ଅଯୋଧ୍ୟା ଯିବେନି ଆଡଭାନୀ ଓ ଯୋଶୀ

August 02, 2020, ଦେଶ, , Anupambharat News Bureau


ଅଯୋଧ୍ୟା ଯିବେନି ଆଡଭାନୀ ଓ ଯୋଶୀ
Anupambharat News Bureau
August 02, 2020

ଅଯୋଧ୍ୟା: ଅଗଷ୍ଟ ୫ ତାରିଖ ଦିନ ଅଯୋଧ୍ୟା ରାମଜନ୍ମଭୂମିରେ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେବ । ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରିତ କରାଯାଇଛି । ଏଥିଲାଗି ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।
ତେବେ ମିଳୁଥିବା ସୂଚନା ଅନୁସାରେ ଦେଶର ରାମମନ୍ଦିର ଆନ୍ଦୋଳନର ନେତୃତ୍ୱ ନେଇଥିବା ଲାଲକୃଷ୍ଣ ଆଡଭାନୀ ଓ ମୂରଲୀ ମନୋହର ଯୋଶୀ କି;ୁ କାର୍ଯ୍ୟକ୍ରମକୁ ଆସିବେ ନାହିଁଛ ରାମ ମନ୍ଦିର ଆନ୍ଦୋଳନର ଉଭୟ ଅଗ୍ରଦୂତ ଭିଡିଓ କନଫରେନସିଂ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି କୁହାଯାଉଛି । ଶ୍ରୀରାମ ମନ୍ଦିର ତୀର୍ଥକ୍ଷେତ୍ର ଟ୍ରଷ୍ଟ ଭୂମିପୂଜନ ପ୍ରସ୍ତୁତି ଚଳାଇଥିବା ବେଳେ ଉତ୍ତରପ୍ରଦେଶ ଯୋଗୀ ସରକାର ଏଥିରେ ସହଯୋଗ କରୁଛନ୍ତି । ଆୟୋଜକ ଟ୍ରଷ୍ଟର କାର୍ଯ୍ୟକର୍ତ୍ତାମାନେ ଭୂମି ପୂଜନ ଉତ୍ସବ ନିମନ୍ତେ ଆଡଭାନୀ ଓ ଯୋଶୀଙ୍କୁ ଟେଲିଫୋନ ଯୋଗେ କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରିଛନ୍ତି ।
ସେମାନେ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ରୂପେ ଯୋଗଦେବେ କି ନା ସେ ନେଇ ଏବେବି ଆଶଙ୍କା ଜାରି ରହିଛି । ହେଲେ ମିଳୁଥିବା ସୂଚନାରୁ ୫ ଅଗଷ୍ଟ ଭୂମି ପୂଜା କାର୍ଯ୍ୟକ୍ରମରେ ସେ ଅଯୋଧ୍ୟା ନ ଆସି ଭିଡିଓ କନଫରେନସିଂରେ ଉତ୍ସବରେ ଭାଗ ନେଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଭୂମି ପୂଜା କାର୍ଯ୍ୟକ୍ରମଲାଗି ଟ୍ରଷ୍ଟର ମହାମନ୍ତ୍ରୀ ଚମ୍ପତ ରାୟ ଉଭୟ ନେତାଙ୍କୁ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ନିମନ୍ତ୍ରଣ ପତ୍ର ପଠାଇବା ସହ ଟେଲିଫୋନରେ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ମଧ୍ୟ ନିମନ୍ତ୍ରଣ କରିଛନ୍ତି ।
କୌଣସି ଅଜ୍ଞାତ କାରଣ ଯୋଗୁ ଉଭୟ ନେତା କାର୍ଯ୍ୟକ୍ରମରେ ଭୌତିକ ରୂପେ ଯୋଗ ଦେଇ ନ ପାରିନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ଫାୟାରବ୍ରାଣ୍ଡ ବିଜେପି ନେତ୍ରୀ ଉମା ଭାରତୀ କି;ୁ କାର୍ଯ୍ୟକ୍ରମରେ ଯୋଗଦେଉଥିବା ଘୋଷଣା କରିଛନ୍ତି । ଅଯୋଧ୍ୟାରେ ହେବାକୁ ଯାଉଥିବା ଭୂମି ପୂଜା କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କିଛି ବିଶିଷ୍ଟ ବ୍ୟାକ୍ତିଙ୍କୁ ଆମନ୍ତ୍ରିତ କରାଯାଉଛି । ଗଷ୍ଟ ୫ ତାରିଖ ଦିନ ଅଯୋଧ୍ୟା ରାମଜନ୍ମଭୂମିରେ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେବ । ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରିତ କରାଯାଇଛି । ଏଥିଲାଗି ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।
ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦି ବେନ୍‌, ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ନୃତ୍ୟ ଗୋପାଲ ଦାସ ମାହାରାଜ ପ୍ରମୁଖ ଆମନ୍ତ୍ରିତ ଅଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଂଗ୍ରେସ ଥିଲା, ରହିଛି ଓ ଆଗକୁ ମଧ୍ୟ ରହିବ: ରାହୁଲ୍‌

କଂଗ୍ରେସ ଥିଲା, ରହିଛି ଓ ଆଗକୁ ମଧ୍ୟ ରହିବ: ରାହୁଲ୍‌

Read More...

ସୁଯୋଗ ଦେଖି ଆକ୍ରମଣ କରିପାରେ କି ଚୀନ୍‌ ?

ସୁଯୋଗ ଦେଖି ଆକ୍ରମଣ କରିପାରେ କି ଚୀନ୍‌ ?

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page