ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପହାର

August 09, 2020, ଦେଶ, , Anupambharat News Bureau


ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପହାର
Anupambharat News Bureau
August 09, 2020

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି କୃଷି ଭିତ୍ତିଭୂମି ପାଣ୍ଠି ଅନୁସାରେ ଏକ ଲକ୍ଷ କୋଟି ଟଙ୍କା ଆର୍ଥିକ ସୁବିଧା ଆରମ୍ଭ କରିଛନ୍ତି । ଏହି ପାଣ୍ଠି କୃଷି ଉଦ୍ୟୋଗୀ, ଷ୍ଟାର୍ଟଅପ୍‌, କୃଷି କ୍ଷେତ୍ରରେ ଟେକ୍ନୋଲୋଜି କମ୍ପାନୀ ଏବଂ କୃଷକ ଗୋଷ୍ଠୀକୁ ଅମଳ ପରବର୍ତ୍ତୀ ପରିଚାଳନାରେ ସାହାଯ୍ୟ କରିବା ପାଇଁ ତିଆରି କରାଯାଇଛି ।
ଏହା ସହ ମୋଦି ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନୁସାରେ ୮.୫୫ କୋଟିରୁ ଅଧିକ ଚାଷୀଙ୍କ ପାଇଁ ୧୭ ହଜାର ୧୦୦ କୋଟି ଟଙ୍କାର ଷଷ୍ଠ କିସ୍ତି ଜାରି କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଗୋଟିଏ ଦେଶର ଗୋଟିଏ ମିଶନକୁ ନେଇ ଗତ ୭ ବର୍ଷ ହେଲା ଯେଉଁ କାମ ଚାଲିଥିଲା ତାହା ବର୍ତ୍ତମାନ ପୁରା ହେବାକୁ ଯାଉଛି ।
ପ୍ରଥମେ ଇ-ଏନ୍‌ଏଏମ୍‌ ମାଧ୍ୟମରେ ଟେକ୍ନୋଲୋଜି ଆଧାରିତ ଏକ ବଡ ବ୍ୟବସ୍ଥା ତିଆରି କରାଯାଇଛି । ବର୍ତ୍ତମାନ ଆଇନ ପ୍ରଣୟନ କରି ଚାଷୀଙ୍କୁ ମଣ୍ଡି ଟ୍ୟାକ୍ସରୁ ମୁକ୍ତ କରିଦିଆଯାଇଛି । ବର୍ତ୍ତମାନ ଚାଷୀଙ୍କ ପାଖରେ ଅନେକ ବିକଳ୍ପ ରହିଛି । ମୋଦି କହିଛନ୍ତି, ଏହି ଯୋଜନା ଦ୍ୱାରା ଗାଁମାନଙ୍କରେ ଚାଷୀମାନଙ୍କୁ, ଚାଷୀ କମିଟିକୁ ଏଫ୍‌ପିଓଏସ୍‌ କୁ େୱୟାରହାଉସ ତିଆରି କରିବାକୁ, ଶୀତଳ ଭଣ୍ଡାର ତିଆରି କରିବାକୁ, ଫୁଡ ପ୍ରୋସେସିଂ ସହିତ ଜଡିତ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ୧ ଲକ୍ଷ କୋଟି ଟଙ୍କା ସାହାଯ୍ୟ ମିଳିବ । ଗତ ଦେଢ଼ ବର୍ଷ ମଧ୍ୟରେ କୃଷକ ସମ୍ମାନ ନିଧି ଯୋଜନା ମାଧ୍ୟମରେ ୭୫ ହଜାର କୋଟି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଛି । ସେଥିରୁ ୨୨ ହଜାର କୋଟି ଟଙ୍କା କରୋନା ଯୋଗୁଁ ଲକଡାଉନ ସମୟରେ ଚାଷୀଙ୍କୁ ଦିଆଯାଇଛି । ଆଧୁନିକ ଭିତ୍ତିଭୂମି ଦ୍ୱାରା କୃଷି ଆଧାରିତ ଶିଳ୍ପ ପ୍ରତିଷ୍ଠାନ ପାଇଁ ସାହାଯ୍ୟ ମିଳିବ ।
ଆତ୍ମନିର୍ଭର ଭାରତ ଅଭିଯାନରେ ସମସ୍ତ ଜିଲ୍ଲାରେ ପ୍ରସିଦ୍ଧ ଉତ୍ପାଦକୁ ଦେଶ ଓ ଦୁନିଆ ବଜାର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ବଡ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ମୋଦି କହିଛନ୍ତି । ପ୍ରଧାନମନ୍ତ୍ରୀ ଚାଷୀଙ୍କୁ ପ୍ରଶଂସା କରି କହିଛନ୍ତି, ଆମ ଚାଷୀ ହିଁ ଲକଡାଉନ ସମୟରେ ଦେଶରେ ଖାଇବା ପିଇବା ଆଦି ଆବଶ୍ୟକୀୟ ସାମଗ୍ରୀର ଅଭାବ ହେବାକୁ ଦେଇନାହାନ୍ତି ।
ଦେଶରେ ଯେତେବେଳେ ଲକଡାଉନ ଲାଗୁ କରାଯାଇଥିଲା । ସେତେବେଳେ ଆମ ଚାଷୀ କ୍ଷେତରେ ଫସଲ କାଟୁଥିଲେ ଏବଂ ଚାଷ ବୁଣିବାରେ ନୂଆ ରେକର୍ଡ କରୁଥିଲେ । ସରକାର ମଧ୍ୟ ସୁନିଶ୍ଚିତ କରିଛନ୍ତି ଯେ ଚାଷୀଙ୍କ ଉତ୍ପାଦର ରେକର୍ଡ ମାତ୍ରରେ ବିକ୍ରି ହେଉ ଯେପରିକି ଗତବର୍ଷ ତୁଳନାରେ ଚାଷୀଙ୍କ ପକେଟକୁ ପାଖାପାଖି ୨୭ ହଜାର କୋଟି ଟଙ୍କା ପହଞ୍ଚୁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାକିସ୍ତାନକୁ ବାକିରେ ତେଲ ଦିଆଯିବ ନାହିଁ

ପାକିସ୍ତାନକୁ ବାକିରେ ତେଲ ଦିଆଯିବ ନାହିଁ

Read More...

୧୧ ଜିଲ୍ଲାରେ ପ୍ରବଳ ବର୍ଷିବ

୧୧ ଜିଲ୍ଲାରେ ପ୍ରବଳ ବର୍ଷିବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page