ଏମ୍‌କେସିଜି ଓପିଡ଼ି ଖୋଲିଲା

August 13, 2020, ଓଡ଼ିଶା, , Anupambharat News Bureau


ଏମ୍‌କେସିଜି ଓପିଡ଼ି ଖୋଲିଲା
Anupambharat News Bureau
August 13, 2020

ବ୍ରହ୍ମପୁର,୧୩ା୮(ଅନୁପମ ମିଡ଼ିଆ): ଗତ ଜୁଲାଇ ୭ ତାରିଖ ଠାରୁ କରୋନା ଭୂତାଣୁ ସଂକ୍ରମଣ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ୍‌ କଲେଜ ହସ୍‌ପିଟାଲ୍‌ରେ ବର୍ହି ବିଭାଗ ତଥା ଆଉଟ୍‌ଡ଼ୋର୍‌ ଆଜି ଠାରୁ ଖୋଲାଯାଇଥିବା ଏବଂ ୫୦ ପ୍ରତିଶତ ଡ଼ାକ୍ତରଙ୍କୁ ନେଇ ରୋଗୀ ସେବା ଆରମ୍ଭ ହୋଇଥିବା ବଡ଼ଡ଼ାକ୍ତରଖାନା ଅଧିକ୍ଷକ ଡ଼ା.ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି ।
ଆନ୍ଧ୍ରପ୍ରଦେଶର ବହୁ ଅଞ୍ଚଳ ସମେତ ଗଞ୍ଜାମ, ଗଜପତି, କନ୍ଧମାଳ, ଖୋର୍ଦ୍ଧା, ପୁରୀ ଜିଲ୍ଲାର କୃଷ୍ଣ ପ୍ରସାଦ ଅଞ୍ଚଳବାସୀଙ୍କ ଚିକିତ୍ସା ତଥା ଜରୁରୀ ଚିକିତ୍ସା ପାଇଁ ନିର୍ଭର କରୁଥିବା ବ୍ରହ୍ମପୁର ସ୍ଥିତ ଏମ୍‌କେସିଜି ମେଡ଼ିକାଲ୍‌ କଲେଜ ହସ୍‌ପିଟାଲ୍‌ ତଥା ବଡ଼ ଡ଼ାକ୍ତରଖାନାରେ ଗତ ଜୁଲାଇ ୭ ତାରିଖ ଠାରୁ କରୋନା ଭୂତାଣୁ ସଂକ୍ରମଣ ନେଇ ଆଉଟ୍‌ଡ଼ୋର୍‌ ସେବାକୁ ଜିଲ୍ଲାପାଳଙ୍କ ପକ୍ଷରୁ ସମ୍ପୁର୍ଣ୍ଣ ବନ୍ଦ କରିଦିଆଯାଇଥିଲା । ଏପରିକି କାଜୁଆଲିଟିରେ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଥିବା କୁହାଯାଇଥିଲା । ତେବେ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ୱ ଦିନ ଧରି ଆଉଟ୍‌ଡ଼ୋର୍‌ ବନ୍ଦ ଦ୍ୱାରା ରୋଗୀମାନେ ନାହିଁ ନଥିବା ହଟହଟା ସମ୍ମୁଖୀନ ହେଉଥିବା ନେଇ ବିଭିନ୍ନ ସଂଗଠନ ପକ୍ଷରୁ ରାଜ୍ୟ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତେବେ ଜିଲ୍ଲାପାଳଙ୍କ ପକ୍ଷରୁ ଆସନ୍ତା ସ୍ୱାଧୀନତା ଦିବସ ଠାରୁ ଆଉଟ୍‌ଡୋର୍‌ ଖୋଲିବା ନେଇ ଘୋଷଣା କରାଯାଇଥିବା ବେଳେ ଆଜି ବଡ଼ ଡ଼ାକ୍ତରଖାନା କର୍ତ୍ତୁପକ୍ଷ ଅଚାନକ ୫୦ ପ୍ରତିଶତ ଡ଼ାକ୍ତର ଓ କର୍ମଚାରୀଙ୍କୁ ନେଇ ଆଉଟ୍‌ଡ଼ୋର୍‌ ସେବା ଆରମ୍ଭ କରିଥିବା ଜଣାପଡ଼ିଛି ।
ତେବେ ଉକ୍ତ ସେବା ପାଇଁ ଗତ ୬ ତାରିଖ ଦିନ ଆୟୋଜିତ ବିଭାଗୀୟ ବୈଠକରେ ନିଷ୍ପତ୍ତି ଅନୁଯାୟୀ ଭେଷଜ ବିଭାଗକୁ ପିଏମ୍‌ଆର୍‌ କୋଠାରେ ଫ୍ଲì ଓ ଜ୍ୱର ରୋଗୀଙ୍କ ଚିକିତ୍ସା ପାଇଁ ଇନ୍‌ଡ଼ୋର୍‌ କୋଠା ସ୍ଥିତ ପିପି ସେଣ୍ଟର ଠାରେ ଯକ୍ଷ୍ମା, ଚର୍ମ, ମାନସିକ ରୋଗୀଙ୍କୁ ସେମାନଙ୍କୁ ଇନ୍‌ଡ଼ୋର୍‌ ପଠାଯାଇ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି ଅନ୍ୟାନ୍ୟ ବିଭାଗ ଗୁଡ଼ିକୁ ଆଉଟ୍‌ଡ଼ୋର୍‌ କୋଠାରେ କାର୍ଯ୍ୟକାରୀ କରାଯାଉଥିବା ଜଣାପଡ଼ିଛି । ଆଜି ୫୦ ପ୍ରତିଶତ ଡ଼ାକ୍ତରଙ୍କୁ ନେଇ ଆଉଟ୍‌ଡ଼ୋର୍‌ ସେବା ଆରମ୍ଭ କରାଯାଇଥିବା ବେଳେ ଆସନ୍ତା ୧୫ ତାରିଖ ଠାରୁ ଶତ ପ୍ରତିଶତ ଡ଼ାକ୍ତରଙ୍କୁ ଚିକିତ୍ସା କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ଜଣାପଡ଼ିଛି । ଏଥିପାଇଁ ନିରାମୟ , ଆଉଟଡ଼ୋର୍‌ ଟିକଟ୍‌ ପାଇଁ ଧାଡ଼ିରେ ଠିଆ ହେଉଥିବା ଲୋକଙ୍କ ପାଇଁ ସାମାଜିକ ଦୂରତ୍ୱ ନିମନ୍ତେ ବେରିକ୍ୟାଡ଼୍‌ ବ୍ୟବସ୍ଥା କରାଯାଉଥିବା ବେଳେ ଅମାନିଆ ଲୋକଙ୍କୁ ମନାଇବା ପାଇଁ ପୋଲିସର ସହାୟତା ନିଆଯିବା ନେଇ ସୂଚନା ମିଳିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାମଲାରେ ଫଶିଲେ ପ୍ରଶାସନିକ ଅଧିକାରୀ

ମାମଲାରେ ଫଶିଲେ ପ୍ରଶାସନିକ ଅଧିକାରୀ

Read More...

୧୫ରେ ଚାରି ଜିଲ୍ଲାରେ ସଟ୍‌ଡାଉନ୍‌ରେ କୋହଳ

୧୫ରେ ଚାରି ଜିଲ୍ଲାରେ ସଟ୍‌ଡାଉନ୍‌ରେ କୋହଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page