ମନ୍ଦିର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ: ହାଇକୋର୍ଟ

August 10, 2020, ଓଡ଼ିଶା, , Anupambharat News Bureau


ମନ୍ଦିର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ: ହାଇକୋର୍ଟ
Anupambharat News Bureau
August 10, 2020

ଭୁବନେଶ୍ୱର,୧୦ା୮(ଅନୁପମ ମିଡ଼ିଆ): କରୋନା ପାଇଁ ବନ୍ଦ ଥିବା ମନ୍ଦିର ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଗୁଡିକ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ରାଜ୍ୟରେ ମନ୍ଦିର ଖୋଲିବା ନେଇ ହୋଇଥିବା ଏକ ଆବେଦନର ଶୁଣାଣି କରି ଓଡିଶା ହାଇକୋର୍ଟ ଏହି ରାୟ ଦେଇଛନ୍ତି । ଅନ୍ୟପକ୍ଷରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ରାଜ୍ୟର ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ବିଚାର ବିମର୍ଶ ଚାଲିଛି ବୋଲି ଗଣମାଧ୍ୟମକୁ କହିଛନ୍ତି ।ରାଜ୍ୟରେ ମନ୍ଦିର ଓ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦାବି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଦୁଇଟି ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ୍‌ ରଫିକ୍‌ ଓ ଡକଫର ଜଷ୍ଟିସ୍‌ ବିଦୁ୍ୟତ ରଞ୍ଜନ ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନଜରରେ ରଖି ରାଜ୍ୟ ସରକାର ନିଷ୍ପତ୍ତି ନିଅ;ୁ ବୋଲି ସୋମବାର ରାୟ ଦେଇଛନ୍ତି । ସୂଚନାଯୋଗ୍ୟ, ପୁରୀର ତ୍ରିଲୋଚନ ରଥ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ, କେନ୍ଦ୍ର ସରକାର ଜାରି କରିଥିବା ନିୟମାବଳୀ ଅନୁସାରେ ଧର୍ମାନୁଷ୍ଠାନ ଖୋଲା ରହିପାରିବ । କି;ୁ ରାଜ୍ୟ ସରକାର କେନ୍ଦ୍ରର ନିୟମାବଳୀ ଉଲ୍ଲଂଘନ କରି ଜୁଲାଇ ୩୧ରେ ଜାରି କରିଥିବା ନିୟମାବଳୀରେ ପୂର୍ବ ଭଳି ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି । ଏହା କେନ୍ଦ୍ର ସରକାରଙ୍କ ନିୟମାବଳୀର ଉଲ୍ଲଂଘନ । ରାଜ୍ୟ ସରକାର ମଦ ଦୋକାନଠାରୁ ଆରମ୍ଭ କରି ସପିଂ ମଲ୍‌ ପର୍ଯ୍ୟନ୍ତ ସବୁ କିଛି ଖୋଲିବାକୁ ଅନୁମତି ଦେଇ ସାରିଛନ୍ତି ।ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ କୋଭିଡ-୧୯
ନିୟମାବଳୀ ଓ କେନ୍ଦ୍ର ସରକାରଙ୍କ ନିୟମ ପାଳନ କରି ମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥା ପାଇଁ ଅନୁମତି ଦେବାରେ କିଛି ବାଧା ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଆଇନଜୀବୀ ଜୟନ୍ତ କୁମାର ବଳ ବି ଏହି ପ୍ରସଙ୍ଗରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅମୃତ ଯୋଜନା କାର୍ଯ୍ୟକାରୀ,  ଓଡ଼ିଶା ପୁଣି ଏକ ନମ୍ବର

ଅମୃତ ଯୋଜନା କାର୍ଯ୍ୟକାରୀ, ଓଡ଼ିଶା ପୁଣି ଏକ ନମ୍ବର

Read More...

ପାକିସ୍ତାନକୁ ବାକିରେ ତେଲ ଦିଆଯିବ ନାହିଁ

ପାକିସ୍ତାନକୁ ବାକିରେ ତେଲ ଦିଆଯିବ ନାହିଁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page