ଚୀନ-ଅଷ୍ଟ୍ରେଲିଆ ମଧ୍ୟରେ ବାକଯୁଦ୍ଧ

August 01, 2020, ବିଦେଶ, , Anupambharat News Bureau


ଚୀନ-ଅଷ୍ଟ୍ରେଲିଆ ମଧ୍ୟରେ ବାକଯୁଦ୍ଧ
Anupambharat News Bureau
August 01, 2020

ନୂଆଦିଲ୍ଲୀ : ଚୀନ ଓ ଭାରତ ବିବାଦରେ ଅଷ୍ଟ୍ରେଲିଆ ଭାରତକୁ ସମର୍ଥନ କରିବା ପରେ ଚୀନ ଅଷ୍ଟ୍ରେଲିଆର ସମାଲୋଚନା କରିଛି । ବେଜିଂ ବିରୁଦ୍ଧରେ ଭାରତରେ ଥିବା ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତ ବେରି ଓ’ ଫେରାଲ ଦେଇଥିବା ମନ୍ତବ୍ୟ ବେଆଇନ, ଦୁର୍ଭାଗ୍ୟଜନକ ବୋଲି ଚୀନ ଦୂତାବାସ ପକ୍ଷରୁ କୁହାଯାଇଛି । ଉଚ୍ଚାୟୁକ୍ତ ବେରି ଓ’ ଫେରାଲ ଶୁକ୍ରବାରଦିନ କହିଥିଲେ ଯେ ଏକତରଫାଭାବେ ସୀମାର ସ୍ଥିତାବସ୍ଥାକୁ ବଦଳାଇବାକୁ ଅଷ୍ଟ୍ରେଲିଆ ବିରୋଧ କରେ ।
ଏପରି ଉଦ୍ୟମ ଦ୍ୱାରା ଉତ୍ତେଜନା ବଢିବ । ଲଦାଖ ଓ ଦକ୍ଷିଣ ଚୀନ ସାଗରରେ ଚୀନର କାର୍ଯ୍ୟକଳାପକୁ ଲକ୍ଷ୍ୟ କରି ସେ ଏକଥା କହିଥିଲେ । ଦ୍ୱିପାକ୍ଷିକ ଆଲୋଚନା ଓ ପୂର୍ବରୁ ଥିବା ରାଜିନାମାକୁ ସମ୍ମାନ ଜଣାଇ ଉତ୍ତେଜନାକୁ ହ୍ରାସ କରିବା ଲାଗି ସେ ପରାମର୍ଶ ଦେଇଥିଲେ । ଏହାର ଜବାବରେ ଭାରତରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ସୁନ େଓ୍‌ଡଙ୍ଗ ଟୁଇଟ୍‌ କରି କହିଥିଲେ ଯେ ଚୀନର ସୀମା ସଂପର୍କିତ ଦାବି ତଥ୍ୟ ଉପରେ ପର୍ଯ୍ୟବେଶିତ ଓ ଅନ୍ତର୍ଜାତୀୟ ଆଇନ ସମ୍ମତ । ଏହି ଟ୍‌ିଟର ଜବାବ ଦେଇ ବେରି ଲେଖିଥିଲେ ଯେ ଚୀନ ତେବେ ଦକ୍ଷିଣ ଚୀନ ସାଗର ସମ୍ପର୍କରେ ୨୦୧୬ର ଅନ୍ତର୍ଜାତୀୟ ଟ୍ରିବୁନାଲର ନିର୍ଦ୍ଦେଶକୁ ପାଳନ କରିବା ଆବଶ୍ୟକ । କରୋନା ମହାମାରୀକୁ ନେଇ ଅଷ୍ଟ୍ରେଲିଆ ଓ ଚୀନ ମଧ୍ୟ ଗତ କିଛି ମାସ ହେଲା ବିବାଦ ଜାରି ରହିଛି । ଚୀନର ହ୍ୟାକରମାନେ ଅଷ୍ଟ୍ରେଲିଆ ଉପରେ ସାଇବର ଆକ୍ରମଣ କରିବା ପରେ ଦୁଇ ଦେଶର ସମ୍ପର୍କ ବିଗିଡ଼ିଯାଇଛି ।
