ଭାରତୀୟ ତୈଳ ନିଗମ ୨ଲକ୍ଷ କୋଟି ନିବେଶ କରିବ, ଏକ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

May 19, 2019, ଦେଶ, , Anupambharat News Bureau


ଭାରତୀୟ ତୈଳ ନିଗମ ୨ଲକ୍ଷ କୋଟି ନିବେଶ କରିବ, ଏକ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
Anupambharat News Bureau
May 19, 2019

ନୂଆଦିଲ୍ଲୀ: ଭାରତୀୟ ତୈଳ ନିଗମ(ଆର୍‌ଓସି)ଭବିଷ୍ୟତାରେ ଆବଶ୍ୟକତାକୁ ଦୃଷ୍ଟି ରଖି ଆସନ୍ତା ୫ରୁ ୭ବର୍ଷ ଇନ୍ଧନ ଓ ଉର୍ଜା ଭବିଷ୍ୟତ କ୍ଷେତ୍ରରେ ଦୁଇ ଲକ୍ଷ କୋଟି ନିବେଶ କରିବାକୁ ଯୋଜନା କରିଛି । କମ୍ପାନୀ ନିଜର ରିଫାଇନରୀରେ ବିସ୍ତାର ସହ ସ୍ୱଚ୍ଛ ଇନ୍ଧନ ଏବଂ ଉତ୍ପାଦନ ବଢ଼ାଇବା ପାଇଁ ନୂତନ ଟେକ୍ନୋଲୋଜିର ବ୍ୟବହାର ହେଉଛି । ରିଫାଇନରୀ-ପେଟ୍ରୋସ୍ଥାୟନ୍‌ ଏକତ୍ରୀତ୍‌ ପରିସରରେ, ଜୈବ ଇନ୍ଧନ, କୋଲ୍‌ ଗ୍ୟାସିଫିକ୍ସେନ୍‌, ହାଇଡ୍ରୋଜେନ୍‌ ଇନ୍ଧନ ସୋଲ୍‌ ଓ ବ୍ୟାଟେରୀ ପ୍ରଦ୍ୟୋଗିକ କ୍ଷେତ୍ରରେ ଅନୁସନ୍ଧାନ ଏବଂ ବିକାଶ ବିଶେଷତାକୁ ବଢ଼ାଇ ଦିଆଯାଇଛି । ଆଇଓସିର ଚେୟାର୍‌ମ୍ୟାନ୍‌ ଜଣାଇଲେ ଭବିଷ୍ୟତ କାର୍ଯ୍ୟସୂଚୀ: ଭାରତୀୟ ତୈଳ ନିଗମ ଚେୟାର୍‌ମ୍ୟାନ୍‌ ସଞ୍ଜୀବ୍‌ ସିଂ କମ୍ପାନୀ ଭବିଷ୍ୟତ କାର୍ଯ୍ୟସୂଚୀ ଅବଗତ କରାଇଥିଲେ । ବିତ୍ତୀୟବର୍ଷ ୨୦୧୯-୨୦ରେ କମ୍ପାନୀ ରିଫାଇନରୀ ପାଇପ୍‌ଲାଇନ୍‌ , ପେଟ୍ରୋସ୍ଥାୟନ୍‌ ଓ ଉର୍ଜାର ବିଭିନ୍ନ କ୍ଷେତ୍ରରେ ୨୫ ହଜାର କୋଟି ପୁଞ୍ଜି ନିବେଶ କରାଯିବ । ୨୦୧୮-୧୯ କ ମ୍ପାନୀ ଲକ୍ଷ୍ୟ ମୁତାବକ ୧୧୬ ପ୍ରତିଶତ ନିବେଶକ କରିବାରେ ୨୬, ୫୪୮ କୋଟି ଟଙ୍କାର ପୁଞ୍ଜି ନିବେଶକ କରାଯିବ ।
ପାଇପ୍‌ଲାଇନ୍‌ ନେ ଟ୍‌ୱାର୍କ ମଧ୍ୟ ମଜବୁତ୍‌ ହେବ: ଭାରତୀୟ ତୈଳ ନିଗମର ଚେୟାର୍‌ମ୍ୟାନ୍‌ ଆହୁରୀ କହିଲେ ଯେ, ନିକଟ ଭବିଷ୍ୟତରେ ଦେଶରେ ପେଟ୍ରୋଲିୟମ୍‌ , ତୈଳ ଏବଂ ଲୁବି୍ରକେଣ୍ଟସ୍‌ ଉତ୍ପାଦ ବୃଦ୍ଧି କରିବା ପାଇଁ ଦାବି ହେଉଛି । ଫଳରେ ଭାରତୀୟ ତୈଳ ନିଗମ ୨୦୩୦ ସୁଦ୍ଧା ନିଜର ରିଫାଇନରୀ କ୍ଷମତା ଦ୍ୱିଗୁଣିତ କରିବା ସହ ୧୪କୋଟି ଟନ୍‌ ପହଞ୍ଚାଇବା ସକାଶେ ଯୋଜନା ହେ ।