ଚିନ୍ତା ବଢ଼ାଉଛି ଗଞ୍ଜାମ, ଖୋର୍ଦ୍ଧା ଓ କଟକ

July 27, 2020, ଓଡ଼ିଶା, , Anupambharat News Bureau


ଚିନ୍ତା ବଢ଼ାଉଛି ଗଞ୍ଜାମ, ଖୋର୍ଦ୍ଧା ଓ କଟକ
Anupambharat News Bureau
July 27, 2020

ଭୁବନେଶ୍ୱର, ୨୬ା୭(ଅନୁପମ ମିଡ଼ିଆ): ରାଜ୍ୟର ତିନି ଜିଲ୍ଲାରେ କରୋନା ସଂକ୍ରମଣକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଗଞ୍ଜାମ, ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରେ କରୋନା ପରିସ୍ଥିତି ପୁରା ଉଦ୍‌ବେଗ ଜନକ ରହିଛି । ଆଜି ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୮୧୬୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ଏହି ସଂଖ୍ୟା ୩୨୬୦ ରହିଛି । ଅନ୍ୟପକ୍ଷେ କଟକରେ କରୋନା ଆକ୍ରାନ୍ତ ସଂଖ୍ୟା ୧୮୨୫ ରହିଛି । ପ୍ରତିଦିନ ଏହି ତିନି ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ପରିଲକ୍ଷିତ ହୋଇଛି ।
ଆଉ ୧୫୦୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ପଜିଟିଭ ଚିହ୍ନଟ ପରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୨୬୮୯୨କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।
ଆଜି ଚିହ୍ନଟ ୧୫୦୩ ଜଣଙ୍କ ମଧ୍ୟରୁ ୧୦୦୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୫୦୧ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଣ୍ଟାକଫ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । ଆଜି ଚିହ୍ନଟ କୋରୋନା ଆକ୍ରାନ୍ତ ମାନେ ମୋଟ ୨୮ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରେ ଜିଲ୍ଲାରେ ସବୁଠାରୁ ଅଧିକ ୪୯୧ଟି ନୂଆ ମାମଲା ସାମନାକୁ ଆସିଛି । ଅନୁଗୁଳ ଜିଲ୍ଲାରେ ୧ , ବାଲେଶ୍ୱର ଜିଲ୍ଲାରେ ୧୯ , ବରଗଡ ଜିଲ୍ଲାରେ ୨୩, ଭଦ୍ରକ ଜିଲ୍ଲାରେ ୨୫ , ବଲାଙ୍ଗୀର ଜିଲ୍ଲାରେ ୨୧, ବୌଦ୍ଧ ଜିଲ୍ଲାରେ ଜଣେ, କଟକ ଜିଲ୍ଲାରେ ୧୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଢେଙ୍କାନାଳ ଜିଲ୍ଲାରେ ୩୨, ଗଜପତି ଜିଲ୍ଲାରେ ୭୩, ଜଗତସିଂହପୁର ଜିଲ୍ଲାରେ ଛ’, ଯାଜପୁର ଜିଲ୍ଲାରେ ୫୧, ଝାରସୁଗୁଡା ଜିଲ୍ଲାରେ ୧୦, କଳାହାଣ୍ଡି ଜିଲ୍ଲାରେ ୧୦. କନ୍ଧମାଳ ଜିଲ୍ଲାରେ ୭୩, କେନ୍ଦ୍ରାପଡା ଜିଲ୍ଲାରେ ନ’ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କେନ୍ଦୁଝର ଜିଲ୍ଲାରେ ୪୩ , ଖୋର୍ଦ୍ଧା ଜିଲ୍ଲାରେ ୨୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ୩୪ ଜଣ, ମାଲକାନଗିରି ଜିଲ୍ଲାରେ ୩୪, ମୟୂରଭଞ୍ଜ ଜିଲ୍ଲାରେ ୨୮, ନବରଙ୍ଗପୁର ଜିଲ୍ଲାରେ ୨, ନୟାଗଡ ଜିଲ୍ଲାରେ ୮, ପୁରୀ ଜିଲ୍ଲାରେ ୪, ରାୟଗଡା ଜିଲ୍ଲାରେ ୬୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାରେ ୧୭, ସୋନପୁର ଜିଲ୍ଲାରେ ୪ ତଥା ସୁନ୍ଦରଗଡ ଜିଲ୍ଲାରେ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଂକ୍ରମଣ ଭୟ:ରୋଗୀକୁ ନେଲାନି ଆମ୍ବୁଲାନ୍ସ : ଘର ବାରଣ୍ଡାରେ ପ୍ରାଣବାୟୁ ଉଡ଼ିଲା

ସଂକ୍ରମଣ ଭୟ:ରୋଗୀକୁ ନେଲାନି ଆମ୍ବୁଲାନ୍ସ : ଘର ବାରଣ୍ଡାରେ ପ୍ରାଣବାୟୁ ଉଡ଼ିଲା

Read More...

ଆଇଏଏସ ସ୍ତରରେ ଅଦଳ ବଦଳ

ଆଇଏଏସ ସ୍ତରରେ ଅଦଳ ବଦଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page