ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ଜାପାନ୍‌ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଞ୍ଜୋ ଆବେ

August 28, 2020, ବିଦେଶ, , Anupambharat News Bureau


ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ଜାପାନ୍‌ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଞ୍ଜୋ ଆବେ
Anupambharat News Bureau
August 28, 2020

ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆମେ ସ୍ୱାସ୍ଥ୍ୟଗତ କାରଣରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ଗତ କିଛିଦିନ ଧରି ପେଟଜନିତ ରୋଗରେ ପୀଡିତ ଥିଲେ । ଏପରିକି ତାଙ୍କୁ ଅନେକଥର ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ତାଙ୍କ ଇସ୍ତଫାକୁ ନେଇ ମଧ୍ୟ ଅନେକ ଦିନ ଧରି ଚର୍ଚ୍ଚା ଜୋର୍‌ ଧରିଥିଲା ।
ଏବେ ସେ ବିଧିବଦ୍ଧ ଭାବେ ଇସ୍ତଫା ପ୍ରଦାନ କରିଛନ୍ତି । ଚଳିତ ସପ୍ତାହରେ ହିଁ ତାଙ୍କୁ ଦୁଇଥର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସିଞ୍ଜୋ ଆବେ ଇସ୍ତଫା ଦେବା ପରେ ଜାପାନ ସେୟାର ମାର୍କେଟ ଧରାଶାୟୀ ହୋଇଯାଇଛି । ସେ ଏପରି ଦ୍ୱିତୀୟ ତର ସ୍ୱାସ୍ଥ୍ୟଗତ କାରଣରୁ ପଦ ପଦ ଛାଡିଛନ୍ତି । ଏହାପୂର୍ବରୁ ସେ ୨୦୦୭ରେ ଗୋଟିଏ ବର୍ଷ ଯାଏଁ ଅଫିସରେ ରହିବା ପରେ ପଦ ଛାଡିଥିଲେ ।
ଏହାପରେ ୨୦୧୨ରେ ବହୁମତ ସହ ସରକାରରୁ ପୁଣି ଫେରିଥିଲେ । ଏବେ ଜାପାନର ଶାସକ ଦଳ ସିଞ୍ଜୋ ଆବେଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା କହିଛି । ଏବେ ସେ ଔପଚାରିକ ଭାବେ ନିଜ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି । କୁହାଯାଉଛି ଯେ, ପୂର୍ବଥର ସେ ଯେବେ ହସ୍ପିଟାଲ ଯାଇଥିଲେ ପ୍ରାୟ ୭ ଘଣ୍ଟା ରହିଥିଲେ । ତାଙ୍କ କାର୍ଯ୍ୟକାଳ ଡିସେମ୍ବର ୨୦୨୧ ଯାଏଁ ଥିଲା ।
ଗତ ସୋମବାର ସିଞ୍ଜୋ ନିଜ କାର୍ଯ୍ୟାଳୟରେ ୮ ବର୍ଷ ପୂରଣ କରିଥିଲେ । ଏହାସହ ସର୍ବାଧିକ ସମୟ ରହିଥିବା ଜାପାନର ପ୍ରଧାନମନ୍ତ୍ରୀ ହୋଇଥିଲେ । ନିକଟରେ କରୋନା ମୁକାବିଲା କ୍ଷେତ୍ରରେ ବିଫଳ ହେବାରୁ ତାଙ୍କ ଲୋକପ୍ରିୟତା ୩୦ ପ୍ରତିଶତ ହ୍ରାସ ପାଇଥିଲା । ଏପରିକି ତାଙ୍କ ଦଳ ଅନେକ ଦୁର୍ନୀତିରେ ଛନ୍ଦି ହୋଇ ପଡିଥିଲା ।
ତେବେ ୬୫ ବର୍ଷୀୟ ଆବେ ଦେଶର ଅର୍ଥବ୍ୟବସ୍ଥାକୁ ପୁଣି ଟ୍ରାMୁ ଫେରାଇ ଆଣିବେ ବୋଲି ଦାବି କରିଥିଲେ । ଏପରିକି ଚୀନ ଆଡୁ ଦେଖାଦେଇଥିବା ବିପଦ ପାଇଁ ସେ ନିଜ ସେନାକୁ ମଧ୍ୟ ମଜବୁତ କରିବାରେ ଲାଗିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପରୀକ୍ଷା ବିନା ମିଳିବନି ଡିଗ୍ରୀ ସାର୍ଟିଫିକେଟ୍‌: ସୁପ୍ରିମ୍‌କୋର୍ଟ

ପରୀକ୍ଷା ବିନା ମିଳିବନି ଡିଗ୍ରୀ ସାର୍ଟିଫିକେଟ୍‌: ସୁପ୍ରିମ୍‌କୋର୍ଟ

Read More...

ନନ୍ଦନକାନନରେ ଆନାକୋଣ୍ଡାର ମୃତୁ୍ୟ

ନନ୍ଦନକାନନରେ ଆନାକୋଣ୍ଡାର ମୃତୁ୍ୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page