ମାସ୍କ ନପିନ୍ଧିଲେ ପାଞ୍ଚ ହଜାର ଜରିମାନା

July 31, 2020, ଓଡ଼ିଶା, , Anupambharat News Bureau


ମାସ୍କ ନପିନ୍ଧିଲେ ପାଞ୍ଚ ହଜାର ଜରିମାନା
Anupambharat News Bureau
July 31, 2020

ଶିନିବାରଠାରୁଲାଗୁ ହେବାକୁ ଥିବା ନୂତନ ଗାଇଡ୍‌ ଲାଇନ୍‌ ଅନୁଯାୟୀ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବା, ସର୍ବସାଧାରଣରେ ଛେପ ନ ପାକାଇବା, ବାହାଘର ଓ ଶୁଦ୍ଧିଘରରେ ନିର୍ଦ୍ଧାରିତ ଲୋକଙ୍କ ଠାରୁ ଅଧିକ ଲୋକ ଯୋଗ ନ ଦେବା ଏବଂ ଏକ ସ୍ଥାନରେ ୧୦ରୁ ଅଧିକ ଲୋକ ଏକାଠି ନ ହେବାକୁ ସରକାର ବାରଣ କରିଛନ୍ତି । ମାସ୍କ ନ ପିନ୍ଧି ପ୍ରଥମ ଦୁଇ ଥର ନିୟମ ଭାଙ୍ଗୁଥିବା ଲୋକଙ୍କ ଠାରୁ ୧ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ । ଏହାପରେ ବି ମାସ୍କ ନପିନ୍ଧିଲେ ୫ ହଜାର ଟଙ୍କାର ଜୋରିମାନା ଦେବାକୁ ପଡ଼ିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ।
ସର୍ବସାଧାରଣ ସ୍ଥାନରେ ୧୦ରୁ ଅଧିକ ଲୋକ ଏକାଠି ହେଲେ ୧୦ ହଜାର ଟଙ୍କାର ଆର୍ଥିକ ଜରିମାନା ଆଦାୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି କାର୍ଯ୍ୟାଳୟ ଓ ଦୋକାନ ଗୁଡିକ କୋଭିଡ୍‌ ନିୟମ୍‌ ଉଲ୍ଳଂଘନ କଲେ ଜରିମାନା ସହ ପ୍ରଥମ ପର୍ଯ୍ୟାୟରେ ଉକ୍ତସ୍ଥାନକୁ ୭ ଦିନ ପାଇଁ ସିଲ୍‌ କରିଦିଆଯିବ । ଏଥିସହ ଜୋରିମାନା ରାଶିକୁ ଆଗାମୀ ଦିନରେ ସରକାର ଆହୁରି ବଢ଼ାଇବେ ବୋଲି ସତର୍କ କରାଇ ଦେଇଛନ୍ତି ମୁଖ୍ୟ ସଚିବ ତ୍ରିପାଠୀ । ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ତ୍ରିପାଠୀ କହିଛନ୍ତି ଯେ ରାଜ୍ୟରେ କୋଭିଡ୍‌ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି । ତେବେ, କୋଭିଡ୍‌ ମୁକାବିଲା ସହ ରାଜ୍ୟରେ ଜୀବନ ଓ ଜୀବିକାକୁ ମଧ୍ୟ ସ୍ୱାଭାବିକ କରିବାର ଆବଶ୍ୟକତା ରହିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନର ଅନେକ ନିୟମକୁ କୋହଳ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁରରେ ଆଉ ଦୁଇ କୋଭିଡ ହସ୍ପିିଟାଲ ଉଦ୍‌ଘାଟିତ:   କୋଭିଡ ନିୟମକୁ ହାଲ୍‌କାରେ ନିଅ;ୁ ନାହିଁ: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁରରେ ଆଉ ଦୁଇ କୋଭିଡ ହସ୍ପିିଟାଲ ଉଦ୍‌ଘାଟିତ: କୋଭିଡ ନିୟମକୁ ହାଲ୍‌କାରେ ନିଅ;ୁ ନାହିଁ: ମୁଖ୍ୟମନ୍ତ୍ରୀ

Read More...

୪ରେ ଲଘୁଚାପ

୪ରେ ଲଘୁଚାପ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page