୨୯ରେ ମାଟ୍ରିକ ପରୀକ୍ଷା ଫଳ

July 27, 2020, ଓଡ଼ିଶା, , Anupambharat News Bureau


୨୯ରେ ମାଟ୍ରିକ ପରୀକ୍ଷା ଫଳ
Anupambharat News Bureau
July 27, 2020

କଟକ,୨୭ା୭(ଅନୁପମ ମିଡ଼ିଆ): ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ଆସନ୍ତା ୨୯ ତାରିଖ ସକାଳ ୯ଟା ବେଳେ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ସଭାପତି ରାମାଶିଷ ହାଜରା ଏକ ଭିଡିଓ ମାଧ୍ୟମରେ ସୂଚନା ଦେଇଛନ୍ତିି ଯେ, ଏକକାଳୀନ ହାଇସ୍କୁଲ ସାର୍ଟିଫିକେଟ, ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷା ଫଳ ପ୍ରକାଶ ପାଇବ । ପରୀକ୍ଷା ଫଳ ସକାଳ ୧୧ଟା ୩୦ ମିନିଟ ପରଠାରୁ ବୋର୍ଡର ଦୁଇ େୱବସାଇଟ www.bseodisha.ac.in/www.bseodisha.nic.in ରେ ଉପଲବ୍ଧ ହେବ । ଛାତ୍ରଛାତ୍ରୀମାନେ ସେମାନଙ୍କ ରୋଲ ନମ୍ବର ଲଗିନ୍‌ କରି ଫଳାଫଳ ଡାଉନଲୋଡ୍‌ କରିପାରିବେ । ପ୍ରତିବର୍ଷ ପରି ଏସଏମଏସ ମାଧ୍ୟମରେ ମଧ୍ୟରେ ପରୀକ୍ଷା ଫଳ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଥିବା ସେ ସୂଚନା ଦେଇଛନ୍ତି । ORO/<Rollno> ଲେଖି ୫୬୭୬୭୫୦କୁ ପଠାଇଲେ ଏସଏମଏସ ଯୋଗେ ପରୀକ୍ଷା ଫଳ ଉପଲବ୍ଧ ହୋଇପାରିବ । ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କୁ ଫଳାଫଳ ସମ୍ପର୍କରେ କିଛି ଅଧିକ ଜାଣିବାର ଥିଲେ ସହାୟତା କରିବା ପାଇଁ ବୋର୍ଡର ମୁଖ୍ୟାଳୟରେ ଏକ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି । ଏହି କଣ୍ଟ୍ରୋଲ ରୁମ୍‌ ଦିନ ୧୧ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପରୀକ୍ଷା ଫଳ ପ୍ରକାଶନ ଦିନଠାରୁ ଅଗଷ୍ଟ ୧୦


ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବ । ସେଥିପାଇଁ ବୋର୍ଡ ପକ୍ଷରୁ ଦୁଇଟି ଫୋନ ନମ୍ବର ୦୬୭୧-୨୪୧୨୦୫୯ ଏବଂ ୦୬୭୧-୨୪୧୨୦୬୦ ଜାରି କରାଯାଇଛି ବୋଲି ବୋର୍ଡ ସଭାପତି ହାଜରା ସୂଚନା ଦେଇଛନ୍ତି । ଚଳିତ ବର୍ଷ ଫେବୃଆରୀ ୧୯ ରୁ ମାର୍ଚ୍ଚ ୨ ଯାଏ ହୋଇଥିବା ମାଟ୍ରିକ ପରୀକ୍ଷା ୫.୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଓଡ଼ିଶାରେ ୨ ହଜାର ୮୮୮ କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ହୋଇଥିଲା । ପରୀକ୍ଷା ପରେ ୬୦ଟି କେନ୍ଦ୍ରରେ ଖାତା ଦେଖା ଚାଲିଥିଲା । ୨୬ ମଇରୁ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା । ପୂର୍ବରୁ ମାର୍ଚ୍ଚ ୧୯ ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା । ଉଲ୍ଲେଖନୀୟ ଯେ ପରୀକ୍ଷା ଫଳ ଜୁଲାଇ ମାସ ଶେଷ ସୁଦ୍ଧା ପ୍ରକାଶିତ ହେବ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ସମୀର ରଞ୍ଜନ ଦାଶ ପୂର୍ବରୁ ସୂଚନା ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ମୃତୁ୍ୟ ସଂଖ୍ୟା ୧୫୦ ପାର

ରାଜ୍ୟରେ ମୃତୁ୍ୟ ସଂଖ୍ୟା ୧୫୦ ପାର

Read More...

ସୂଚନା ମିଳୁନି, ସବୁ ଅନ୍ଧାରରେ : ଭଗବାନ ଭରସାରେ କରୋନା ଆକ୍ରାନ୍ତ

ସୂଚନା ମିଳୁନି, ସବୁ ଅନ୍ଧାରରେ : ଭଗବାନ ଭରସାରେ କରୋନା ଆକ୍ରାନ୍ତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page