ଋଷିଆ ଆଣିଲା ପ୍ରଥମ କରୋନା ଭ୍ୟାକ୍ସିନ

August 11, 2020, ବିଦେଶ, , Anupambharat News Bureau


ଋଷିଆ ଆଣିଲା ପ୍ରଥମ କରୋନା ଭ୍ୟାକ୍ସିନ
Anupambharat News Bureau
August 11, 2020

ମୋସ୍କୋ,୧୧ା୮: ଋଷିଆ ପ୍ରଥମ କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା ଆଜି ଘୋଷଣା କରିଛି । ବିଶ୍ୱରେ କରୋନା ଏକ ପ୍ରକାର ହଇଚଇ ସୃଷ୍ଟି କରିଥିବା ବେଳେ ଋଷିଆ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନୁମତି ପରେ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ ଏହି ଭ୍ୟାକ୍ସିନ ସମ୍ପର୍କରେ ଘୋଷଣା କରିଥିଲେ । ଏପରିକି ପୁଟିନଙ୍କ ଝିଅକୁ ପ୍ରଥମେ ଏହି ଟୀକା ଦିଆଯାଇଥିବା ଜଣାପଡ଼ିଛି । ବିଶ୍ୱର ପ୍ରାୟ ଦେଶ କରୋନା ଟୀକା ପ୍ରସ୍ତୁତ ଉଦ୍ୟମ ଜାରି କରିଥିବା ବେଳେ ଋଷର ଏହି ପଦକ୍ଷେପ ଅନ୍ୟକୁ ପ୍ରେରଣା ଦେଇଛି । ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ କହିଛନ୍ତି ଯେ, କରୋନା ରୋଗର ମୁକାବିଲା ପାଇଁ ଭ୍ୟାକ୍‌ସିନ ସ୍ପୁଟନିକ୍‌-ଭି ପ୍ରସ୍ତìତ କରାଯାଇଛି । ଏହା ମଣିଷ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିଥାଏ । ତାଙ୍କ ଝିଅକୁ ଏହି ଟୀକା ଦିଆଯାଇଛି ଏବଂ ଦ୍ୱିତୀୟ ଡୋଜ ବେଳେ ଶରୀରର ତାପମାତ୍ରା କିଛି ବଢ଼ିଥିଲା ବୋଲି ସେ କହିଛନ୍ତି । ବର୍ତ୍ତମାନ ତାଙ୍କ ଝିଅ ସୁସ୍ଥ ଥିବା ପୁଟିନ କହିଛନ୍ତି ।
ଋଷ ଦେଶରେ ପ୍ରଥମ ମହାକାଶକୁ ଯେଉଁ ସୋଭିଏତ ଏରା ଉପଗ୍ରହଣ ଉତ୍‌କ୍ଷେପଣ କରାଯାଇଥିଲା ଏହାର ନାମକରଣ ଅନୁଯାୟୀ କୋଭିଡ଼ ଭ୍ୟାକ୍‌ସିନ୍‌ର ନାମ ସ୍ପୁଟନିକ-ଭି ରଖାଯାଇଛି । ଏହା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସ୍ଥିର ଆଣିଥାଏ ଏବଂ ସୁସ୍ଥ କରିବାରେ ସହାୟକ ହେବ ବୋଲି ଋଷର କେତେକ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ମିଳିତ ଜାତିସଂଘର (ୟୁଏନ୍‌ଓ)ର ଏକ ପ୍ରମୁଖ ସଂସ୍ଥା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ (ଡବ୍ଳୁଏଚ୍‌ଓ) ସୁରକ୍ଷିତ ତଥ୍ୟ ସମୀକ୍ଷା କରିବା ପରେ ଏକ ଭ୍ୟାକ୍ସିନ୍‌କୁ ସ୍ୱିକୃତୀ ଦେଇଥାଏ ।
ଏ ସମ୍ପର୍କରେ ଡବ୍ଳୁଏଚ୍‌ଓ କର୍ତ୍ତୃପକ୍ଷ ଋଷ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛନ୍ତି ବୋଲି ୟୁଏନ୍‌ ମୁଖପାତ୍ର ସୂଚନା କରିଛନ୍ତି । ଅନ୍ୟ ପକ୍ଷରେ ପୁଟିନ କିନ୍ତୁ ଆଜି ସକାଳେ ଭିଡ଼ଓ କନ୍‌ଫରରେନ୍ସ ଜରିଆରେ ତାହାଙ୍କ ସମସ୍ତ ମନ୍ତ୍ରୀଙ୍କ ସହ ଆଲୋଚନା କରି ଘୋଷଣା କରିଛନ୍ତି ଯେ, କରୋନା ଭୂତାଣୁର ମୁକାବିଲା ପାଇଁ ଏକ ଭ୍ୟାକ୍ସିନ ପଞ୍ଜିକୃତ କରାଯାଇଛି । ଋଷୁଆର ଗାମେଲ୍ୟା ଇନଷ୍ଟୁ୍ୟଚିଟ୍‌ ଓ ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ସହ ଅନ୍ୟ ବିଭାଗର ମିଳିତ ଭାବେ ଏହି ଟୀକା ବିକଶିତ କରାଯାଇଛି । ଆସନ୍ତାକାଲିଠାରୁ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ହଜାର ହଜାର ଲୋକଙ୍କୁ ଦିଆଯିବା ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଋଷ ପକ୍ଷରୁ କୁହାଯାଇଛି । ଅସନ୍ତା ସେପଫମ୍ବରରୁ ଏହାର ଉତ୍ପାଦ ଆରମ୍ଭ ହେବ ଏବଂ ପ୍ରାୟ ୨୦ଟି ଦେଶ ଏହି ଟୀକା ସକାଶେ ଆବେଦନ କରିଥିବା ଆରଡିଆଇଏଫ ମୁଖ୍ୟ ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୩ରେ ଆଉ ଏକ ଲଘୁଚାପ

୧୩ରେ ଆଉ ଏକ ଲଘୁଚାପ

Read More...

ଜିଲ୍ଲାପାଳ ଓ ଏସପିଙ୍କୁ ଗୃହ ବିଭାଗର ଚିଠି : ବିନା ପରେଡରେ ହେବ ସ୍ୱାଧୀନତା ଦିବସ ସମାରୋହ

ଜିଲ୍ଲାପାଳ ଓ ଏସପିଙ୍କୁ ଗୃହ ବିଭାଗର ଚିଠି : ବିନା ପରେଡରେ ହେବ ସ୍ୱାଧୀନତା ଦିବସ ସମାରୋହ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page