ଟପ୍‌ ୧୦ରେ ଦୁୁଇ ଓଡିଆ

August 04, 2020, ଓଡ଼ିଶା, , Anupambharat News Bureau


ଟପ୍‌ ୧୦ରେ ଦୁୁଇ ଓଡିଆ
Anupambharat News Bureau
August 04, 2020

ଭୁବନେଶ୍ୱର, ୪ା୮(ଅନୁପମ ମିଡ଼ିଆ): ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳାଫଳ ଆଜି ପ୍ରକାଶ ପାଇଛି । ଆଇଏଏସ୍‌, ଆପିଏସ୍‌, ଆଇଆରଏସ୍‌, ଆଇଏଫ୍‌ସ ଆଦି ବିଭିନ୍ନ ବର୍ଗର ପରୀକ୍ଷାର୍ଥୀଙ୍କୁ ମିଶାଇ ସମୁଦାୟ ୮୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏହି ପରୀକ୍ଷାରେ ଚଳିତବର୍ଷ ଟªର ହୋଇଛନ୍ତି ପ୍ରଦୀପ ସିଂହ । ସେହିପରି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ଜତିନ କିଶୋର ଏବଂ ପ୍ରତିଭା ଶର୍ମା । ଆଇଏଏସ୍‌ ତାଲିକାର ଟପ ଟେନରେ ଦୁଇ ଓଡିଆ ରହିଛନ୍ତି ।
ଓଡିଶାର ଅଭିଷେକ୍‌ ସରାଫ ଅଷ୍ଟମ ସ୍ଥାନରେ ଥିବାବେଳେ ସଞ୍ଜିତା ମହାପାତ୍ର ୧୦ମ ସ୍ଥାନରେ ରହିଛନ୍ତି । ସଞ୍ଜିତା ପୂର୍ବରୁ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳ ହୋଇଥିଲେ । ୧୦ମ ସ୍ଥାନ ଅଧିକାର କରିଥିବା ସଞ୍ଜିତା ରାଉରକେଲା ଛେଣ୍ଡ ଅଞ୍ଚଳର ଝିଅ ଏବେ ଭୁବନେଶ୍ୱରରେ ବୋହୂ । ଇଞ୍ଜିନିୟରିଂ ସାରି ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ସହକାରୀ ମ୍ୟାନେଜର ଭାବେ ପ୍ଲେଟ୍‌ ମିଲରେ କାମ କରୁଥିଲେ । ତେବେ ବିବାହ ପରେ ସେ ଭୁବନେଶ୍ୱରରେ ରହିବାରୁ ଚାକିରି ଛାଡିଦେଇଥିଲେ ।
ତେବେ ଶାଶୁ ଘରେ ରହି ପାଠ ପଢି ଆଇଏଏସ ପାଇବା ଭଳି କଥାକୁ ନେଇ ଆଜି ରାଉରକେଲା ସହରରେ ଖୁସିର ଲହରି ଖେଳିଯାଇଛି । ଅନ୍ୟପକ୍ଷେ ଓଡିଶାର ଅଂଶୁମାନ ରାଜ ୧୦୭, ଅନୁପ ଦାସ ୧୨୦, ଶୈଳଜା ଦାସ ୧୯୦, ରାହୁଲ ମିଶ୍ର ୨୦୨,ହେମା ନାୟକ ୨୨୫,ଆରୁଷି ମିଶ୍ର ୨୨୯,ଆଶିଷ ଦାସ ୨୯୧, ଅଙ୍କିତ ଶଙ୍କର ମିଶ୍ର ୨୯୪ ତମ ର୍ୟାଙ୍କ୍‌ ହାସଲ କରିଛନ୍ତି । ସେହିପରି ସୋନାଲୀ ମିଶ୍ର ୩୦୦, ଦିବ୍ୟା ମିଶ୍ର ୩୧୨, ଅର୍ଘ୍ୟ ପଟ୍ଟନାୟକ ୩୬୧, ଜୁବିନ୍‌ ମହାପାତ୍ର ୩୭୯, ସମୀର କୁମାର ଜେନା ୪୪୧, ମାନସ ରଞ୍ଜନ ସାହୁ ୫୬୭, ଶିବମ୍‌ ମିଶ୍ର ୭୧୨,ଓମ୍‌ ପ୍ରସାଦ ମହାନ୍ତି ୭୧୫ ଓ ବିଭୂତି ଭୂଷଣ ନାୟକ ୮୧୯ ତମ ର୍ୟାଙ୍କ୍‌ ପାଇଛନ୍ତି । ୫୬୭ ର୍ୟାଙ୍କରେ ରହିଛନ୍ତି ରାଉରକେଲା ତହସିଲଦାର ମାନସ ରଞ୍ଜନ ସାହୁ ।
ଗତ ମଇ ମାସରେ ସେ ରାଉରକେଲା ତହସିଲଦାର ବାବେ ଯୋଗଦାନ କରିଥିଲେ । ସେ ରାଉରକେଲାରେ ପାଠ ପଢିଥିବା ବେଳେ ଦିଲ୍ଲୀ ଆଇଆଇଟିରୁ ଇଞ୍ଜିନିୟରିଂ ପଢଥିଲେ । ବିଶ୍ରା ବ୍ଲକ୍‌ ଜରେଇକେଲା ବାସିନ୍ଦାସମୁଦାୟ ୮୨୯ ଜଣ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୦୪ ଜଣ ସାଧାରଣ ବର୍ଗର ହୋଇଥିବା ବେଳେ ୭୮ ଜଣ ଓଡବ୍ଳୁଏସ୍‌, ୨୫୧ ଜଣ ଓବିସି, ୨୨୯ ଜଣ ଅନୁସୂଚିତ ଜାତି ଓ ୬୭ ଅନୁସୂଚିତ ଜନଜାତି ବର୍ଗର ବୋଲି ସୂଚନା ଦିଆଯାଇଛି । ­୨୦୧୯ ବର୍ଷ କେନ୍ଦ୍ର ଲୋକସେବା ଆୟୋଗ(ୟୁପିଏସସି)ର ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେହିପରି ଏହି ପରୀକ୍ଷାରେ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ଥିବା ଦୁଇ ଓଡିଆ ଛାତ୍ରଛାତ୍ରୀ ଅଷ୍ଟମ ର୍ୟାଙ୍କରେ ଥିବା ଅଭିଷେକ ସରାଫ ଏବଂ ଦଶମ ର୍ୟାଙ୍କରେ ଥିବା ସଞ୍ଜିତା ମହାପାତ୍ରଙ୍କ ପାଇଁ ଖୁସିବ୍ୟକ୍ତ କରିଛନ୍ତି ପ୍ରଧାନ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାମ କେବେ ଘୃଣା ସୃଷ୍ଟି କରିପାରିବେ ନାହିଁ: ରାହୁଳ

ରାମ କେବେ ଘୃଣା ସୃଷ୍ଟି କରିପାରିବେ ନାହିଁ: ରାହୁଳ

Read More...

ସହିଦ୍‌ କୋଭିଡ ଯୋଦ୍ଧା ସ୍ମୃତିରେ ନୀରବ ପ୍ରାର୍ଥନା

ସହିଦ୍‌ କୋଭିଡ ଯୋଦ୍ଧା ସ୍ମୃତିରେ ନୀରବ ପ୍ରାର୍ଥନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page