ଚୀନ୍‌ ଯୋଗୁଁ ଭାରତରେ ଜଳ ସଙ୍କଟ ବଢ଼ିବ

August 12, 2020, ବିଦେଶ, , Anupambharat News Bureau


ଚୀନ୍‌ ଯୋଗୁଁ ଭାରତରେ ଜଳ ସଙ୍କଟ ବଢ଼ିବ
Anupambharat News Bureau
August 12, 2020

ନୂଆଦିଲ୍ଲୀ: ତି³ତରେ ବ୍ରହ୍ମପୁତ୍ର ନଦୀରେ ଅତି କମ୍‌ରେ ଆଠଟି ନୂତନ ପ୍ରକଳ୍ପ ସହ ଚୀନ୍‌ ଚଳାଇଥିବା ବ୍ୟାପକ ନଦୀବନ୍ଧ ନିର୍ମାଣ ଭାରତରେ ଜଳଯୋଗାଣ ସମସ୍ୟାକୁ ଉତ୍କଟ କରିଦେବାର ଆଶଙ୍କା ପ୍ରକାଶ ପାଇଛି । ତି³ତର ୟାର୍ଲଙ୍ଗ ସାଙ୍ଗପୋ ନଦୀ ଉପରେ ପ୍ରସ୍ତାବିତ ନଦୀବନ୍ଧ ଗୁଡ଼ିକ ଅରୁଣାଚଳ ପ୍ରଦେଶର ସୀମାକୁ ଲାଗି ରହିଥିବା ଜଣାଯାଇଛି ।
ସଂପୃକ୍ତ ଅଞ୍ଚଳରେ ବିଗତ ୧୦ ବର୍ଷ ଭିତରେ ବ୍ରହ୍ମପୁତ୍ର ନଦୀ ଉପରେ ଚୀନ୍‌ ମାତ୍ର ୨୪ କିମି ଦୂରତା ଭିତରେ ୩ଟି ନଦୀବନ୍ଧ ନିର୍ମାଣ କରିସାରିଛି । ସେହିପରି ତିବ୍ଦତର ନିଙ୍ଗଚି ସହର ସନ୍ନିକଟ ନ୍ୟାଙ୍ଗ ନଦୀ ଉପରେ ମଧ୍ୟ ଅନୁରୂପ ଭାବେ ଆଉ ତିନିଟି ବନ୍ଧ ନିର୍ମାଣ କରୁଥିବା ଜଣାଯାଇଛି । ତେବେ ଭାରତର ଜଳଯୋଗାଣକୁ ନିଜ ନିୟନ୍ତ୍ରଣରେ ରଖିବା ଉଦ୍ଦେଶ୍ୟରେ ଚୀନ୍‌ ଏପରି ପରିବ୍ୟାପ୍ତ ନଦୀବନ୍ଧ ଯୋଜନା ଚଳାଇଥିବା ସ୍ପଷ୍ଟ ହୋଇଛି ।
ଏହାଦ୍ୱାରା ଭାରତ ଅଭିମୁଖେ ପ୍ରବାହିତ ନଦୀକୁ ହଠାତ୍‌ ଶୁଷ୍କ କରିଦେଇ ଏଠାରେ ହାହାକାକର ସୃଷ୍ଟି କରିବା ସହ ଆକସ୍ମିକ ପର୍ଯ୍ୟାପ୍ତ ଜଳ ଛାଡ଼ି ବନ୍ୟା ଆଣିବାର ଆଶଙ୍କା ମଧ୍ୟ ରହିଛି । ଉପଗ୍ରହରୁ ସଂଗୃହୀତ ଫଟୋସମୂହର ବିଶ୍ଳେଷଣରୁ ଏଭଳି ସାରାଂଶ ମିଳିପାରିଛି । ଉଦାହରଣ ସ୍ୱରୂପ, ୨୦୧୨ ମସିହା ନିର୍ମାଣ ବେଳେ ଜଙ୍ଗମୋ ନଦୀବନ୍ଧର ଓସାର ମାତ୍ର ୧୦୦ ମିଟର ଥିବା ବେଳେ ଗତ ଅଗଷ୍ଟ ୪ରେ ତାହା ୪୦୦ ମିଟର ହୋଇଥିବା ଜଣାଯାଇଛି । ଏହାଦ୍ୱାରା ଜଳସ୍ତର ୧୫୦ ମିଟର ବଢ଼ିଯିବା ସହ ୧୦ କିମି ବ୍ୟାପୀ ବନ୍ଧର ଜଲଧାରଣ କ୍ଷମତା ମଧ୍ୟ ୬୦୦ ନିୟୁତ ଘନମିଟର ହୋଇଛି ର ସୁତରାଂ ଉକ୍ତ ନଦୀଜଳର ସିଂହଭାଗ ଚୀନ୍‌ ନିୟନ୍ତ୍ରଣରେ ହିଁ ରହିଛି । ଆଗାମୀ ୧୦ ବର୍ଷ ଭିତରେ ତିବ୍ଦତର ବାୟୁ, ଜିଏକ୍ସି, ଲାଙ୍ଗଟା, ଡାକପା, ନାଙ୍ଗ, ଦେମୋ, ନାମcା ଓ ମେଟକ୍‌ ଆଦି ସହରରେ ବ୍ରହ@ପୁତ୍ର ନଦୀରେ ଆଠଟି ନଦୀବନ୍ଧ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି ।
ଏହି ସହର ଗୁଡ଼ିକର ଲୋକ ସଂଖ୍ୟା କିଛି ଶହ ଭିତରେ ସୀମିତ ଥିବାରୁ ଏପରି ନଦୀବନ୍ଧର ମୁଖ୍ୟ ଉଦ୍ଦେଶ୍ୟ ଜଳଭଣ୍ଡାର କରି ତିବ୍ଦତରୁ ମୁଖ୍ୟ ସ୍ଥଳଭାଗ ଚୀନ୍‌କୁ ବିଦ୍ୟୁତ୍‌ ଶକ୍ତି ଯୋଗାଇବା । ତେବେ ତିବ୍ଦତବାସୀଙ୍କ ମଙ୍ଗଳ ପାଇଁ ଏହି ସବୁ ନିର୍ମାଣ ହେଉନଥିବା ଅନୁମେୟ । କାରଣ ଏପରି ଜନବିରଳ ଅଞ୍ଚଳରେ କେବଳ ଗୋଟିଏ ମାତ୍ର ଜଳବିଦ୍ୟୁି ପ୍ରକଳ୍ପ ବି ସମସ୍ତଙ୍କର ବିଦ୍ୟୁି ଓ ଜଳ ଚାହିଦା ମେଣ୍ଟାଇପାରିବ । ସୁତରାଂ ଭାରତ ଉପରେ ଭିନ୍ନ ବାଟରେ ଦାଉ ସାଧିବା ପାଇଁ ଚୀନ୍‌ର ଏଭଳି ମନ୍ଦ ଉଦ୍ଦେଶ୍ୟ ପଦାରେ ପଡ଼ିଯାଇଛି ।
ସମ୍ପ୍ରତି ଲଦାଖ ସୀମାରେ ଗଲାନ୍‌ ଉପତ୍ୟକାରେ ଚୀନୀ ସେନା ସହ ରକ୍ତାକ୍ତ ସଂଘର୍ଷ ପରେ ଦୁଇ ଦେଶର ସମ୍ପର୍କରେ ଅଧିକ ତିକ୍ତତା ଦେଖାଦେଇଥିବା ବେଳେ ଭାରତୀୟ କର୍ତ୍ତୃପକ୍ଷ ଏବେ ସେହି ସବୁ ନଦୀବନ୍ଧ ଗୁଡ଼ିକର ନିର୍ମାଣ ଉପରେ ସତର୍କ ଦୃଷ୍ଟି ରଖିବା ଆରମ୍ଭ କରିଛନ୍ତି । ତେବେ ତି³ତ ଯୋଗୁଁ ଭାରତରେ ଜଳ ସଙ୍କଟ ପୁରାପୁରି ଅଭାବ ଦେଖାଯିବ ବୋଲି କୁହାଯାଇଛି । ଏହାର ତୁରନ୍ତ ସମାଧାନ କରିବାକୁ ହେବ ବୋଲି କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚୀନ୍‌ ଓ ତାଇୱାନ୍‌ ମଧ୍ୟରେ ହୋଇପାରେ ଭୟଙ୍କର ଯୁଦ୍ଧ: ଟ୍ରମ୍ପ

ଚୀନ୍‌ ଓ ତାଇୱାନ୍‌ ମଧ୍ୟରେ ହୋଇପାରେ ଭୟଙ୍କର ଯୁଦ୍ଧ: ଟ୍ରମ୍ପ

Read More...

ଉଦଘାଟନ ପୂର୍ବରୁ ଭାଙ୍ଗିଗଲା ବିହାର ମହାସେତୁ

ଉଦଘାଟନ ପୂର୍ବରୁ ଭାଙ୍ଗିଗଲା ବିହାର ମହାସେତୁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page