୨୪୧ ପୋଷ୍ଟ ପିଜି ଡାକ୍ତରଙ୍କୁ ନିଯୁକ୍ତି

July 30, 2020, ଓଡ଼ିଶା, , Anupambharat News Bureau


୨୪୧ ପୋଷ୍ଟ ପିଜି ଡାକ୍ତରଙ୍କୁ ନିଯୁକ୍ତି
Anupambharat News Bureau
July 30, 2020

ଭୁବନେଶ୍ୱର, ୩୦ା୭ (ଅନୁପମ ମିଡିଆ):୨୪୧ ଜଣ ପୋଷ୍ଟ ପିଜି ଡାକ୍ତରଙ୍କୁ ବିଭିନ୍ନ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଅଧିନରେ ଅବସ୍ଥାପିତ କରିଛନ୍ତି ରାଜ୍ୟ ସରକାର । କରୋନା ସ୍ଥିତିର ସୁପରିଚାଳନା ପାଇଁ ସରକାର ଜରୁରିକାଳୀନ ଭିତିରେ ଏହି ପଦକ୍ଷେପ ନେଇଛନ୍ତି । ସେମାନଙ୍କୁ ଗଂଜାମ, ଅନୁଗୁଳ , ବଲାଙ୍ଗୀର, ବାଲେଶ୍ୱର, ବରଗଡ,ଭଦ୍ରକ, ବୌଦ୍ଧ , କଟକ, ଦେବଗଡ, ଢେଙ୍କାନାଳ,ଗଜପତି, ଜଗତସିଂହପୁର, ଯାଜପୁର,ଝାରସୁଗୁଡା , କଳାହାଣ୍ଡି, କେନ୍ଦୁଝର , ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ମୟୁରଭଂଜ, ନବରଙ୍ଗପୁର, ନୟାଗଡ, ନୂଆପଡା, ପୁରୀ, ରାୟଗଡା, ସମ୍ବଲପୁର,ସୋନପୁର ଓ ସୁନ୍ଦରଗଡ ଜିଲ୍ଳାରେ ଅବସ୍ଥାପିତ କରାଯିବ ।
ସୂଚନା ଥାଉକି ରାଜ୍ୟରେ ଖୋଲା ଯାଇଥିବା ବିଭିନ୍ନ କୋଭିଡ଼ କେୟାର ହସ୍‌ପିଟାଲ୍‌ ମାନଙ୍କରେ ଡାକ୍ତରମାନଙ୍କ ଅଭାବ ଯୋଗୁଁ ଉଚିତ ଚିକିତ୍ସା ସେବା ଯୋଗାଇ ଦିଆଯାଉନାହିଁ ବୋଲି ଗତ କିଛି ଦିନ ଧରି ବିଭିନ୍ନ ଗଣମାଧ୍ୟମରେ ଅଭିଯୋଗ କରାଯାଉଛି । ଏପରିକି ଚିକିତ୍ସା ଅଭାବରୁ କରୋନା ରୋଗୀମାନେ ପ୍ରାଣ ହରାଇଥିବା ମଧ୍ୟ ଦୃଷ୍ଟାନ୍ତ ରହିଛି । ପ୍ରତ୍ୟେକ ବର୍ଷ ଆବଶ୍ୟକ ସଂଖ୍ୟକ ଡାକ୍ତରଙ୍କ ନିଯୁକ୍ତିରେ ଅବହେଳା ଯୋଗୁଁ କରୋନା ମହାମାରୀ ଭଳି ଏକ ଜରୁରୀ କାଳିନ ଚିକିତ୍ସା ବ୍ୟବସ୍ଥା ସମୟରେ ଡାକ୍ତରଙ୍କ ଅଭାବ ଘଟଣା ସମାଲୋଚନାର କେନ୍ଦ୍ରକୁ ଆସିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନାରେ ମୃତ ସାମ୍ବାଦିକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା ମଞ୍ଜୁର

କରୋନାରେ ମୃତ ସାମ୍ବାଦିକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା ମଞ୍ଜୁର

Read More...

ପୁଣି ୧୦ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ

ପୁଣି ୧୦ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page