ଦିନକରେ କରୋନାରେ ୧୩୩୭ ଆକ୍ରାନ୍ତ, ନ’ ମୃତ

August 05, 2020, ଓଡ଼ିଶା, , Anupambharat News Bureau


ଦିନକରେ କରୋନାରେ ୧୩୩୭ ଆକ୍ରାନ୍ତ, ନ’ ମୃତ
Anupambharat News Bureau
August 05, 2020

ଭୁବନେଶ୍ୱର, ୫ା୮(ଅନୁପମ ମିଡ଼ିଆ): ରାଜ୍ୟରେ ଦିନକରେ ୧୩୩୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏହି ଭୂତାଣୁ ଆଉ ନ’ ମୁଣ୍ଡ ନେଇଛି । ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩୯୦୧୮ କୁ ବୃଦ୍ଧି ପାଇଛି । ସେହିଭଳି କରୋନା ମୃତୁ୍ୟ ୨୨୫ କୁ ଛୁଇଁଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ୧୩୩୭ ଜଣଙ୍କ ମଧ୍ୟରୁ ୮୧୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୫୨୨ ଜଣ ସ୍ଥାନୀୟ ଲୋକ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ଆକ୍ରାନ୍ତ ମାନେ ମୋଟ ୨୮ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ୨୦୧ ଟି ନୂଆ ମାମଲା ସାମନାକୁ ଆସିଛି । ଅନୁଗୁଳ ଜିଲ୍ଲାରେ ଚାରି, ବାଲେଶ୍ୱର ଜିଲ୍ଲାରେ ୩୧, ବରଗଡ ଜିଲ୍ଲାରେ ୧୪, ଭଦ୍ରକ ଜିଲ୍ଲାରେ ୨୨, ବଲାଙ୍ଗିର ଜିଲ୍ଲାରେ ୧୧, ବୌଦ୍ଧ ଜିଲ୍ଲାରେ ଜଣେ,କଟକ ଜିଲ୍ଲାରେ ୧୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଢେଙ୍କାନାଳ ଜିଲ୍ଲାରେ ପାଞ୍ଚ, ଗଜପତି ଜିଲ୍ଲାରେ ୭୫, ଜଗତସିଂହପୁର ଜିଲ୍ଲାରେ ୨୧, ଯାଜପୁର ଜିଲ୍ଲାରେ ୨୪, ଝାରସୁଗୁଡା ଜିଲ୍ଲାରେ ୧୦, କଳାହାଣ୍ଡି ଜିଲ୍ଲାରେ ୧୩, କନ୍ଧମାଳ ଜିଲ୍ଲାରେ ୨୦, କେନ୍ଦ୍ରାପଡା ଜିଲ୍ଲାରେ ୩୭,କେନ୍ଦୁଝର ଜିଲ୍ଲାରେ ୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୧୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ୩୧, ମାଲକାନଗିରି ଜିଲ୍ଲାରେ ୩୮ , ମୟୂରଭଞ୍ଜ ଜିଲ୍ଲାରେ ୧୫, ନବରଙ୍ଗପୁୁରରେ ସାତ, ନୟାଗଡ ଜିଲ୍ଲାରେ ୬୦, ପୁରୀ ଜିଲ୍ଲାରେ ୭୩ , ରାୟଗଡା ଜିଲ୍ଲାରେ ୨୨, ସମ୍ବଲପୁର ଜିଲ୍ଲାରେ ୭୨, ସୋନପୁର ଜିଲ୍ଲାରେ ତିନି ତଥା ସୁନ୍ଦରଗଡ ଜିଲ୍ଲାରେ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଗଜପତି, ସୁନ୍ଦରଗଡ, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଜଣେ ଅଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ୪୨ ବର୍ଷୀୟ ପୁରୁଷଙ୍କ ମୃତୁ୍ୟ ଘଟିଛି । ସେ ମଧୁମେହ ଓ କିଡନୀ ରୋଗରେ ପୀଡିତ ଥିଲେ । ସେହିପରି ସୁନ୍ଦରଗଡ ଜିଲ୍ଲାର ଜଣେ ୫୫ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ସେ ଡାଇବେଟିସରେ ପୀଡିତ ଥିଲେ । ଗଞ୍ଜାମ ଜିଲ୍ଲାର ଜଣେ ୫୨ ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଥିବା ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।ସେହିପରି ଭାବେ ଗଞ୍ଜାମ ଜିଲ୍ଲାର ଜଣେ ୫୯ ବର୍ଷୀୟ କରୋନା ଆକ୍ରାନ୍ତ ପୁରୁଷଙ୍କ ମୃତୁ୍ୟ ଘଟିଛି । ଗଜପତି ଜିଲ୍ଲାର ଜଣେ ୨୭ ବର୍ଷୀୟ କରୋନା ଆକ୍ରାନ୍ତ ପୁରୁଷଙ୍କ ମତୁ୍ୟ ଘଟିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ଜଣେ ୫୩ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ସେ ହାଇପର ଟେନସନ ରୋଗରେ ପୀଡିତ ଥିଲେ । କେନ୍ଦୁଝର ଜିଲ୍ଲାର ଅନ୍ୟ ଜଣେ ୨୧ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ସେ ମଧୁମେହ (ଟାଇପ-୧)ରେ ପୀଡିତ ଥିଲେ । ଖୋର୍ଦ୍ଧା ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କାକରୋନା ଆକ୍ରାନ୍ତମହିଳାଙ୍କ ମୃତୁ୍ୟ ବରଣ କରିଛନ୍ତି । ଗଞ୍ଜାମ ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ କରୋନା ଆକ୍ରାନ୍ତ ପୁରୁଷଙ୍କ ମୃତୁ୍ୟ ଘଟିଛି । ସେ କ୍ରୋନିକ କିଡନୀ ରୋଗ, ଓ ଅନିୟନ୍ତ୍ରିତ ମଧୁମେହରେ ପୀଡିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆମାଜନ୍‌,ଫ୍ଳିପ୍‌କାର୍ଟ ବିକି୍ର ମଧ୍ୟରାତ୍ରୀରୁ ଆରମ୍ଭ

ଆମାଜନ୍‌,ଫ୍ଳିପ୍‌କାର୍ଟ ବିକି୍ର ମଧ୍ୟରାତ୍ରୀରୁ ଆରମ୍ଭ

Read More...

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଭୂମିପୂଜନ

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଭୂମିପୂଜନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page