କୋଳାକୋଳି ହେଲେ ପାଇଲଟ୍‌ ଓ ଗେହଲଟ୍‌

August 13, 2020, ଦେଶ, , Anupambharat News Bureau


କୋଳାକୋଳି ହେଲେ ପାଇଲଟ୍‌ ଓ ଗେହଲଟ୍‌
Anupambharat News Bureau
August 13, 2020

ଜୟପୁର: ରାଜସ୍ଥାନ ସରକାରରେ ଉପ ମୁଖ୍ୟମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସଭାପତି ରହିଥିବା ସଚିନ ପାଇଲଟ ଗୋଟିଏ ମାସର ଟଣା ଓଟରା, ବାଦ ବିବାଦ, ମତାନ୍ତର ଓ ଆରୋପ ପ୍ରତ୍ୟାରୋପ ପରେ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଭେଟିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କଂଗ୍ରେସ ବିଧାୟକ ଦଳର ବୈଠକ ପୂର୍ବରୁ ପାଇଲଟ ଗେହଲଟଙ୍କୁ ସାକ୍ଷାତ କରିଛନ୍ତି । ରାଜସ୍ଥାନ ରାଜନୀତିରେ ଗୋଟିଏ ମାସର ଅସ୍ଥିରତା ପରେ ପାଇଲଟ ଓ ଗେହଲଟ ଗୋଷ୍ଠୀର ବିଧାୟକ ଏହି ବୈଠକରେ ଯୋଗ ଦେଇଛନ୍ତି । ଏହି ବୈଠକ ଠିକ୍‌ ପୂର୍ବରୁ ଅଶୋକ ଗେହଲଟ ଟ୍‌ିଟ୍‌ କରି ରାଜ୍ୟରେ ଚାଲିଥିବା ରାଜନୈତିକ ସଙ୍କଟର ସମାଧାନ ପାଇଁ ଏକ ନୂତନ ଫର୍ମୁଲା ଦେଇଛନ୍ତି ।
ସେ ନିଜର ଏହି ଟୁଇଟ୍‌ରେ ବିଧାୟକଙ୍କ ସନ୍ଦେଶ ଦେଇ ଲେଖିଛନ୍ତି ପାର୍ଟିର ସଂଘର୍ଷ ଏହା ଯେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନେତୃିରେ ଗଣତନ୍ତ୍ର ବଞ୍ଚାଇବାର ଅଛି । ଗତ ଏକ ମାସରେ ପାର୍ଟିରେ ଯେଉଁ ସବୁ ଭ୍ରାନ୍ତ ଧାରଣା ଥିଲା, ଆମେ ସେ ସବୁକୁ ଭୁଲି ଗଣତନ୍ତ୍ରର ହିତରେ ଦେଶ ଓ ରାଜ୍ୟକୁ ଦୃଷ୍ଟିରେ ରଖି ଏହାକୁ କ୍ଷମା କରିବା ଏବଂ ବିବାଦକୁ ଭୁଲି ଯିବାର ଆବଶ୍ୟକତା ରହିଛି ।
ପାଇଲଟ୍‌ ଓ ଗେହଲଟଙ୍କ ଏହି ସାକ୍ଷାତର ଅବ୍ୟବେହିତ ପୂର୍ବରୁ ଅଶୋକ ଗେହଲଟଙ୍କ ସରକାରଙ୍କ ବିରୋଧରେ ଷଡଯନ୍ତ୍ରର ଅଭିଯୁକ୍ତ ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ ବିଶ୍‌ନ୍ଦ୍ରେ ସିଂହ ଓ ବିଧାୟକ ଭଅଁରଲାଲ ଶର୍ମାଙ୍କ ନିଲମ୍ବନକୁ କଂଗ୍ରେସ ପ୍ରତ୍ୟାହାର କରିଛି । ପ୍ରଦେଶ କଂଗ୍ରେସର ପ୍ରଭାରୀ ଅବିନାଶ ପାଣ୍ଡେ ଏହାର ସୂଚନା ଦେଇ କହିଛନ୍ତି ବିଚାର ବିମର୍ଶ ପରେ ଏହି ର୍ନିଣ୍ଣୟ ନିଆଯାଇଛି ।
କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଓ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା ପରେ କଂଗ୍ରେସ ନେତା ସଚିନ ପାଇଲଟଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଛି । ଜୟପୁର ଫେରିବା ପରେ ପାଇଲଟ କହିଥିଲେ ସେ ଦଳ ନିକଟରେ କୌଣସି ପଦ ଦାବି କରିନଥିଲେ ।
ଆଶା ପ୍ରକାଶ କରିଛନ୍ତି ଯେ, ପାର୍ଟି ହାଇକମାଣ୍ଡ ଦ୍‌ାରା ଗଠିତ ତିନି ସଦସ୍ୟ ବିଶିଷ୍ଟ କମିଟି ଶୀଘ୍ର ନିଜର କାମ ଆରମ୍ଭ କରିବେ । ପାଇଲଟ ଜୟପୁର ଫେରିବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଥିଲେ । ଯଦି କୌଣସି ବିଧାୟକ ତାଙ୍କ ପ୍ରତି ଅସ;ୁଷ୍ଟ ଅଛନ୍ତି ତେବେ ତାଙ୍କର ଏହି ଅସନ୍ତୋଷ ଦୂର କରିବାକୁ ପ୍ରୟାସ କରାଯିବ ଏବଂ ଜଣେ ମୁଖ୍ୟମନ୍ତ୍ରୀ ଭାବେ ଏହା ତାଙ୍କର ଦାୟିତ୍ୱ ଏହା ସହିତ ଗେହଲଟ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶୂନ୍ୟ ଫଳାଫଳ ବିଶିଷ୍ଟ ୧୫ଟି କଲେଜକୁ ନୋଟିସ

ଶୂନ୍ୟ ଫଳାଫଳ ବିଶିଷ୍ଟ ୧୫ଟି କଲେଜକୁ ନୋଟିସ

Read More...

ରାଜସ୍ଥାନ ରାଜନୀତି: ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି

ରାଜସ୍ଥାନ ରାଜନୀତି: ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page