ସୁଟିଂ ପାଇଁ କେନ୍ଦ୍ରର ଏସଓପି ଜାରି

August 23, 2020, ଦେଶ, , Anupambharat News Bureau


ସୁଟିଂ ପାଇଁ କେନ୍ଦ୍ରର ଏସଓପି ଜାରି
Anupambharat News Bureau
August 23, 2020

ନୂଆଦିଲ୍ଲୀ, ୨୩ା୮: ଚଳଚ୍ଚିତ୍ର ଶିଳ୍ପ ପାଇଁ ରବିବାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍‌ (ଏସଓପି)ଜାରି କରଛି କେନ୍ଦ୍ର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଏସଓପି ଅଣାଯାଇଛି ବୋଲି ଘୋଷଣା କରିଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର । ଧାରାବାହିକ ଏବଂ ଚଳଚ୍ଚିତ୍ରର ସୁଟିଂ ସମୟରେ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ କରାଯାଇଛି ।ବର୍ତ୍ତମାନ ଫିଲ୍ମ ଏବଂ ଟିଭି ଧାରାବାହିକ କାମ ଆରମ୍ଭ ହୋଇପାରିବ । ଏଥିପାଇଁ, ଏହି ଶିଳ୍ପରେ ନିୟୋଜିତ ଲୋକଙ୍କୁ ସାମାଜିକ ଦୂରତା ଅନୁସରଣ କରିବାକୁ ପଡିବ ଏବଂ ମାସ୍କ ପିନ୍ଧିବାକୁ ହେବ । କେବଳ ଯେଉଁମାନେ କ୍ୟାମେରା ଆଗରେ ଅଛନ୍ତି କିମ୍ବା ଯାହାର ସୁଟିଂ ଚାଲିଛି, ସେମାନଙ୍କୁ ଏଥିରୁ ମୁକ୍ତ କରାଯିବ । ଏହା ସହ ମେକ୍‌ଅପ ଆର୍ଟିଷ୍ଟ ଏବଂ ହେୟାର ଷ୍ଟାଇଲିଷ୍ଟମାନଙ୍କୁ ପିପିଇ କିଟ୍‌ ପିନ୍ଧିବାକୁ ପଡ଼ିବା ସହ ସାମାଜିତ ଦୂରତା ଅବଲମ୍ବନ କରିବାକୁ ପଡ଼ିବ । ଏହା ସହ ଧାରାବାହିକର ସୁଟିଂ କାର୍ଯ୍ୟ ପୁନଃ ଆରମ୍ଭ କରିବା ପାଇଁ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଏକ ବିସ୍ତୃତ ଏସଓପି ଜାରି କରିଛି । ସଂକ୍ରମଣକୁ ରୋକିବା ପାଇଁ ଏଣ୍ଟି୍ର ପଏଣ୍ଟରେ ଥର୍ମାଲ୍‌ ସ୍କ୍ରିନିଂ, ଫେସ୍‌ କଭର / ମାସ୍କର ବ୍ୟବହାର ଏବଂ ଛ’ଫୁଟର ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ଏସଓପିରେ କୁହାଯାଇଛି । ସ୍ୱାସ୍ଥ୍ୟ ଏବଂ ଗୃହ ମନ୍ତ୍ରାଳୟର ପରାମର୍ଶ ପରେ ଏହି ଏସଓପି ଚୂଡାନ୍ତ ହୋଇଛି ବୋଲି ପ୍ରକାଶ ଜାଭେଦକର କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଲି ଚାଲାଣରୁ ଗାଡ଼ି ପୋଡ଼ି ଘଟଣା:  ଥାନା ଘେରାଉରୁ ଲାଠିଚାର୍ଜ

ବାଲି ଚାଲାଣରୁ ଗାଡ଼ି ପୋଡ଼ି ଘଟଣା: ଥାନା ଘେରାଉରୁ ଲାଠିଚାର୍ଜ

Read More...

୨୬ ଯାଏଁ ବର୍ଷିବ

୨୬ ଯାଏଁ ବର୍ଷିବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page