ଗଞ୍ଜାମ ଓ ଗଜପତିରେ ମୃଦୁ ଭୂମିକମ୍ପ

August 08, 2020, ଓଡ଼ିଶା, , Anupambharat News Bureau


ଗଞ୍ଜାମ ଓ ଗଜପତିରେ ମୃଦୁ ଭୂମିକମ୍ପ
Anupambharat News Bureau
August 08, 2020

ବ୍ରହ୍ମପୁର, ୮ା୮ (ଅନୁପମ ମିଡ଼ିଆ): ଆଜି ସକାଳ ପ୍ରାୟ ୭ଟା ୧୦ ମିନିଟ୍‌ ସମୟରେ ଗଞ୍ଜାମ ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକଫର ସ୍କେଲରେ ଏହାର ତୀବ୍ରତା ୩.୮ ଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାର ଚିକିଟି, ପାତ୍ରପୁର, ଦିଗପହଣ୍ଡି ଏବଂ ଗଜପତି ଜିଲ୍ଲାର ଆର୍‌. ଉଦୟଗିରି, ଅଡ଼ବା, ମୋହନା ଅଞ୍ଚଳରେ ଏହି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହା ଜାଣିପାରି ଲୋକେ ବିଭିନ୍ନ ସ୍ଥାନରେ ଭୟରେ ଘର ବାହାରକୁ ଚାଲି ଆସିଥିବା କୁହାଯାଇଛି । ଗଜପତି ଜିଲ୍ଲାର କେତେକ ସ୍ଥାନରେ ଭୂମିକମ୍ପ ଅନୁଭୂତ ନେଇ ଜିଲ୍ଲାପାଳ ଅନୁପମ୍‌ ଶାହା ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ତେବେ ଏଥିଦ୍ୱାରା ସେଭଳି କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି । ସକାଳ ସମୟ ଏବଂ ଲୋକେ ଶୋଇ ଥିବାରୁ ଅଧିକାଂଶ ଏହାର ଝଟକା ଅନୁଭବ କରିପାରିନଥିବା କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୯୬ ଡାକ୍ତରଙ୍କ ଜୀବନ ନେଲାଣି

୧୯୬ ଡାକ୍ତରଙ୍କ ଜୀବନ ନେଲାଣି

Read More...

ଗିରିଶ ମୁର୍ମୁ ଶପଥ ନେଲେ

ଗିରିଶ ମୁର୍ମୁ ଶପଥ ନେଲେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page