ଟ୍ରମ୍ପ ଆମ ପାଇଁ ବିପଦ: ଚୀନ୍‌

August 09, 2020, ବିଦେଶ, , Anupambharat News Bureau


ଟ୍ରମ୍ପ ଆମ ପାଇଁ ବିପଦ: ଚୀନ୍‌
Anupambharat News Bureau
August 09, 2020

ୱାସିଂଟନ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ଯେତିକି ପାଖଉଛି ସେତିକି ଉଷ୍ମ ହେଉଛି ରାଜନୀତି । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଏବେ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି । ଏହି ସୂଚନା ଦେଇଛନ୍ତି ଆମେରିକୀୟ ଗୁଇନ୍ଦା ଏନସିଏସସି ମୁଖ୍ୟ ୱିଲିୟନ ଇଭାନିନା ।
କୋଭିଡ-୧୯ ମହାମାରୀରେ ହେବାକୁ ଯାଉଥିବା ଏହି ନିର୍ବାଚନ ଉପରେ ଏବେ ସମସ୍ତଙ୍କ ନଜର ।ଏଣୁ ହେବାକୁ ଥିବା ନିର୍ବାଚନର ମତଦାନ ପ୍ରଭାବିତ ହେବା ଆଶଙ୍କାରେ ଆମେରିକୀୟ ଇଣ୍ଟେଲିଜେନ୍ସୀ ଏବେ ପୁରା ସତର୍କ ବୋଲି କହିଛନ୍ତି ଇଭାନିନା । ଇଭାନିନା କହିଛନ୍ତି ଯେ କ୍ରେମଲିନ୍‌ ସହ ସମ୍ପୃକ୍ତ ଲୋକେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲï ଟ୍ରମ୍ପ ପୁଣି ନିର୍ବାଚିତ ହୁଅ;ୁ ଚାହୁଁଛନ୍ତି । ତେବେ ଟ୍ରମ୍ପ ଦ୍ୱିତୀୟବାର ରାଷ୍ଟ୍ରପତି ହୁଅ;ୁ ତାହା ଚୀନ୍‌ ଚାହେଁନା । ଏଣୁ ବେଜିଂ ଆମେରିକାରେ ଜନହୀତକର ଯୋଜନା କାର୍ଯ୍ୟକାରୀ କରିବା ଓ ଚୀନ ସ୍ୱାର୍ଥ ବିରୋଧୀ ରାଜନେତା ଓ ଅଧିକାରୀଙ୍କ ଉପରେ ଚାପ ପକାଇବାକୁ ନିଜର ଉଦ୍ୟମ ଜୋରଦାର କରିଛି ।
ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଗୁଇନ୍ଦା ସଂସ୍ଥାର ଏହା ଏପର୍ଯ୍ୟନ୍ତ ସବୁଠୁ ସ୍ପଷ୍ଟ ଘୋଷଣା । ଏଥିରେ ଟ୍ରମ୍ପ ଚୀନ୍‌ ସମ୍ପର୍କିତ ସୂଚନାକୁ ସ୍ୱୀକାର କରୁଥିବା ବେଳେ ଋଷିଆ ସମ୍ପର୍କିତ ଗୁଇନ୍ଦା ତଥ୍ୟକୁ ଅଗ୍ରାହ୍ୟ କରିଦେଇଛନ୍ତି । ସେ କହିଛନ୍ତି ଯେ ଆମେରିକାରେ ଏପର୍ଯ୍ୟନ୍ତ ଥିବା ସରକାରଙ୍କ ମଧ୍ୟରେ ଋଷିଆ ବିରୋଧରେ ଯଦି କେଉଁ ସରକାର ସବୁଠୁ ଅଧିକ କଡା ମନବୃତ୍ତି ରଖିଥାଏ ତାହା ହେଉଛି ଟ୍ରମ୍ପ ସରକାର । ତଥାପି ଋଷିଆ ଶେଷରେ ଯେଉଁ ସରକାର ଲାଗି ଆଶା କରେ ତାହାବି ଟ୍ରମ୍ପ ସରକାର ବୋଲି କହିଛନ୍ତି । ତେବେ ବାସ୍ତବିକତା ହେଉଛି ଋଷିଆକୁ ନେଇ ରୈଜନୈତିକ ଦଳଙ୍କ ମନବୃତ୍ତି ବୋଲି ଗୁଇନ୍ଦା ସୂଚନାରୁ ସ୍ପଷ୍ଟ ହୋଇଛି ।
ଓବାମା ସରକାରରେ ଜୋ ବିଡେନ ଉପରାଷ୍ଟ୍ରପତି ଥିଲେ । ତେବେ ୟୁକ୍ରେନ ସମର୍ଥିତ ରାଜନୀତିକୁ କ୍ରେମଲିନ ପସନ୍ଦ କରେନି । ଖାସ ଏଥିଯୋଗୁ ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ରେ ଋଷୀୟ ହ୍ୟାକରମାନେ ଡେମୋକ୍ରାଟ ରାଷ୍ଟ୍ରପତି ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନଙ୍କ ଇ-ମେଲ ହ୍ୟାକ୍‌ କରି ସୂଚନା ଲିକ୍‌ କରିଦେଇ ଥିଲେ । ଠିକ ସେହିପରି ଏଥର ନିର୍ବାଚନରେ ମଧ୍ୟ ବିଡେନକୁ ବଦନାମ କରିବା ଲାଗି ଋଷ ଉଦ୍ୟମ ଆରମ୍ଭ କରିଦେଇ ଥିବାର ଗୁଇନ୍ଦା ସୂଚନା ମିଳିଛି । ତେବେ ଗତ ରାଷ୍ଟ୍ରପତି ନିର୍ବାଚନରେ ଯଦି ବିଡେନ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥାନ୍ତେ ଓ ଜିତିଥାନ୍ତେ ତେବେ ଦେଶରେ ଏବେ ଚୀନ୍‌ର ଶାସନ ଚାଲୁଥାନ୍ତା ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ।
ହେଲେ ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ଋଷ ସହାୟତା ସମ୍ପର୍କିତ ସୂଚନାକୁ ଟ୍ରମ୍ପ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରିଛନ୍ତି । ତେବେ ଆମେରିକୀୟ ଗୁଇନ୍ଦା ଋଷ ଓ ଚୀନ ସାଙ୍ଗକୁ ଇରାନ ଉପରେ ନଜର ରଖି ରହିଛନ୍ତି । ତେବେ ଏହି ସବୁ ଦେଶମାନଙ୍କର ଗତିବିଧି ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ପ୍ରଭାବିତ କରିବ ତାହା କି;ୁ ବିଶ୍ୱାସ କରୁନାହାନ୍ତି ଗୁଇନ୍ଦା ଅଧିକାରୀମାନେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୧ ପାକିସ୍ତାନୀ ଶରଣାର୍ଥୀଙ୍କ ସନ୍ଦେହଜନକ ମୃତ୍ୟୁ

୧୧ ପାକିସ୍ତାନୀ ଶରଣାର୍ଥୀଙ୍କ ସନ୍ଦେହଜନକ ମୃତ୍ୟୁ

Read More...

ସଂଜୟ ଦତ୍ତ ଅସୁସ୍ଥ

ସଂଜୟ ଦତ୍ତ ଅସୁସ୍ଥ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page