କରୋନା ଆର୍ଥିକ ପ୍ୟାକେଜର ଦ୍ୱିତୀୟ କିସ୍ତି: କେନ୍ଦ୍ରର ୮୯୦.୩୨ କୋଟି

August 06, 2020, ଦେଶ, , Anupambharat News Bureau


କରୋନା ଆର୍ଥିକ ପ୍ୟାକେଜର ଦ୍ୱିତୀୟ କିସ୍ତି:  କେନ୍ଦ୍ରର ୮୯୦.୩୨ କୋଟି
Anupambharat News Bureau
August 06, 2020

ନୂଆଦିଲ୍ଲୀ/ଭୁବନେଶ୍ୱର, ୬ା୮: ­ କରୋନା ଜରୁରୀକାଳୀନ ପ୍ରଶମନ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ପ୍ୟାକେଜର ଦ୍ୱିତୀୟ କିସ୍ତିରେ ଓଡ଼ିଶା ସମେତ ଦେଶର ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୮୯୦.୩୨ କୋଟି ଟଙ୍କା ଜାରି କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅର୍ଥ ସାମ୍ପ୍ରତିକ ସମୟରେ କରୋନା ମହାମାରୀର ମୁକାବିଲା କାର୍ଯ୍ୟକୁ ଅଧିକ ମଜବୁତ୍‌ କରିବ ବୋଲି ପ୍ରଧାନ କହିଛନ୍ତି ।ସେ କହିଛନ୍ତି ଏହି ପ୍ୟାକେଜ ଅଧୀନରେ ଚଳିତବର୍ଷ ଏପ୍ରିଲ ମାସରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୩ ହଜାରରୁ ଉର୍ଦ୍ଧ୍ୱ କୋଟି ଟଙ୍କା ଜାରୀ କରାଯାଇଛି । ମେଡିକାଲ ଭିତ୍ତିଭୂମିକୁ ସୁଦୃଢ କରିବା ସହ କରୋନା ଟେଷ୍ଟି ସୁବିଧାରେ ବୃଦ୍ଧି ଏବଂ ଭେଣ୍ଟିଲେଟର, ଆଇସୋଲେସନ ବେଡ୍‌, ଔଷଧ ଏବଂ ଆବଶ୍ୟକୀୟ ଆନୁଷାଙ୍ଗିକ ବ୍ୟବସ୍ଥା ପାଇଁ ଏହି ଅର୍ଥ ସହାୟକ ହୋଇପାରିଛି । ଲୋକଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ମୋଦି ସରକାରଙ୍କ ପ୍ରାଥମିକତାରେ ରହିଛି । ସଠିକ୍‌ ସମୟରେ କେନ୍ଦ୍ର ସରକାରଙ୍କ ଏହି ଆର୍ଥିକ ସହାୟତା ଏବଂ ସମସ୍ତଙ୍କ ଉଦ୍ୟମ ବଳରେ ଦେଶରେ ଖୁବ ଶୀଘ୍ର ଫଳପ୍ରଦ ଖବର ଆସିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ସୂଚନାଥାଉକି ଭାରତରେ ଆରମ୍ଭରୁ ହିଁ କରୋନା ରୋଗର ମୁକାବିଲା କରିବା ପାଇଁ ଏଭଳି କୌଣସି ଉପଯୁକ୍ତ ଔଷଧ ନଥିଲା । ଏପରିକି କରୋନା ଏକ ନୂତନ ରୋଗ ହୋଇଥିବା ଯୋଗୁଁ ଏହାର ଉପଚାର ପାଇଁ କେଉଁ ଭିତ୍ତିଭୂମିର ଓ ଉପକରଣର ଆବଶ୍ୟକତା ରହିଛି ଏ ସମ୍ପର୍କରେ ଚିକିତ୍ସା ବିଭାଗ କିମ୍ବା ସରକାର ସମ୍ପୂର୍ଣ୍ଣ ଅବଗତ ନଥିଲେ ଫଳରେ ଦେଶରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ଗୋଟିଏ ପରେ ଗୋଟିଏ ଭିତ୍ତିଭୂମିର ସଂପ୍ରସାରଣ କରାଗଲା । ଏପରିକି ରୋଗୀମାନଙ୍କର ସ୍ୱାବ୍‌ ପରୀକ୍ଷଣ ରିପୋର୍ଟ ତିନି ଦିନରୁ ଉର୍ଦ୍ଧ୍ୱ ସମୟ ପରେ ମିଳିବା ଯୋଗୁଁ ରୋଗୀଙ୍କ ଭୂତାଣୁ ଅନ୍ୟ ଲୋକଙ୍କୁ ସଂକ୍ରମଣ କରିବାରେ ଲାଗିଲା । ଏହା ବ୍ୟତୀତ ବହୁ ସଂଖ୍ୟାରେ ଏକକାଳିନ ରୋଗୀଙ୍କୁ ଚିକିତ୍ସା କରିବା ମଧ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ଆଜି ପର୍ଯ୍ୟନ୍ତ ଏକ ବଡ଼ ଧରଣର ଚ୍ୟାଲେଞ୍ଜ ହୋଇ ରହିଛି । ମୁଖ୍ୟତଃ ଡାକ୍ତରଙ୍କ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଏବଂ ମାର୍ଗଦର୍ଶିକା ଯୋଗୁଁ ଆଜି ପର୍ଯ୍ୟନ୍ତ ଭାରତରେ କରୋନା ରୋଗରେ ୪୦ ହଜାରରୁ ଉର୍ଦ୍ଧ୍ୱ ଲୋକ ମୃତୁ୍ୟବରଣ କରିସାରିଲେଣି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଣି ୧୦ ଜୀବନ ଗଲା

ପୁଣି ୧୦ ଜୀବନ ଗଲା

Read More...

୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page