ଇଛି । ଫର୍ଚୁ୍ୟନ୍‌ ୫୦୦ ତାଲିକାରେ ଶୀର୍ଷ ର୍ୟାଙ୍କିଙ୍ଗ୍‌ରେ ଭାରତୀୟ ତୈଳ ଭବିଷ୍ୟତରେ ଏଭଳି କମ୍ପାନୀ ହେଉଛି, ଯାହା ଦେଶରେ ଅଧିକ ଅଗ୍ରସର ହୋଇଛି । ଉର୍ଜା କ୍ଷେତ୍ରରେ ଯେଉଁ ପରିବର୍ତ୍ତନ ହେଉଛି ସେଥିରେ ବିଭିନ୍ନ ପ୍ରକାରରେ ଉର୍ଜାର ଆବଶ୍ୟକତା ରହିଛି । ସିଂ ଆହୁରୀ କହିଥିଲେ ଯେ, ୨୦୧୮-୧୯ ପେଟ୍ରୋଲିୟମ୍‌ ପଦାର୍ଥ, ଗ୍ୟାସ, ପେଟ୍ରୋର ।ସାୟନ୍‌ ଓ ଅନ୍ୟ ଉତ୍ପାଦ ସହିତ କମ୍ପାନୀ ଘରୋଇ ବଜାରରେ ୩.୯ ପ୍ରତିଶତ ବୃଦ୍ଧି ହାସଲ କରିଛି । ୮ କୋଟି ୪୬ଲକ୍ଷ ୫୦ ହଜାର ଟନ୍‌ ଉତ୍ପାଦ ବିକି୍ର ହୋଇଛି । କମ୍ପାନୀର ୯ଟି ରିଫାଇନରୀରେ ୭.୧୯ କୋଟି ଟନ୍‌ ଅଶୋଧିତ ତୈଳ ରହିବା ସହ ଦେଶବ୍ୟାପୀ ପାଇପ୍‌ଲାଇନ୍‌ ନେଟ୍‌ୱାର୍କ ୮.୮୫ କୋଟି ଟନ୍‌ ରେକର୍ଡ ଅଶୋଧିତ ତୈଳ ଏବଂ ପେଟ୍ରୋଲିୟମ୍‌ ଉତ୍ପାଦ ପରିବହନ କରାଯାଇଛି । ଦେଶରେ ସ୍ୱଚ୍ଛ ଇନ୍ଧନ ବ୍ୟବହାରକୁ ବୃଦ୍ଧି କରିବା ସହ କମ୍ପାନୀ ଦିଲ୍ଲୀ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ରରେ ଏକ ଏପି୍ରଲ୍‌, ୨୦୧୮ଠାରୁ ବିଏସ୍‌-ଷଷ୍ଠ ଇନ୍ଧନ ଉତ୍ପାଦ ଆରମ୍ଭ କରିଛି । ଏକ ଏପି୍ରଲ୍‌, ୨୦୧୯ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ରରେ ର ।ଜସ୍ଥାନ, ଉତ୍ତର ପ୍ରଦେଶର ୧୨ଟି ଜିଲ୍ଲା ଏବଂ ବିଏସ୍‌-ଷଷ୍ଠ ନାମକ ଇନ୍ଧନ ଉତ୍ପାଦ ଆରମ୍ଭ କରିଛି । ଏଥିରେ ଆଗ୍ରା ସହରକୁ ମଧ୍ୟ ସାମିଲ୍‌ କରାଯାଇଛି । ସିଂ ଆହୁରୀ କହିଛନ୍ତି ଯେ, ଭାରତୀୟ ତୈଳ ନିଗମ ରିଫାଇନରୀରେ ବିଏସ୍‌-ଷଷ୍ଠ ନାମକ ପେଟ୍ରୋଲ୍‌ , ଡିଜେଲ୍‌ ଉତ୍ପାଦନ କରିବାପରେ ଆବଶ୍ୟକୀୟ ପଦକ୍ଷେପ ରହିବା ଉଚିତ । ଏପି୍ରଲ୍‌ ୨୦୨୦ସୁଦ୍ଧା ଦେଶବ୍ୟାପୀ ବିଏସ୍‌-ଷଷ୍ଠ ନାମକ ସ୍ୱଚ୍ଛ ଇନ୍ଧନ ଉତ୍ପାଦ ଆରମ୍ଭ ହୋଇଛି । ସେ ଆହୁରୀ କହିଛନ୍ତି ଯେ, ବିଏସ୍‌-ଚତୁର୍ଥ ସମ୍ପୂର୍ଣ୍ଣ ବିଏସ୍‌ଇ ଚତୁର୍ଥ ନାମକ ଇନ୍ଧନ ଉତ୍ପତ୍ତିରେ ଉପସ୍ଥିତ ରହିଛି । ଭାରତୀୟ ତୈଳ ନିଗମ ଏହିଭଳି ଜଟିଳ ଲକ୍ଷ୍ୟକୁ ନେଇ ଦେଶରେ ଆଗେଇ ଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋହଲିଙ୍କ ନେତୃତ୍ୱ ଦକ୍ଷତାର ଅସଲ ପରୀକ୍ଷା

କୋହଲିଙ୍କ ନେତୃତ୍ୱ ଦକ୍ଷତାର ଅସଲ ପରୀକ୍ଷା

Read More...

ମୋଦିଙ୍କୁ କ୍ଲିନଚିଟ୍‌ ନେଇ ନିର୍ବାଚନ କମିଶନରେ ମତଭେଦ

ମୋଦିଙ୍କୁ କ୍ଲିନଚିଟ୍‌ ନେଇ ନିର୍ବାଚନ କମିଶନରେ ମତଭେଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page