ଭଗବାନ ଜଣାଇ ଦେଲେ ଯେ, ମଣିଷ ତୁ ପୃଥିବୀର କେବଳ ଅତିଥି, ମାଲିକ ନୁହଁ !

July 30, 2020, ଦେଶ, , Anupambharat News Bureau


ଭଗବାନ ଜଣାଇ ଦେଲେ ଯେ, ମଣିଷ ତୁ ପୃଥିବୀର କେବଳ ଅତିଥି, ମାଲିକ ନୁହଁ !
Anupambharat News Bureau
July 30, 2020

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସକୁ ୬ ମାସ ହୋଇସାରିଛି ୬ ମାସ ପରେ ଦେଶରେ କରୋନା ମାମଲାରେ ରେକର୍ଡ ସଂଖ୍ୟକ ବୃଦ୍ଧି ହୋଇଛି । ଗୋଟିଏ ଦିନରେ ୫୨ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ଏହା ପୂର୍ବରୁ ଜୁଲାଇ ୨୭ ତାରିଖରେ ସର୍ବାଧିକ ୪୯ ହଜାର ୯୩୧ ନୂଆ ମାମଲା ସାମ୍ନାକୁ ଆସିଥିଲା । ଗତ ୨୪ ଘଣ୍ଟାରେ ୭୭୫ ଜଣଙ୍କ ମୃତ୍ୟୁ ହୋଇଛି ।
ମୃତ୍ୟୁ ସଂଖ୍ୟା ବ୍ରାଜିଲ, ଆମେରିକା, ମେକ୍ସିକୋ ପରେ ଭାରତରେ ସବୁଠାରୁ ଅଧିକ ରହିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ତାଲିକା ଅନୁଯାୟୀ, ଦେଶରେ ସଂକ୍ରାମିତଙ୍କ ସଂଖ୍ୟା ପାଖାପାଖି ୧୬ ଲକ୍ଷ ହୋଇଛି ।
ପାଖାପାଖି ୩୫ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଦେଶରେ ଏବେ ସୁଦ୍ଧା ୧୫ ଲକ୍ଷ ୮୩ ହଜାର ୭୯୨ ଜଣ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ୩୪ ହଜାର ୯୬୮ ଜଣ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି । ଅପରପକ୍ଷରେ ୧୦ ଲକ୍ଷ ୨୦ ହଜାର ୫୮୨ ଜଣ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୨୮ ହଜାର ଲୋକଙ୍କର ଚିକିତ୍ସା ଜାରି ରହିଛି । ଅର୍ଥାତ ଦେଶରେ ବର୍ତ୍ତମାନ ୩୩.୩୫ ପ୍ରତିଶତ ଆକଫିଭ ମାମଲା ରହିଛି । କରୋନା ସଂକ୍ରମିତ ମାମଲାରେ ଦୁନିଆରେ ଭାରତ ତୃତୀୟ ସ୍ଥାନରେ ରହିଛି ଆମେରିକା ପ୍ରଥମ ସ୍ଥାନରେ ଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି ବ୍ରାଜିଲ । ଯଦି ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ସଂକ୍ରମଣ ମାମଲା ଓ ମୃତ୍ୟୁ ମାମଲାରେ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ବହୁତ ଭଲ ଅଛି । ଆମେରିକାରେ ଏବେ ସୁଦ୍ଧା ୪୫ ଲକ୍ଷ ୬୮ ହଜାର ୩୭ ଜଣ ସଂକ୍ରମିତ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ ବର୍ତ୍ତମାନ ପାଖାପାଖି ୫ ଲକ୍ଷ ଆକଫିଭ ମାମଲା ରହିଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ମହାରାଷ୍ଟ୍ର ମହାରାଷ୍ଟ୍ରରେ ୧ ଲକ୍ଷ ୫୦ ହଜାର ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି । ଏହାପରେ ଦ୍ୱିତୀୟ ସ୍ଥାନରେ ଅଛି ତାମିଲନାଡୁ, ତୃତୀୟରେ ଦିଲ୍ଲୀ, ଚତୁର୍ଥରେ ଗୁଜରାଟ, ପଞ୍ଚମରେ ପଶ୍ଚିମବଙ୍ଗ । ଏହି ୫ଟି ରାଜ୍ୟରେ ସବୁଠାରୁ ଅଧିକ ଆକଫିଭ ମାମଲା ରହିଛି । ଉଲ୍ଲେଖଥାଉକି, ଦେଶବ୍ୟାପୀ ରାତ୍ରିକାଳୀନ କର୍ଫ୍ୟୁ ହଟିବ । ଯୋଗଶିକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନ, ଜିମ୍‌ ଆଦି ଖୋଲିବ । ସ୍ୱରାଷ୍ଟ୍ର୍ର ମନ୍ତ୍ରାଳୟ ପକ୍ଷରୁ ବୁଧବାର ଜାରି ହୋଇଥିବା ଅନ୍ଲକ୍‌ ୩.୦ ମାର୍ଗଦର୍ଶିକାରେ ଏଭଳି ଘୋଷଣା କରାଯାଇଛି ।
ଦେଶରେ ଏବେ ଦିନକୁ ପାଖାପାଖି ୫୦ ହଜାର କରୋନା ରୋଗୀ ସୃଷ୍ଟି ହେଉଥିବା ବେଳେ ଅନ୍ଲକ୍‌ ୩.୦ ଘୋଷଣା କରାଯାଇଛି । ଅଗଷ୍ଟ ୧ରୁ ଏହା ଲାଗୁ ହେବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଣଳୟ ପକ୍ଷରୁ କୁହାଯାଇଛି । ସଂକ୍ରମଣ ବଢୁଥିବାରୁ ମେଟ୍ରୋ ସେବା, ସିନେମା ହଲ୍‌ ଓ ସ୍ୱିମିଙ୍ଗ୍‌ପୁଲ୍‌ ଆଦି ଖୋଲିବ ନାହିଁ ।
ଚିତ୍ତବିନୋଦନ ପାର୍କ, ବାର୍‌, ଥିଏଟର, ଅଡିଟୋରିୟମ୍‌ ଏବଂ ଅନ୍ୟାନ୍ୟ ସାମାଜିକ ସ୍ଥଳୀ ମଧ୍ୟ ବନ୍ଦ ରହିବ ବୋଲି ଅନ୍‌ଲକ୍‌ ୩.୦ ମାର୍ଗଦର୍ଶିକା ଦର୍ଶାଇଛି । ସେହିଭଳି ସ୍କୁଲ, କଲେଜ ଓ କୋଚିଙ୍ଗ୍‌ ସଂସ୍ଥା ଆଦି ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ମଧ୍ୟ କୁହାଯାଇଛି । ଅଗଷ୍ଟ ୫ ତାରିଖରୁ ଯୋଗ ସଂସ୍ଥାନ ଓ ଜିମ୍‌ ଖୋଲିପାରିବ । କଣ୍ଟେନମେଣ୍ଟ ଜୋନ୍‌ ପାଇଁ ଅନ୍‌ଲକ୍‌ ୩.୦ ମାର୍ଗଦର୍ଶିକା ଲାଗୁହେବ ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ଆଉ ୧୨୦୩ ପଜିଟିଭ

ରାଜ୍ୟରେ ଆଉ ୧୨୦୩ ପଜିଟିଭ

Read More...

ମାଟ୍ରିକ ରେଜଲଫ : ପାସ୍‌ ହାର ୭୮.୭୬

ମାଟ୍ରିକ ରେଜଲଫ : ପାସ୍‌ ହାର ୭୮.୭୬

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page