ସଚିନଙ୍କ ଅଭିମାନ ଭାଙ୍ଗିବେ ରାହୁଲ

August 10, 2020, ଦେଶ, , Anupambharat News Bureau


ସଚିନଙ୍କ ଅଭିମାନ ଭାଙ୍ଗିବେ ରାହୁଲ
Anupambharat News Bureau
August 10, 2020

ନୂଆଦିଲ୍ଲୀ: ରାଜସ୍ଥାନରେ ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଜନୈତିକ ହଲଚଲ ଦେଖିବାକୁ ମିଳିଛି । ରାଜସ୍ଥାନ କଂଗ୍ରେସରେ ଉପୁଜିଥିବା ରାଜନୈତିକ ସଙ୍କଟର ଠିକ୍‌ ମାସ ପରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ପାର୍ଟିର ଶୀର୍ଷ ନେତୃିଙ୍କ ସହ ଯୋଗାଯୋଗ କରିଛନ୍ତି ।
ପାର୍ଟି ବିରୋଧରେ ବିଦ୍ରୋହ କରିଥିବା ସଚିନ ପାଇଲଟ୍‌ ସୋମବାର ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିଛନ୍ତି । ତିନି ନେତାଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ସକରାତ୍ମକ ରହିଥିବା କୁହାଯାଉଛି । ସଚିନ ପାଇଲଟଙ୍କୁ କଂଗ୍ରେସ ମନାଇବାରେ ସଫଳ ହୋଇଥିବା କୁହାଯାଉଛି । ଉଲ୍ଲେଖନୀୟ ଅଗଷ୍ଟ ୧୪ରୁ ରାଜସ୍ଥାନରେ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ବର୍ତ୍ତମାନ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ ପରେ ଆଶା କରାଯାଉଛି ସଚିନ ପାଇଲଟ ନିଜର ଅସନ୍ତୋଷ ଭୁଲି ପାର୍ଟିକୁ ପୁନର୍ବାର ଫେରି ପାରନ୍ତି । ଏହା ପୂର୍ବରୁ ମଧ୍ୟ ଯେବେ ସଚିନ ପାଇଲଟ୍‌ ବିଦ୍ରୋହ କରିଥିଲେ, ସେହି ସମୟରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ତାଙ୍କର ଅନେକ ଥର ଆଲୋଚନା ହୋଇଥିଲା । ଅପରପକ୍ଷେ ପାଇଲଟ କ୍ରମାଗତ ପାର୍ଟିର ବରିଷ୍ଠ ନେତା ଅହମ୍ମଦ ପଟେଲ ଓ କେସି ବେଣୁଗୋପାଳଙ୍କ ସହ ଆଲୋଚନା କରୁଛନ୍ତି । ସଂପ୍ରତି ପାଇଲଟଙ୍କ ଆଭିମୁଖ୍ୟ ପୂର୍ବାପେକ୍ଷା ନରମ ପଡିଛି । କଂଗ୍ରେସ ନେତାଙ୍କ କହିବା କଥା ରାହୁଲ ଓ ପାଇଲଟ ଦୁଇ ନେତାଙ୍କ ମଧ୍ୟରେ ଯେଉଁଭଳି ସଂପର୍କ ରହିଛି, ଶୀଘ୍ର ସବୁ କିଛି ସ୍‌ାଭାବିକ ହୋଇପାରେ । ପାଇଲଟଙ୍କ ଜଣେ ସହଯୋଗୀ ବିଧାୟକ କହିଛନ୍ତି ରବିବାର ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ବିଦ୍ରୋହୀଙ୍କୁ ଦଳକୁ ଫେରାଇ ଆଣିବା ନେଇ ମନା କରାଯାଇଛି । ଗେହଲଟଙ୍କ କାର୍ଯ୍ୟ କରିବାର ଶୈଳୀ ହିଁ ପାଇଲଟଙ୍କୁ ବିଦ୍ରୋହ କରିବାକୁ ସୁଯୋଗ ଦେଇଛି । କଂଗ୍ରେସର ନେତାଙ୍କ ଅନୁଯାୟୀ ରାଜସ୍ଥାନରେ ସରକାର ସଂପୂର୍ଣ୍ଣ ସୁରକ୍ଷିତ ।
କିଛି ବିଧାୟକ ଯେଉଁମାନେ ପାଇଲଟଙ୍କ ସମର୍ଥନରେ ଅଛନ୍ତି ସେମାନେ ମଧ୍ୟ ଚାହୁଁଛନ୍ତି ଯେ, ପାର୍ଟି ହାଇକମାଣ୍ଡଙ୍କ ସହ ଆଲୋଚନା ହେଉ । ଏହା ପୂର୍ବରୁ ରବିବାର କଂଗ୍ରେସର ବିଧାୟକ ଦଳ ବୈଠକ ହୋଇଥିଲା । ଏଥିରେ ଗେହଲଟ ଗୋଷ୍ଠୀର ବିଧାୟକମାନେ ସଚିନ ପାଇଲଟ୍‌ ଓ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ଏହି ସମୟରେ ପାର୍ଟି ପକ୍ଷରୁ ରାଜସ୍ଥାନର ପ୍ରଭାରୀ ଅବିନାଶ ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍କୁଲରୁ ପିଲାଙ୍କୁ ମଜୁରୀ ମୁହାଁ କରିଦେଇଛି କରୋନା

ସ୍କୁଲରୁ ପିଲାଙ୍କୁ ମଜୁରୀ ମୁହାଁ କରିଦେଇଛି କରୋନା

Read More...

ପ୍ରଣବ ମୁଖାର୍ଜୀଙ୍କୁ କରୋନା

ପ୍ରଣବ ମୁଖାର୍ଜୀଙ୍କୁ କରୋନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page