କୁମ୍ଭୀର ମୁହଁରୁ ବର୍ତ୍ତିଗଲେ ଯୁବକ

May 18, 2019, ଓଡ଼ିଶା, , Anupambharat News Bureau


କୁମ୍ଭୀର ମୁହଁରୁ ବର୍ତ୍ତିଗଲେ ଯୁବକ
Anupambharat News Bureau
May 18, 2019

ଅନୁଗୋଳ ,୧୮ା୫(ଅନୁପମ ମିଡିଆ): କିଶୋରନଗର ଅଞ୍ଚଳରେ ରଣିଆକଟା ଠାରେ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଜଣେ ଯୁବକଙ୍କୁ କୁମ୍ଭୀର ଟାଣି ନେଉଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ । ଘଟଣାରୁ ପ୍ରକାଶ ଯେ ରଣିଆକଟା ଗାଁର କନିଷ୍କ ଭୋଇ ଆଜି ସକାଳ ୧୦ଟାବେଳେ ସ୍ଥାନୀୟ ନଦୀକୁ ଗାଧୋଇବାକୁ ଯାଇଥିଲେ ।ସେଠାରେ ଗାଧୋଇବାବେଳେ ଏକ ବଡ଼ କୁମ୍ଭୀର ଗୋଡ଼କୁ ଟାଣି ନେଇଥିଲା । ଯୁବକ ଜଣକ ଗୋଡ଼ଟି ଛାଟି ଦେବାରୁ କୁମ୍ଭୀର ଛାଡ଼ି ଦେଇଥିଲା । ସ୍ଥାନିୟ ଗ୍ରାମବାସୀ ମାନେ ସେଠାରୁ କନିଷ୍କକୁ ଉଦ୍ଧାର କରି ପ୍ରଥମେ କିଶୋରନଗର ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ଗୋଡ଼ରେ ଗଭୀର କ୍ଷତ ଚିହ୍ନ ଅଛି । ଏହି ଖବର ପାଇ ସ୍ଥାନୀୟ ଗ୍ରାମବାସୀ ମାନେ ଭୟଭୀତ ହୋଇ ପଡ଼ିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରେନ୍‌ ଟୁ୍ୟମର୍‌ରେ ପୀଡିତ ପୁଅ,   ଚିକିତ୍ସା ପାଇଁ ବାପା ମାଆ ଙ୍କ ଆକୁଳ ନିବେଦନ

ବ୍ରେନ୍‌ ଟୁ୍ୟମର୍‌ରେ ପୀଡିତ ପୁଅ, ଚିକିତ୍ସା ପାଇଁ ବାପା ମାଆ ଙ୍କ ଆକୁଳ ନିବେଦନ

Read More...

ଦୋକାନ ଭିତରେ ପଶି ବ୍ୟବସାୟୀଙ୍କୁ ଆକ୍ରମଣ:ଗୁରୁତର ଦମ୍ପତି

ଦୋକାନ ଭିତରେ ପଶି ବ୍ୟବସାୟୀଙ୍କୁ ଆକ୍ରମଣ:ଗୁରୁତର ଦମ୍ପତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page