ରିଆ ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଲିଙ୍କ୍‌

August 27, 2020, ଓଡ଼ିଶା, , Anupambharat News Bureau


ରିଆ ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଲିଙ୍କ୍‌
Anupambharat News Bureau
August 27, 2020

ଭୁବନେଶ୍ୱର, ୨୭ା୮ (ଅନୁପମ ମିଡିଆ): ­ ବହୁ ଚର୍ଚ୍ଚିତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାରେ ରିଆ ଚକ୍ରବର୍ତୀଙ୍କ ଭୁବନେଶ୍ୱର ଡ୍ରଗ୍‌ସ ଲିଙ୍କ ମାମଲାକୁ ନାରକୋଟିକ୍‌ କଣ୍ଟ୍ରୋାଲ ବ୍ୟୁରୋ(ଏନ୍‌ସିବି) ତଦନ୍ତ ଦାୟିତ୍ୱ ନେଇଛନ୍ତି । ଭୁବନେଶ୍ୱର ଲିଙ୍କ ଥିବା ଜଣାପଡ଼ିବା ପରେ ଏପର୍ଯ୍ୟନ୍ତ ଓଡ଼ିଶା ପୋଲିସ ସହ ଏନ୍‌ସିବି କୌଣସି ଯୋଗାଯୋଗ କରିନାହିଁ । ହେଲେ ଆଗାମୀ ଦିନରେ ଯଦି ଏନ୍‌ସିବି ସହଯୋଗ ଚାହିଁବ ତେବେ ଓଡ଼ିଶା ପୋଲିସ ଏହି ଘଟଣାରେ ସମୂର୍ଣ୍ଣ ଭାବେ ସହଯୋଗ କରିବ ବୋଲି ପୋଲିସ ମହାନିର୍ଦ୍ଦେଶକ ଅଭୟ ଏକ ପ୍ରେସମିଟ୍‌ ରେ ପ୍ରତିକ୍ରିୟା ରଖିଛନ୍ତି । ଉଲ୍ଲେଖ୍ୟଯୋଗ୍ୟ ଯେ ରିଆଙ୍କ ହ୍ୱାଟ୍‌ସଆପ୍‌ ଚାଟରେ ସେ ତାଙ୍କ ବନ୍ଧୁଙ୍କ ସହ ଭୁବନେଶ୍ୱରରେ ଡ଼୍ରଗ୍‌ସ ମିଳୁଥିବା କଥା କହିଥିବାବେଳେ ଭୁବନେଶ୍ୱର ସମସ୍ତ ପ୍ରକାର ନିଶା ଦ୍ରବ୍ୟର ପେଣ୍ଠସ୍ଥଳୀ ବୋଲି ମଧ୍ୟ ଏହି ଚ୍ୟାଟରେ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଡିଜିପି ଅଭୟ କହିଛନ୍ତି, ଏହି ହ୍ୱାଟ୍‌ସଆପ୍‌ କଥାବାର୍ତା ଏବେ ସାମ୍ନାକୁ ଆସିଥିବାବେଳେ ଏହି ଘଟଣାର ତଦନ୍ତର ଦାୟିତ୍ୱ ଏବେ ଏନ୍‌ସିବି ନେଇଛନ୍ତି ଏବଂ ଭୁବନେଶ୍ୱର ଡ଼୍ରଗ୍‌ସ ଲିଙ୍କ ଥିବା ଘଟଣା ସାମ୍ନାକୁ ଆସିିଥିବାବେଳେ ଉକ୍ତ ଘଟଣାରେ ଓଡ଼ିଶା ପୁଲିସ ସମସ୍ତ ସାହାଯ୍ୟ କରିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିପଦ ସଙ୍କେତ ଊର୍ଦ୍ଧ୍ୱରେ ବହୁ ନଦୀ :  ହୀରାକୁଦର ୪୦ ଗେଟ୍‌ରେ ଜଳ ନିଷ୍କାସନ

ବିପଦ ସଙ୍କେତ ଊର୍ଦ୍ଧ୍ୱରେ ବହୁ ନଦୀ : ହୀରାକୁଦର ୪୦ ଗେଟ୍‌ରେ ଜଳ ନିଷ୍କାସନ

Read More...

ନିଟ୍‌-ଜେଇଇ ପ୍ରସଙ୍ଗ:  ମୋଦିଙ୍କ ସହ କଥା ହେଲେ ନବୀନ

ନିଟ୍‌-ଜେଇଇ ପ୍ରସଙ୍ଗ: ମୋଦିଙ୍କ ସହ କଥା ହେଲେ ନବୀନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page