ଭାରତୀୟମାନେ ବଡ ଦାୟିତ୍ୱହୀନ: ଟ୍ରମ୍ପ

July 30, 2020, ବିଦେଶ, , Anupambharat News Bureau


ଭାରତୀୟମାନେ ବଡ ଦାୟିତ୍ୱହୀନ: ଟ୍ରମ୍ପ
Anupambharat News Bureau
July 30, 2020

ୱାଶିଂଟନ୍‌: ଭାରତ, ଚୀନ୍‌ ଏବଂ ଋଷ ନିଜ ଏୟାର କ୍ୱାଲିଟିର ଧ୍ୟାନ ରଖନ୍ତିନାହିଁ କି;ୁ ଆମେରିକା ସବୁବେଳେ ବାୟୁର ମାନ ପ୍ରତି ଗୁରୁତ୍ୱ ଦେଇଥାଏ । ଏଭଳି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ । ସେ ପ୍ୟାରିସ୍‌ ଚୁକ୍ତିକୁ ଏକତରଫା, ଉର୍ଜା ନଷ୍ଟ କରୁଥିବା କହି ସେଥିରୁ ବିଚ୍ୟୁତ ହୋଇଯାଇଥିଲେ । ଟ୍ରମ୍ପ୍‌ କହିଛନ୍ତି ଯେ, ଆମେ ଆମର ବାୟୁ ପ୍ରଦୂଷଣ ଉପରେ ଧାୟନ ରଖୁ ମାତ୍ର ଚୀନ୍‌ ଏହା ଉପରେ ଧ୍ୟାନ ରଖେନାହିଁ । ଭାରତ ମଧ୍ୟ ବାୟୁ ପ୍ରଦୂଷଣ ଉପରେ ଧ୍ୟାନ ରଖେନାହିଁ । ଋଷ ମଧ୍ୟ ବାୟୁ ପ୍ରଦୂଷଣ ଉପରେ ଧ୍ୟାନ ରଖେନାହିଁ । ଟ୍ରମ୍ପ କହିଛନ୍ତି ଯେ, ବାୟୁ ପ୍ରଦୂଷଣରେ ଚୀନ୍‌, ଋଷ ସହ ଭାରତ ମଧ୍ୟ ଖାମଖିଆଲ କରେ । ମାତ୍ର ଆମେ ଏଥିପ୍ରତି ଧ୍ୟାନ ରଖିଥାଉ । ଯେପର୍ଯ୍ୟନ୍ତ ମୁଁ ରାଷ୍ଟ୍ରପତି ରହିବି ସେପର୍ଯ୍ୟନ୍ତ ମୁଁ ସବୁବେଳେ ଆମେରିକାକୁ ଆଗରେ ରଖିବି । ଏହା ବହୁତ ସିଧା କଥା । ଟ୍ରମ୍ପ୍‌ କହିଛନ୍ତି ବର୍ଷ ବର୍ଷ ଧରି ଆମେ ଅନ୍ୟ ଦେଶକୁ ପ୍ରଥମରେ ରଖିଥିଲୁ ଏବଂ ଏବେ ଆମେ ଆମେରିକାକୁ ପ୍ରଥମରେ ରଖୁଛୁ । ଯେମିତି କି ଆମେ ଆମ ଦେଶର ସହରରେ ଦେଖିଛୁ ଯେ କଟ୍ଟରପନ୍ଥୀ ଡେମୋକ୍ରାଟସ ନା କେବଳ ଟେକ୍ସାସର ତୈଳ ଉଦ୍ୟୋଗକୁ ନଷ୍ଟ କରିବାକୁ ଚାହୁଁଛନ୍ତି ବରଂ ସେ ଆମ ଦେଶକୁ ବରବାଦ କରିବାକୁ ଚାହୁଁଛନ୍ତି ।
ସେ ଅଭିଯୋଗ କରିଛନ୍ତି ଯେ, ଏଭଳି କଟ୍ଟରପନ୍ଥୀ ଡେମୋକ୍ରାଟସ କୌଣସି ରୂପରେ ଦେଶକୁ ଭଲପାଆନ୍ତିନାହିଁ । ସେ କହିଛନ୍ତି ସେ ଏକତରଫା, ଉର୍ଜା ବରବାଦ କରୁଥିବା ପ୍ୟାରିସ ଜଳବାୟୁ ଚୁକ୍ତିରୁ ଅଲଗା ହୋଇଯାଇଥିଲେ ।
ଉଲ୍ଲେଖଥାଉକି, ଅଯୋଧ୍ୟାରେ ଅଗଷ୍ଟ ୫ ତାରିଖ ଦିନ ଶ୍ରୀରାମ ମନ୍ଦିର ଲାଗି ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହେବା ଏହି ଐତିହାସିକ କ୍ଷଣରେ ଆମେରିକା ନ୍ୟୁୟର୍କର ପ୍ରଶିଦ୍ଧ ଟାଇମସ୍କୋୟାର ବିଲବୋର୍ଡରେ ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ର ଓ ଅଯୋଧ୍ୟାରେ ପ୍ରସ୍ତାବିତ ଶ୍ରୀରାମ ମନ୍ଦିରର ବିଶାଳ ଥ୍ରୀ-ଡି ଚିତ୍ର ପ୍ରଦର୍ଶିତ ହେବ । ଆମେରିକାରେ ଭାରତ ପବ୍ଲିକ ଆଫାୟାର କମିଟି ଅଧ୍ୟକ୍ଷ ଜଗଦୀଶ ସେ୍ୱହାନୀ ଗୁରୁବାର ଏହି ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟରା ଭୂମି ପୂଜନ ପୂର୍ବକ ମନ୍ଦିର ଲାଗି ଆଧାରଶିଳା ରଖିବେ । ଏହି ଐତିହାସିକ କ୍ଷଣକୁ ସ୍ମରଣୀୟ କରିବା ଲାଗି ଆମେରିକାରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ସେହ୍‌ୱାନୀ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜୀବଜନ୍ତୁ ଖାଇ ପୁଣି ଚୀନ୍‌ରେ କରୋନା ଚିହ୍ନଟ

ଜୀବଜନ୍ତୁ ଖାଇ ପୁଣି ଚୀନ୍‌ରେ କରୋନା ଚିହ୍ନଟ

Read More...

ଦିନକରେ ସର୍ବାଧିକ ୫୨ ହଜାର ଆକ୍ରାନ୍ତ, ୭୭୫ ମୃତ

ଦିନକରେ ସର୍ବାଧିକ ୫୨ ହଜାର ଆକ୍ରାନ୍ତ, ୭୭୫ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page