ବାଲୁଖଣ୍ଡ ଅଭୟାରଣ୍ୟର ହରିଣ ଗଲେ କୁଆଡେ?

May 09, 2019, ଓଡ଼ିଶା, ପୁରୀ, Anupambharat News Bureau


 ବାଲୁଖଣ୍ଡ ଅଭୟାରଣ୍ୟର ହରିଣ ଗଲେ କୁଆଡେ?
Anupambharat News Bureau
May 09, 2019

ପୁରୀ, ୯ା୫ (ଅନୁପମ ମିଡିଆ) : ସାମୁଦ୍ରିକ ଝଡ଼ ’ଫନି’ ବାଲୁଖଣ୍ଡ ଅଭୟାରଣ୍ୟକୁ ଧ୍ୱଂସ କରିଦେଇଛି । ପୁରୀଠାରୁ ରାମଚଣ୍ଡୀ ପର୍ଯ୍ୟନ୍ତ ଲମ୍ବିଥିବା ଦୀର୍ଘ ୭୪ ବର୍ଗ କିଲୋମିଟର ପରିମିତ ଏହି ଅଭୟାରଣ୍ୟ ଅଞ୍ଚଳରେ ସବୁଜିମା ସମ୍ପୂର୍ଣ୍ଣ ନିଶ୍ଚିହ୍ନ ମରୁଭୂମି ପାଲଟି ଯାଇଛି । ଦିନରେ ସୂର୍ଯ୍ୟାଲୋକ ପଡୁନଥିବା ଏହି ଘଞ୍ଚ ଅଭୟାରଣ୍ୟେର ଏବେ କିଛି ଥୁଣ୍ଟା ଗଛ ବିପର୍ଯ୍ୟୟର ମୂକସାକ୍ଷୀ ଭାବେ ଛିଡ଼ା ହୋଇଛନ୍ତିଛ ଅଭୟାରଣ୍ୟ ଭିତରେ ଥିଲେ ୪ ହଜାରରୁ ଉର୍ଦ୍ଧ୍ୱ ଚିତ୍ରା ହରିଣଛ ଏବେ ସେମାନଙ୍କର ପତ୍ତା ମିଳୁନି । ବାତ୍ୟା ପରେ ବନ ବିଭାଗର ୪ଟି ଟିମ୍‌ ହରିଣଙ୍କୁ ଖୋଜା ଅଭିଯାନ ଚଳାଇଥିବା ବେଳେ ଜଙ୍ଗଲଠାରୁ ନିକଟସ୍ଥ ଗାଁ, ସବୁଠି ହରିଣଙ୍କୁ ଖୋଜା ଚାଲିଥିଲେ ମଧ୍ୟ କାହାରି ପତ୍ତା ନ ମିଳିବା ବନ ବିଭାଗକୁ ଚିନ୍ତାରେ ପକାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ପୁରୀ ସହର ନିକଟବର୍ତ୍ତୀ ବାଲୁଖଣ୍ଡ ଇଲାକାରେ ବାତ୍ୟା ‘ଫନି’ ସ୍ଥଳଭାଗ ଛୁଇଁଥିଲା । ଯାହାଫଳରେ ସର୍ବାଧିକ ପ୍ରଭାବିତ ହୋଇଛି ଏହି ଅଭୟାରଣ୍ୟ । ଏଠାରେ କେଣସି ଗଛର ଚିହ୍ନବର୍ଣ୍ଣ ନାହିଁ । ବାଲୁଖଣ୍ଡ ଜଙ୍ଗଲ ଉଜୁଡ଼ି ଯାଇଥିବା ବେଳେ ତା’ ଭିତରେ ଥିବା ହରିଣ ଓ ଅନ୍ୟ ଜୀବଜ;ୁଙ୍କୁ ବାତ୍ୟା ପରଠୁ ଦେଖିବାକୁ ମିଳୁନାହିଁ । ହରିଣ ସବୁ କୁଆଡ଼େ ଗଲେ ତାହା ଏବେ ରହସ୍ୟର ଘଟଣା ପାଲଟିଛି । କାରଣ ବନ ବିଭାଗ ଟିମ୍‌ ଜଙ୍ଗଲ ଭିତରେ ଏବଂ ପାର୍ଶ୍ୱବର୍ତ୍ତି ଗାଁଗୁଡ଼ିକରେ ତନ୍ନତନ୍ନ ଖୋଜି ସାରିଲେଣି । ସବୁଠାରୁ ଆଶ୍ଚର୍ଯ୍ୟୟର କଥା, କୋଉଁଠି ହରିଣଙ୍କର ମୃତଦେହ ବି ଦେଖିବାକୁ ମିଳିନାହିଁ । ତେଣୁ ଏତେ ସଂଖ୍ୟକ ହରିଣଙ୍କ ଉଭାନ୍‌ ନେଇ ସନ୍ଦେହ ହେବା ସ୍ୱାଭାବିକ । ପୁରୀ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫଓଙ୍କ ସୂଚନା ଅନୁସାରେ, ବନ ବିଭାଗର ଟିମ୍‌ ୪ ଦିନ ହେଲା ହରିଣଙ୍କୁ ଠାବ କରିବା ପାଇଁ ଲାଗିଛନ୍ତି । ତାଳବଣିଆଠାରୁ ରାମଚଣ୍ଡୀ ଏବଂ କୋଣାର୍କଠାରୁ ଗୋପ ପର୍ଯ୍ୟନ୍ତ ଖୋଜା ସରିଛି, ହେଲେ ହରିଣଙ୍କର ପତ୍ତା ନାହିଁ । କେବଳ ବନ ବିଭାଗର ଟିମ୍‌ ନୁହନ୍ତି, ବିଭିନ୍ନ ବନ ସୁରକ୍ଷା ସମିତିଗୁଡ଼ିକୁ ମଧ୍ୟ ଏଥି ପାଇଁ ନିୟୋଜିତ କରାଯାଇଛି । ସେମାନେ ଗାଁ ଗାଁ ବୁଲି ହରିଣ ଖୋଜୁଛନ୍ତି । ଇତିମଧ୍ୟରେ କାଁଭାଁ ଗୋଟିଏ ଦୁଇଟି ହରିଣ ଦେଖା ଯାଇଛନ୍ତି, ମାତ୍ର ଯେପରି ଦଳ ଦଳ ହୋଇ ଦିଶନ୍ତି, ତାହା ଦେଖିବାକୁ ମିଳିନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସିଆଇଆଇ ବାତ୍ୟା ପରିଚାଳନା କମିଟିର ଅଧ୍ୟକ୍ଷ ହେଲେ ନାଲ୍‌କୋର ଡଃ ତପନ କୁମାର ଚାନ୍ଦ

ସିଆଇଆଇ ବାତ୍ୟା ପରିଚାଳନା କମିଟିର ଅଧ୍ୟକ୍ଷ ହେଲେ ନାଲ୍‌କୋର ଡଃ ତପନ କୁମାର ଚାନ୍ଦ

Read More...

ରାଇଟିଙ୍ଗ କ୍ଷେତ୍ରରେ ନିଜର କ୍ୟାରିୟର ଗଢ଼ିବାର ଉପାୟ

ରାଇଟିଙ୍ଗ କ୍ଷେତ୍ରରେ ନିଜର କ୍ୟାରିୟର ଗଢ଼ିବାର ଉପାୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page