ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାନ୍ଦାରେ ଜଣେ ଯୁବକଙ୍କୁ ପ୍ରେମ କରିବା ମହଙ୍ଗା ପଡ଼ିଛି । ସମ୍ମାନ-ହାନି ପାଇଁ ଯୁବତୀଙ୍କ ପରିବାର ଲୋକେ ପ୍ରେମୀଯୁଗଳଙ୍କୁ ଜୀବିତ ଜଳାଇ ଦେଇଛନ୍ତି । ଅନର କିଲିଂର ଏହି ମାମଲା ମଣ୍ଟୌନ୍ଧ ଥାନା ଅଞ୍ଚଳର କରଛା ଗାଁର ।
ଏହି ଅଭାବନୀୟ ଘଟଣା ପରେ ପ୍ରେମୀ ଯୁଗଳଙ୍କ ମୃତ୍ୟୁ ଘଟିଛି । ମାମଲାର ସମ୍ବେଦନ ଶୀଳତାକୁ ଦେଖି କାନପୁର ହସ୍ପିଟାଲରେ ଡିଆଇଜି ଏବଂ ଏସପି ପହଞ୍ଚିଥିଲେ । ସେଠାରେ ଅନେକ ସଂଖ୍ୟାରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ସୂଚନା ଅନୁଯାୟୀ ଗାଁର ଜଣେ ଯୁବକଙ୍କ ସେହି ଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ଚାଲିଥିଲା । ଗତକାଲି ସନ୍ଧ୍ୟାରେ ଯୁବତୀ ତାଙ୍କ ପ୍ରେମିକଙ୍କୁ ଦେଖା କରିବାକୁ ତାଙ୍କ ଘରେ ଡକାଇଥିଲେ । ଏହା ବିଷୟରେ ପ୍ରେମିକାଙ୍କ ପରିବାର ଲୋକେ ଜାଣି ଯାଇଥିଲେ । ପ୍ରେମିକାଙ୍କ ପରିବାର ଲୋକେ ରାଗି ଯାଇ ଉଭୟଙ୍କୁ ନିର୍ଦ୍ଧୁମ ପିଟିଥିଲେ ।
ତାଙ୍କୁ ରୁମ୍ ଭିତରେ ବନ୍ଦ କରି ଜୀବନ୍ତ ନିଆଁ ଲଗାଇ ଦେଇଥିଲେ । ଯୁବତୀଙ୍କ ପରିବାର ଲୋକେ ପ୍ରେମିକ ଏବଂ ଝିଅକୁ ପ୍ରଥମେ କୁରାଢ଼ୀରେ ହାଣି ଆହତ କରିଥିଲେ ଏହା ପରେ ରୁମରେ ବନ୍ଦ କରି ନିଆଁ ଲଗାଇ ଦେଇଥିଲେ । ଏହା ଦ୍ୱାରା ପ୍ରେମୀ ଯୁଗଳ ଜୀବନ୍ତ ଜଳି ଯାଇଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା । ମୃତ ଯୁବକଙ୍କ ବାପା ଯୁବତୀଙ୍କ ପରିବାର ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି । ବର୍ତ୍ତମାନ ପୋଲିସ୍ ମାମଲାର ତଦନ୍ତ କରୁଛି । ପୋଲିସ୍ ଏହି ମାମଲାରେ ୯ଜଣଙ୍କୁ ଗିରଫ କରି ମାମଲା ରୁଜୁ କରିଛି ।
ପୋଲିସ୍ ଅନର କିଲିଂ ମାମଲାରେ ଯୁବତୀଙ୍କ ବାପା ହୁକୁମ ସିଂହ,ଭାଇ ଲଖRୁ ଓରଫ ଲାଖନ ସିଂହକୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ପରେ ପୋଲିସ୍ ଯୁବତୀଙ୍କ ମାଆ ଆଶା ଏବଂ ଅନ୍ୟ ପୁଅ ଫୁଲ ଚନ୍ଦ୍ରକୁ ଗିରଫ କରିଛି । ଏବେ ସୁଦ୍ଧା ଏହି ମାମଲାରେ ୪ଜଣଙ୍କୁ ଗିରଫ କରାଯାଇସାରିଛି । ମୃତ ଯୁବକଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ତାଙ୍କ ପୁଅଙ୍କୁ ଷଡ଼ଯନ୍ତ୍ର କରି ଡକାଇ ଏପରି କରାଯାଇଛି ।