ଉତ୍ତରାଖଣ୍ଡର ଲିପୁଲେଖ ଘାଟି ନିକଟରେ ଚୀନ୍‌ ‘ପିପୁଲ୍ସ୍‌ ଲିବରେସନ୍‌ ଆର୍ମି’ର ଏକ ବାଟାଲିୟନ୍‌ ସେନ୍ୟ ଠୁଳ କରିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି । ଗତ କେତେ ସପ୍ତାହ ହେବ ଚୀନ୍‌ର ସୈନିକମାନେ ଚଳାଚଳ କରୁଥିବା ଏ ସ୍ଥାନଟି ମଧ୍ୟ ବାସ୍ତବ ନିୟନ୍ତ୍ରଣ ରେଖା ଅନ୍ତର୍ଗତ ଅଞ୍ଚଳଟି ମଧ୍ୟରୁ ଗୋଟିଏ । ଏ ସଂକ୍ରାନ୍ତରେ ଜଣେ ଶୀର୍ଷସ୍ତରୀୟ ସାମରିକ କମାଣ୍ଡର୍‌ କହିଛନ୍ତି, ଲିପୁଲେଖ ଘାଟି, ଉତ୍ତର ସିକିମ୍‌ ଏବଂ ଅରୁଣାଚଳ ପ୍ରଦେଶର ଆରପାଖର କେତେକ ଅଂଶରେ ‘ପିପୁଲ୍ସ୍‌ ଲିବରେସନ୍‌ ଆର୍ମି’ର ସେନିକମାନେ ସମବେତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ, ଲିପୁଲେଖ ଘାଟି ଅଞ୍ଚଳ ସୀମାନ୍ତ ଠାରୁ କିଛି ଦୂରରେ ଚୀନର ‘ପିପୁଲ୍ସ୍‌ ଲିବରେସନ୍‌ ଆର୍ମି’ ପ୍ରାୟ ୧୦୦୦ ସେନ୍ୟ ଥିବା ବାଟାଲିୟନ୍‌ ଏକତ୍ର କରିଛି । ଏଥିରୁ ସୂଚନା ମିଳୁଛି ଯେ, ଚୀନ୍‌ ସେନିକମାନେ ପ୍ରସ୍ତୁତ ଅଛନ୍ତି । ‘ପିପୁଲ୍ସ୍‌ ଲିବରେସନ୍‌ ଆର୍ମି’ର ସାମର୍ଥ୍ୟ ସହ ମୁକାବିଲା କରିଛି ଏବଂ ନେପାଳ ଉପରେ ମଧ୍ୟ ସତର୍କ ଦୃଷ୍ଟି ରଖିଛି ।
କାରଣ ନିକଟ ଅତୀତରେ ନେପାଳ ତା’ର ରାଜନେତିକ ମାନଚିତ୍ର ସଂଶୋଧନ କରି କଳାପାଣି ଓ ଲିପୁଲେଖକୁ ନିଜ ଅଞ୍ଚଳ ଅନ୍ତର୍ଭୁକ୍ତ କରି ଭାରତ ସହ ବିବାଦ ସୃଷ୍ଟି କରିଥିଲା । ଏହି ଅଞ୍ଚଳ ଭାରତ-ଚୀନ୍‌-ନେପାଳ ସୀମାନ୍ତକୁ ଲାଗିଛି । ମାନସରୋବର ଯାତ୍ରା ବାଟରେ ପଡୁଥିବା ଲିପୁଲେଖ ଘାଟିରେ ଜୁନ୍‌ରୁ ଅକେଫାବର ମାସ ମଧ୍ୟରେ ଭାରତ ଓ ଚୀନ୍‌ ମଧ୍ୟସ୍ଥ ବାସ୍ତବ ନିୟନ୍ତ୍ରଣ ରେଖାର ଉଭୟ ପାର୍ଶ୍ୱରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟଙ୍କର ବାର୍ଷିକ ପଣ୍ୟ ବିନିମୟ ବାଣିଜ୍ୟ ଚାଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟୟେଟା କମ୍ପାଟ୍‌ ଏସ୍‌ୟୁଭି ବଜାର ପ୍ରବେଶ

ଟୟେଟା କମ୍ପାଟ୍‌ ଏସ୍‌ୟୁଭି ବଜାର ପ୍ରବେଶ

Read More...

କ୍ରେନ୍‌ ପଡି ୧୧ ଶ୍ରମିକ ମୃତ

କ୍ରେନ୍‌ ପଡି ୧୧ ଶ୍ରମିକ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page