶଙ୍କା ଟଳିଲା : ଜିଲ୍ଲାରେ ସୁଧୁରୁଛି ପରିସ୍ଥିତ ବନ୍ୟାରେ ଜଣକର ମୃତୁ୍ୟ
Anupambharat News Bureau
August 29, 2020

ଭଦ୍ରକ, ୨୯ା୮(ଅନୁପମ ମିଡ଼ିଆ): ଲଘୁଜନିତ ବନ୍ୟାରେ ଭଦ୍ରକ ଜିଲ୍ଲାରେ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବା ଜଣାପଡିଛି । ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗୁରୁବାର ରାତି ୮ଟା ପର ଠାରୁ ବୈତରଣୀ ନଦୀର ଜଳ ସ୍ତର ଆଖୁଆପଦା ଠାରେ ସର୍ବାଧିକ ୨୦.୦୪ ମିଟରରୁ ଖସିବା ଆରମ୍ଭ କରିଛି ।
ଶୁକ୍ରବାର ଦିନ ତମାମ ଜଳସ୍ତର ବିପଦ ସଙ୍କେତ ୧୭.୮୩ ମିଟର ଉପରେ ପ୍ରବାହିତ ହେଉଥିଲା । ଶନିବାର ଏହା ଖସି ସନ୍ଧ୍ୟା ସୁଦ୍ଧା ବିପଦ ସଙ୍କେତ ତଳକୁ ଖସିବା ନେଇ ଅନୁମାନ କରାଯାଉଛି । ଏଥିଯୋଗୁଁ ବୈତରଣୀରେ ବଡ଼ ବନ୍ୟାର ଆଶଙ୍କା ଟଳିଛି । ଚଳିତ ବନ୍ୟାରେ ଜିଲ୍ଲାର ୭ଟି ବ୍ଲକ୍‌ ଯଥା ଭଦ୍ରକ, ଭଣ୍ଡାରୀପୋଖରୀ, ଧାମନଗର, ବାସୁଦେବପୁର, ବନ୍ତ, ଚାନ୍ଦବାଲି, ତିହିଡ଼ି ଓ ୪ଟି ପୌରାଞ୍ଚଳ ମଧ୍ୟରେ ଧାମନଗର, ଚାନ୍ଦବାଲି ଏନଏସି, ଭଦ୍ରକ ଓ ବାସୁଦେବପୁର ପୌରପାଳିକାର ୧୧୮ଟି ପଞ୍ଚାୟତର ୧ ଲକ୍ଷ ୫୬ ହଜାର ୧୧୩ ଜଣ ଲୋକ ପ୍ରଭାବିତ ହୋଇଛି । ୧୨୦ରୁ ଅଧିକ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯିବା ସହିତ ରନ୍ଧା ଖାଦ୍ୟ ଓ ଆବଶ୍ୟକ ସ୍ଥଳେ ରିଲିଫ୍‌ ଯୋଗାଣ ହୋଇଛି ।
ଉଦ୍ଧାର କାର୍ଯ୍ୟରେ ଧାମନଗର ଓ ଭଣ୍ଡାରୀପୋଖରୀ ଅଗ୍ନିଶମ ବିଭାଗ କର୍ମଚାରୀ, ଭଣ୍ଡାରୀପୋଖରୀରେ ଏନଡିଆରଏଫ ଟିମ୍‌, ଧାମନଗରରେ ଓଡ଼୍ରାଫ୍‌ ଟିମ୍‌ ନିୟୋଜିତ ରହିଛନ୍ତି । ଏହି ଉଦ୍ଧାର କାର୍ଯ୍ୟରେ ମୋଟ୍‌ ୨୩ଟି ବୋଟ୍‌ ବ୍ୟବହାର ହେଉଛି । ଅନ୍ୟପକ୍ଷରେ ବନ୍ୟାରେ ଜଣକର ମୃତୁ୍ୟ ହୋଇଥିବା ବେଳେ ୪ଟି ପଶୁ ସମ୍ପଦ ନିଧନ ହୋଇଛି । ପ୍ରାଥମିକ ଆକଳନରେ ୩୪ ହଜାର ୮୭୬ ହେକଫର ଜମିରେ ଫସଲ ନଷ୍ଟ ହୋଇଥିବା ବେଳେ ୧୪୫୪ଟି ଘର ଭାଙ୍ଗିଛି ।
ପ୍ରଶାସନ ପକ୍ଷରୁ ଅଦ୍ୟାବଧି ରିଲିଫ୍‌ ଆକାରରେ ୫୦ କ୍ୱିଂଟାଲ ଚୁଡ଼ା, ୫୦ କେଜି ଗୁଡ଼, ୫୦ କାର୍ଟୁନ୍‌ ବିସ୍କୁଟ୍‌ ଓ ୫୦ କାର୍ଟୁନ୍‌ ପାଣି ବୋତଲ ପ୍ରଦାନ କରାଯାଇଛି । ବନ୍ୟା ପ୍ରଭାବିତଙ୍କୁ ୧୦ଟି ମେଡ଼ିକାଲ ଟିମ୍‌ ରହି ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ବିଷୟ ଜିଲ୍ଲାପାଳ ଡଃ. ଜ୍ଞାନ ଦାଶ ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜୟନ୍ତୀ, ଦୀପଗ୍ରେସ୍‌ଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଓଡ଼ିଶା ବର୍ତ୍ତମାନ ହକିର ଗ୍ଲୋବାଲ୍‌ ହବ୍‌: ମୁଖ୍ୟମନ୍ତ୍ରୀ

ଜୟନ୍ତୀ, ଦୀପଗ୍ରେସ୍‌ଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଓଡ଼ିଶା ବର୍ତ୍ତମାନ ହକିର ଗ୍ଲୋବାଲ୍‌ ହବ୍‌: ମୁଖ୍ୟମନ୍ତ୍ରୀ

Read More...

ଅନଲକ୍‌-୪ ଗାଇଡ଼ଲାଇନ ଜାରି n ମେଟ୍ରୋ ଚଳାଚଳ ସେପେଫମ୍ବର ୭ରୁ n କଣ୍ଟେନମେଣ୍ଟ୍‌ ଜୋନ୍‌ ବାହାରେ ଲକ୍‌ଡ଼ାଉନ୍‌ ହଟିଲା n ୨୧ରୁ ଧାର୍ମିକ କାର୍ଯ୍ୟକ୍ରମ, ଓପନ୍‌ ଥିଏଟରକୁ ଅନୁମତି n ରାଜ୍ୟ ଏବଂ ଆନ୍ତଃରାଜ୍ୟ ଚଳାଚଳ କଟଣା ହଟିବ n ସ୍କୁଲ, କଲେଜ ବନ୍ଦ ରହିବ

ଅନଲକ୍‌-୪ ଗାଇଡ଼ଲାଇନ ଜାରି n ମେଟ୍ରୋ ଚଳାଚଳ ସେପେଫମ୍ବର ୭ରୁ n କଣ୍ଟେନମେଣ୍ଟ୍‌ ଜୋନ୍‌ ବାହାରେ ଲକ୍‌ଡ଼ାଉନ୍‌ ହଟିଲା n ୨୧ରୁ ଧାର୍ମିକ କାର୍ଯ୍ୟକ୍ରମ, ଓପନ୍‌ ଥିଏଟରକୁ ଅନୁମତି n ରାଜ୍ୟ ଏବଂ ଆନ୍ତଃରାଜ୍ୟ ଚଳାଚଳ କଟଣା ହଟିବ n ସ୍କୁଲ, କଲେଜ ବନ୍ଦ ରହିବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page