ଲାଞ୍ଜିପଲ୍ଲୀ ଠାକୁରାଣୀ ଯାତ୍ରା

May 18, 2019, ଓଡ଼ିଶା, , Anupambharat News Bureau


ଲାଞ୍ଜିପଲ୍ଲୀ ଠାକୁରାଣୀ ଯାତ୍ରା
Anupambharat News Bureau
May 18, 2019

ବ୍ରହ୍ମପୁର,୧୮ ।୫(ଅନୁପମ ମିଡ଼ିଆ) : ସ୍ଥାନୀୟ ଲାଞ୍ଜିପଲ୍ଲୀସ୍ଥିତ ମା’ ତାରାଦେବୀ ଠାକୁରାଣୀ ଯାତ୍ରା ଆସନ୍ତାକାଲି ରାତ୍ରୀରୁ ଆରମ୍ଭ ହେଉଥିବା ଜଣାପଡ଼ିଛି ।
୧୯୭୯ ମସିହାରୁ ପ୍ରତି ଦୁଇ ବର୍ଷରେ ଥରେ ଆରମ୍ଭ ହେଉଥିବା ପାରମ୍ପରିକ ଯାତ୍ରା ମା’ ତାରାଦେବୀ ଠାକୁରାଣୀ ଯାତ୍ରା ପରିପ୍ରେକ୍ଷୀରେ ଆସନ୍ତାକାଲି ରାତି ସାଢ଼େ ୧୦ଟା ବେଳେ ରାଧାକୃଷ୍ଣସାହିସ୍ଥିତ ଅସ୍ଥାୟୀ ମଣ୍ଡପରୁ ପରିଚାଳନା କମିଟି ସଦସ୍ୟ ତଥା ସହସ୍ରାଧିକ ଗ୍ରାମବାସୀ ଏକ ବିରାଟ ପଟୁଆରରେ ଯାଇ ମା’ଙ୍କ ମନ୍ଦିରରେ ପହଞ୍ଚିବେ ଏବଂ ସେଠାରେ ପୂଜାର୍ଚ୍ଚନା ସହ ମା’ଙ୍କୁ ଆମନ୍ତ୍ରଣ କରାଯିବ । ମା’ଙ୍କ ଆଜ୍ଞାପୁଷ୍ପ ଆବାହନ ପରେ ଶୋଭାଯାତ୍ରାରେ ଫେରି ଅସ୍ଥାୟୀ ମଣ୍ଡପରେ ସ୍ଥାପନା କରାଯିବ ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି । ଏଥି ପାଇଁ ମା’ଙ୍କ ଅସ୍ଥାୟୀ ମଣ୍ଡପ କାର୍ଯ୍ୟ ଶେଷ ହୋଇଥିବାବେଳେ ବିଭିନ୍ନ ବିଭାଗୀୟ ପଦାଧିକାରୀମାନେ ଅସ୍ଥାୟୀ ମଣ୍ଡପ ନିର୍ମାଣ ଓ ଅନ୍ୟାନ୍ୟ ବିଧି ବ୍ୟବସ୍ଥା ନେଇ ତଦାରଖ କରିଥିବା ଜଣାପଡ଼ିଛି । ଆସନ୍ତାକାଲି ରାତିରେ ମା’ଙ୍କ ଆଜ୍ଞାପୁଷ୍ପ ଆବାହନ କରାଯାଇ ସ୍ଥାପନ କରାଯିବା ପରେ ମା’ଙ୍କୁ ୨୦,୨୧,୨୨,୨୩ ତାରିଖ ପର୍ଯ୍ୟନ୍ତ ଅସ୍ଥାୟୀ ମଣ୍ଡପରେ ବିଶ୍ରାମ ଓ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯିବ ।
ଏହି ଯାତ୍ରା ସମୟରେ ପ୍ରତ୍ୟହ ସନ୍ଧ୍ୟାରେ ୧୦୮ ଆଳତୀ ଓ ଅନ୍ୟାନ୍ୟ ପୂଜାର୍ଚ୍ଚନା ଓ ପ୍ରତ୍ୟହ ସକାଳେ ଶାନ୍ତି ହୋମ, ଯଜ୍ଞ ଆଦି ଅନୁଷ୍ଠିତ ହେବ ବୋଲି ପରିଚାଳନା କମିଟି ସଭାପତି ଭଗବତ ପ୍ରସାଦ ସିଂଦେଓ ସୂଚନା ଦେଇଛନ୍ତି । ୨୪ ତାରିଖରେ ମା’ଙ୍କ ଘଟ ପରିକ୍ରମା ଆରମ୍ଭ ହେବ ବୋଲି ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୁନ୍ଦରୀ ପାକିସ୍ତାନୀ ମହିଳାଙ୍କ ‘ହନିଟ୍ରାପ୍‌’ର ଶିକାର ଯବାନ

ସୁନ୍ଦରୀ ପାକିସ୍ତାନୀ ମହିଳାଙ୍କ ‘ହନିଟ୍ରାପ୍‌’ର ଶିକାର ଯବାନ

Read More...

ଜୁଆ ଆzାରେ ଚଢ଼ାଉ ବେଳେ ନଦୀକୁ ଡ଼େଇଁ ଯୁବକ ମୃତ

ଜୁଆ ଆzାରେ ଚଢ଼ାଉ ବେଳେ ନଦୀକୁ ଡ଼େଇଁ ଯୁବକ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page